ଅଙ୍ଗନୱାଡି କେନ୍ଦ୍ରରେ ଉତ୍ତେଜନା

ରୂପସା,୨୯।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଜାମୁନିଆ ଅଙ୍ଗନୱାଡିି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ସକାଳେ ଏହି କେନ୍ଦ୍ରର ତାଲା ଖୋଲି ପିଲାଙ୍କ ଖାଦ୍ୟ ସାମଗ୍ରୀ, କାଠ ପଟା ଆଦି ଚୋରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ଯୁବକ ରାମହରି ଲେଙ୍କା, ଗ୍ରାମର ଡ୍ରାଇଭର ମିହିର ବିଶ୍ୱାଳ ଭ୍ୟାନ (ନଂ. ଓଡ଼ି୦୧ୟୁ-୬୪୩୧) ଯୋଗେ କେନ୍ଦ୍ରରୁ ଖାଦ୍ୟ ସାମଗ୍ରୀ ଓ କାଠ ପଟା ଲୋଡ଼ିଂ କରିଥିବା ବେଳେ ଗାଁ ଲୋକଙ୍କ ନଜରରେ ପଡ଼ିଥିଲେ। ସେଠାରେ ଅଙ୍ଗନୱାଡିି କର୍ମୀ ନ ଥିବାରୁ ସନ୍ଦେହ ଉପୁଜିଥିଲା। ଭ୍ୟାନ୍‌ ସହ ରାମହରି ଲେଙ୍କାକୁ ଅଟକ ରଖି ଗାଁ ଲୋକେ ସକାଳ ୮ଟାରୁ ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସିଡିପିଓଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଅଙ୍ଗନୱାଡ଼ି କର୍ମୀ ମିଟିଂ ଅଛି କହି ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲେ। ଫଳରେ ଉତ୍ତେଜନା ଦେଖାଦେଇଥିଲା। ଅପରାହ୍ନ ୨ଟା ସମୟରେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲା। ଅଟକ ଯୁବକ ଓ ଭ୍ୟାନକୁ ପୋଲିସ ଥାନାକୁ ଆଣିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଅଙ୍ଗନୱାଡ଼ି କର୍ମୀଙ୍କ ସଲାସୁତୁରାରେ ରାମହରି ଲେଙ୍କା ଓ ମିହିର ବିଶ୍ୱାଳ କେନ୍ଦ୍ରରୁ ପିଲାଙ୍କ ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଓ କାଠ ପଟା ଆଦି ଚୋରି କରୁଥିବା ମାତୃ କମିଟି, ଗ୍ରାମବାସୀ ଟିକିମଣୀ ବେହେରା, ମମତା ବେହେରା, ଶୀତୁ ସିଂ, ଚୁମକି ସିଂ, ଉଷା ସିଂ, ଦିବାକର ମହାନ୍ତି, ଶ୍ରୀଧର ସିଂ, ପଦ୍ମଲୋଚନ ସିଂ, ୱାର୍ଡ଼ ସଭ୍ୟା ମିଲୁ ବେହେରା ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଉକ୍ତ କେନ୍ଦ୍ରରେ କାଠପଟା ଗଦା କରି ଅଳିଆ ଆବର୍ଜନା ସୃଷ୍ଟି ହୋଇ ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ କର୍ମୀ ଜଣକ ପଢ଼ାଇ ଆସୁଥିବା ଅଭିଭାବକ କହିଛନ୍ତି।
ସଂକ୍ରାନ୍ତରେ ଆଇସିଡିଏସ ସୁପରଭାଇଜର ମେରୀ କିସ୍କୁ ଦୁଲାରୀଙ୍କୁ ପଚରାଯିବାରୁ ଏହି ନୂତନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଠିକାଦାର ବିଭାଗକୁ ହସ୍ତାନ୍ତର କରି ନ ଥିବା କହି ଘଟଣା ସମ୍ପର୍କରେ ବୁଝୁଛି ବୋଲି କହିଥିଲେ। ଅଙ୍ଗନୱାଡିି କର୍ମୀ ସୁମିତ୍ରା ରାଉତ ଠିକାଦାରଙ୍କ ପାଖରେ ଥିବା ଅନ୍ୟ ଚାବିରେ ତାଲା ଖୋଲି ମିସ୍ତ୍ରୀ ସେଣ୍ଟ୍ରିଙ୍ଗ ପଟା ନେଉଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri