୫୦ବର୍ଷରେ ଖଇରା କାଳୀପୂଜା

ଖଇରା,୨୯ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବଜାର ବ୍ୟବସାୟୀଙ୍କ ସହଯୋଗରେ ପାଳିତ ହେଉଥିବା କାଳୀପୂଜା ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି। ସୋମବାର ରାତିରେ ପଣ୍ଡିତ ଦ୍ୱାରିକାନାଥ ଶତପଥୀ ଓ ପ୍ରଫୁଲ୍ଲ କୁମାର ତ୍ରୀପାଠୀଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଯୋଗେଶ ଶତପଥୀ, ରବିନାରାୟଣ ଦାସ, ରତ୍ନାକର ସାହୁଙ୍କ ଦ୍ୱାରା ଘଟୋତ୍ତଳନ କରାଯାଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ସୁସଜ୍ଜିତ ତୋରଣ,ପୂଜା ମଣ୍ଡପ ସହ ମେଳା ବୁଲିବାକୁ ଦର୍ଶକ ଭିଡ଼ ଜମାଉଥିବା ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ପୂଜା ୮ଦିନ ଚାଲିବାକୁ ଥିବା ବେଳେ ରବିବାର ମେଲୋଡି ଏବଂ ସୋମବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଖଇରା ବଜାରର ପୂର୍ବତନ ବ୍ୟବସାୟୀ ସ୍ବର୍ଗତ ସୁଦର୍ଶନ ବାରିକ, ସ୍ବର୍ଗତ ନିରଞ୍ଜନ ମହାପାତ୍ର,ସ୍ବର୍ଗତ ରତ୍ନାକର ପଣ୍ଡା ଓ ବୟୋଜ୍ୟେଷ୍ଠ ରମାକାନ୍ତ ଲେଙ୍କାଙ୍କ ଦ୍ୱାରା ବ୍ୟବସାୟୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନ୍ୟୁନ ୫୦ବର୍ଷ ତଳେ ଛୋଟଧରଣର ପୁଜା ଆରମ୍ଭ ହୋଇଥିଲା ।
ଏବେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟ କ୍ୟାପ୍‌ଟେନ ରଘୁନାଥ ପାତ୍ର, ପ୍ରଶାନ୍ତ କୁମାର ବେହେରା, ଜଗତାନନ୍ଦ ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ପୀତାମ୍ବର ନାୟକ, ବିଷ୍ଣୁପଦ ସାହୁ, ପୀତାମ୍ବର ନାୟକ, ଜିତେନ୍ଦ୍ର ରାଉତ, ରମେଶ ଲେଙ୍କା, ଦୟାନିଧି ଜେନା, ପୂର୍ଣଚନ୍ଦ୍ର ମୁଖୀ, ଚିତ୍ତରଞ୍ଜନ ବିଶ୍ୱାଳ, ଜିତେନ୍ଦ୍ର ବେହେରା ପ୍ରମୁଖଙ୍କ ସହଯୋଗରେ ଚଳିତ ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri