ସପ୍ତାହରେ ୪୦୦ ଉଦ୍ଧାର

୧୯୮୦ ଓ ୯୦ ଦଶକର ପ୍ରାରମ୍ଭରେ ଅବିଭକ୍ତ ବଲାଙ୍ଗୀର ଦେଶର ଦରିଦ୍ରତମ ଜିଲାଗୁଡ଼ିକ ମଧ୍ୟରେ ପରିଗଣିତ ହେଉଥିଲା। ବିଗତ ୨ ଦଶନ୍ଧି ହେଲା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରି ନ ଥିବା ଶ୍ରମିକଙ୍କ ଗଣପଳାୟନରୁ ସ୍ପଷ୍ଟ ହୋଇଛି। ପ୍ରତିବର୍ଷ ଅନେକ ହଜାର ପରିବାର ଦାରିଦ୍ର୍ୟର କଷାଘାତ ସହି ନ ପାରି ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଉଛନ୍ତି। ୨୦୨୦ରେ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ବେଳେ ବଲାଙ୍ଗୀର ଜିଲାକୁ ପ୍ରାୟ ଦେଢ଼ଲକ୍ଷ ପ୍ରବାସୀ ବାହ୍ୟ ରାଜ୍ୟରୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଲକ୍ଷେ ହେଉଛନ୍ତି ଦାଦନ ଶ୍ରମିକ। ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ରେଳଷ୍ଟେଶନରୁ ପ୍ରାୟ ୪୦୦ ଦାଦନଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୦ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଏତେ ସତ୍ତ୍ୱେ ପ୍ରଶାସନ କହୁଛି, ଲୋକେ ଦାଦନ ଖଟିବାକୁ ଯାଉନାହାନ୍ତି। ଏହା ପ୍ରଶାସନର ବିରୋଧାଭାସ ଚିତ୍ରକୁ ପ୍ରଦର୍ଶନ କରୁଥିବା ସାଧାରଣରେ ଆଲୋଚନା ହେଉଛି।

ବଲାଙ୍ଗୀର ଅଫିସ,୨୩।୧୦: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପରଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକ ଚାଲାଣ ପର୍ବ ଆରମ୍ଭ ହୋଇଛି। ଏହାକୁ ରୋକିବା ପାଇଁ ଜିଲା ପୋଲିସ ‘ମିଶନ ଉଦ୍ଧାର’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜିଲାର ବିଭିନ୍ନ ରେଳଷ୍ଟେଶନରେ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯାଇ ବେଆଇନ ଶ୍ରମିକ ଚାଲାଣ ଉପରେ କଡ଼ା ନଜର ରଖାଯାଇଛି। ଖୋଦ୍‌ ଏସ୍‌ପି ଏହାର ତଦାରଖ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ରେଳଷ୍ଟେଶନ ଓ ଅନ୍ୟ ସ୍ଥାନଗୁଡ଼ିକରୁ ପ୍ରାୟ ୪୦୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବେଆଇନ ଦାଦନ ଶ୍ରମିକ ଚାଲାଣକୁ ନେଇ ବିଭିନ୍ନ ଥାନାରେ ୨୦ଟି ମାମଲା ରୁଜୁ କରାଯାଇଛି। ୧୦ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ ମଧ୍ୟ କରାଯାଇଛି। ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ‘ମିଶନ ଉଦ୍ଧାର’କୁ ଏକ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ବୋଲି କୁହାଯାଇଛି। ଜିଲାରୁ ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ଏହି କାର୍ଯ୍ୟକ୍ରମରୁ ପୁଣି ଥରେ ସ୍ପଷ୍ଟ ହୋଇଛି। ଏଥିସହ ‘ମିଶନ ଉଦ୍ଧାର’କୁ ନେଇ ଜିଲାରେ ବିତର୍କ ଆରମ୍ଭ ହୋଇଛି। ପୋଲିସ ବିଭିନ୍ନ
ରେଳଷ୍ଟେଶନ ଏବଂ ରାସ୍ତାରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଗଁାରେ ଛାଡ଼ିଦେଇଥିବା କହୁଛି। ତେବେ ଶ୍ରମିକଙ୍କୁ ଗଁାରେ ଛାଡ଼ିଦେବା ପରେ ସେହି ଶ୍ରମିକମାନେ ଏବେ କେଉଁଠି ଅଛନ୍ତି ଏବଂ କ’ଣ କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମିଳିଥିବା ଏକ ତଥ୍ୟ ମୁତାବକ, ଉଦ୍ଧାର ହୋଇଥିବା ୪୦୦ ଶ୍ରମିକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୁଣି ଥରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିବା ଜଣାପଡିଛି। ଗତ ୧୦ ଦିନ ଭିତରେ ଜିଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ଦମକିପାଲି, ଭାନପୁର ଗ୍ରାମର କେତେଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରି ଗଁାକୁ ଫେରାଇଥିଲା। ଏହାର ଦିନକ ପରେ ସେହି ଶ୍ରମିକମାନେ ପୁଣି ଥରେ ଅନ୍ୟ ରାସ୍ତାରେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ସେହିପରି ଲାଠୋର ପୋଲିସ ଉଦ୍ଧାର କରିଥିବା ନୂଆପଡ଼ା ଓ ବରଗଡ଼ ଜିଲାର ଦାଦନ ଶ୍ରମିକମାନେ ବର୍ତ୍ତମାନ କେଉଁ ଅବସ୍ଥାରେ ଅଛନ୍ତି ତାହା ଜଣାପଡିନାହିଁ। କାମ ନ ଯୋଗାଇ ଉଦ୍ଧାର ନଁାରେ ଶ୍ରମିକଙ୍କୁ ରୋକିବା ଆଦୌ ଫଳପ୍ରଦ ହେଉ ନ ଥିବା ଏହା ସୂଚିତ କରୁଛି।
୨୦୧୭ ମସିହାରେ ବଲାଙ୍ଗୀର ଓ ନୂଆପଡା ଜିଲାର ଦାଦନ ଶ୍ରମିକ ସମସ୍ୟା ରୋକିବା ସକାଶେ ୧୩୪ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଟାଟା ଟ୍ରଷ୍ଟ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ସେହି ଯୋଜନାରେ କେତେ ଦାଦନ ରୋକାଗଲା ତା’ର କିଛି ହିସାବ ମିଳିଲା ନାହିଁ। ଏବେ ପୁଣି ଦାଦନ ଶ୍ରମିକ ଉଦ୍ଧାର କଥା କୁହାଯାଇଛି। ଶ୍ରମିକଙ୍କ ସମସ୍ୟା ଉପରେ କାମ କରୁଥିବା ଗବେଷକ ସଞ୍ଜୟ ମିଶ୍ର କହିଛନ୍ତି, ଥଇଥାନ ନ କରି ଶ୍ରମିକ ଉଦ୍ଧାର କରିବା ମୂଲ୍ୟହୀନ। ଶ୍ରମିକଙ୍କୁ ଅଗ୍ରିମ କାମ ଓ ଠିକ୍‌ ସମୟରେ ପାଉଣା ମିଳିଲେ ସେମାନେ ରାଜ୍ୟ ବାହାରକୁ ଯିବେନାହିଁ। ଯେଉଁ ଦାଦନ ଶ୍ରମିକମାନେ ଗୋତି ଶ୍ରମିକ ପ୍ରମାଣପତ୍ର ପାଇଆସିଛନ୍ତି, ସେମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। ଏଣୁ ଦାଦନ ଶ୍ରମିକମାନେ ପଳାୟନ କରୁଛନ୍ତି। ‘ମିଶନ ଉଦ୍ଧାର’ ସହ ‘ମିଶନ ଥଇଥାନ’ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଦାଦନ ଶ୍ରମିକ ସମସ୍ୟା ଉପରେ କାମ କରିଥିବା କଣ୍ଟାବାଞ୍ଜିର ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶର୍ମା କହିଛନ୍ତି, ଏହା କେବଳ ଏକ ପୋଲିସ ସମସ୍ୟା ନୁହେଁ। ପ୍ରଶାସନ ପକ୍ଷରୁ ଜିଲାରେ ଗୋତି ଶ୍ରମିକ କମିଟିର ବୈଠକ କରାଯାଉନାହିଁ। ଉଦ୍ଧାର ପରେ ଶ୍ରମିକଙ୍କ ସମସ୍ୟାର ସମାଧାନ ଉପରେ ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଏହା ଏକ ସାମାଜିକ-ଅର୍ଥନୈତିକ ସମସ୍ୟା ହୋଇଥିବାରୁ ଏନ୍‌ଜିଓ ଅପେକ୍ଷା ପଞ୍ଚାୟତିରାଜ ବ୍ୟବସ୍ଥା ଜରିଆରେ ଏହାର ସମାଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏନେଇ ଏସ୍‌ପି ନୀତିନ କୁଶଲକରଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘ମିଶନ ଉଦ୍ଧାର’ ଜରିଆରେ ଏନ୍‌ଫୋର୍ସମେଣ୍ଟ କରାଯାଉଛି। ବେଆଇନ ଶ୍ରମିକ ଚାଲାଣ ରୋକିବା ଏହାର ଲକ୍ଷ୍ୟ। ଯେଉଁମାନେ ବି ଅନ୍ୟତ୍ର କାମ କରିବାକୁ ଯାଉଛନ୍ତି, ପଞ୍ଜୀକୃତ ହୋଇ ବିଧିବ୍ୟବସ୍ଥା ଜରିଆରେ ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଜିଲାପାଳ ଚଞ୍ଚଳ ରାଣାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଦାଦନ ଶ୍ରମିକଙ୍କଠାରୁ ଏବଂ ଆନୁଷଙ୍ଗିକ କ୍ଷେତ୍ରରୁ ସବିଶେଷ ତଥ୍ୟ ପାଇବା ଏହି ମିଶନର ଲକ୍ଷ୍ୟ ବୋଲି କହିଛନ୍ତି। ଏବେ ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକ ନିୟୋଜନ ଉପରେ ଜୋର୍‌ ଦିଆଯାଇଛି। ଜିଲାର ୬ଟି ଦାଦନପ୍ରବଣ ବ୍ଲକ୍‌ରେ ୨୦୦ରୁ ୩୦୦ ଦିନର କାମ ଯୋଗାଇ ଦିଆଯାଇଥିବା ନଜିର ରହିଛି। କୃଷି, ଦୁଗ୍ଧ, କୁକୁଡ଼ା ଚାଷ ସହ ଅନ୍ୟାନ୍ୟ ଜୀବିକା ମିଶନ ଯୋଜନାରେ ଶ୍ରମିକଙ୍କୁ ସାମିଲ କରାଯାଇ ଆମତ୍ନିର୍ଭରଶୀଳ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶ୍ରମିକ ଚାଲାଣ ପ୍ରକ୍ରିୟା ଆଇନଗତ ଭାବେ ବ୍ୟବସ୍ଥିତ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି।

ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri