ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଅନ୍ତିମ ସନ୍ଧ୍ୟାରେ ଆଳତି ଦେଖିବାକୁ ଲୋକାରଣ୍ୟ ହୋଇଉଠିଥିଲା ସାରା ସହର।
ମିଳିତ ଭସାଣି ଶୋଭାଯାତ୍ରାରେ ୩୮ ମେଢ଼ ସାମିଲ ହେବେ। ପୂର୍ବାହ୍ନ ୯ଟା ସୁଦ୍ଧା ସମସ୍ତ ମେଢ ପ୍ରତିଷ୍ଠାନ ଛାଡ଼ିବେ। ରାତି ସାଢ଼େ ୧୧ଟା ମଧ୍ୟରେ ବିସର୍ଜନ ପର୍ବ ଶେଷ ହେବ। ପରମ୍ପରା ଅନୁଯାୟୀ ୧ନଂ. ମେଢ଼ ମିନାବଜାର ପ୍ରଥମେ ଯିବ। ଏହା ପଛକୁ ଜବାହରଚୌକ, ଲକ୍ଷ୍ମୀବଜାର ଏବଂ ଅନ୍ୟମାନେ କ୍ରମିକ ସଂଖ୍ୟା ଅନୁଯାୟୀ ଯିବେ। ମେଢ଼ ମଧ୍ୟରେ ସର୍ବନିମ୍ନ ୫୦ ଫୁଟ ବ୍ୟବଧାନ ରହିବ ବୋଲି ମିଳିତ ବଜାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଭସାଣି ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେ ସାଉଣ୍ଡ ନିଷିଦ୍ଧ କରାଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୪ ଘଣ୍ଟା ପୂର୍ବରୁ ସହରର ସମସ୍ତ ମଦ ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ଏଡ଼ାଇବାକୁ ୨୭ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭିନ୍ନ ବଜାରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।
ମେଢ଼ଗୁଡ଼ିକ ନିଜ ଆସ୍ଥାନରୁ ବାହାରି ଗଣେଶ ବଜାର, ରଥଗଡ଼ା, କୈବଲ୍ୟବଜାର ରାଜବାଟୀ, ଦୁର୍ଗାବଜାର, ବସ୍ଷ୍ଟାଣ୍ଡ ଟ୍ରାଫିକ ଛକ ଦେଇ ପୂର୍ତ୍ତ ବିଭାଗ ରାସ୍ତାରେ କାଠଶଙ୍ଖ ଆଡ଼କୁ ବିସର୍ଜନ ପାଇଁ ଯିବେ। ଅନ୍ୟ କେତେକ ମେଢ଼ ବସ୍ଷ୍ଟାଣ୍ଡ ଟ୍ରାଫିକ ଛକଠାରୁ ବସଷ୍ଟାଣ୍ଡ, ଗୁଡିଆନାଳୀ ଦେଇ କୁଞ୍ଜକାନ୍ତ ପୋଖରୀରେ ବିସର୍ଜନ କରିବା ଲାଗି ନିର୍ଦ୍ଧାରିତ ହୋଇଛି। ସେହିପରି ଆଉ କେତେକ ମେଢ଼ ଗଣେଶ ବଜାରଠାରୁ ରଥଗଡ଼ା ଓ ଦେଉଳସାହି ଦେଇ ଯାଉଁଳିପୋଖରୀ ଏବଂ ଦଣ୍ଡ ପୋଖରୀକୁ ଯିବେ। ଅବଶିଷ୍ଟ ମେଢ଼ଗୁଡ଼ିକ ବାଜିଚୌକ, ରାମେଶ୍ୱରପୁର ଦେଇ ସିମିଳିଆ ପୋଖରୀରେ ବିସର୍ଜନ ହେବେ। ଜୁବିଲିଟାଉନ-୨ ଓ କୈବଲ୍ୟବଜାର ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ଲାଗିଥିବାରୁ ସମ୍ପୃକ୍ତ ରୁଟ୍ରେ ଅଧିକ ପୋଲିସ ମୁତୟନ କରାଯାଇଛି।
ପୂର୍ବାହ୍ନ ୯ଟାରେ ମିନାବଜାରଠାରେ ଜିଲାପାଳ ସରୋଜ ସେଠୀ ନଡ଼ିଆ ଭାଙ୍ଗି ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିବେ। ଏସ୍ପି ଲାଗୋନୟାଗୀ ଦିବ୍ୟା ଭି.ଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟି ଏବଂ ମିନାବଜାର ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲାପାଳ, ଏସ୍ପି, ମିଳିତବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଶାନ୍ତି କମିଟି ସଭାପତି ସୁଧାଂଶୁ ଦଳେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
୧୭ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର
ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...
ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା
ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...
ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ
ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବେଆଇନ ସମ୍ପତ୍ତି...
ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ
ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...
ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର
ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...
ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ
ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...
ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ
ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...
ଟିପିଡବ୍ଲୁଓଡିଏଲ୍ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...
Archives


