ଲୋପ ପାଇଯାଉଥିବା ବାଉଁଶର ଅଭିବୃଦ୍ଧି ଉପରେ ଗୁରୁତ୍ୱ

ମାଲକାନଗିର,୧୬।୧୦ (ଡି.ଏନ୍‌.ଏ.): ଅବକ୍ଷୟମୁଖୀ ବାଉଁଶ ଜଙ୍ଗଲର ପୁନରୁଦ୍ଧାର, ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟାରେ ବାଉଁଶ ଚାଷ, ବାଉଁଶର ଉପଯୁକ୍ତ ବ୍ୟବହାର ସହ ବିକ୍ରି ସମ୍ପର୍କରେ ଏକ କର୍ମଶାଳା ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଯୋଗ ଦେଇଥିଲେ। ଏଥିରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ସହକାରୀ ଜିଲାପାଳ ତଥା ଜଙ୍ଗଲ ଜମି ଅଧିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତା ଚୌଧୁରୀ ଉପସ୍ଥିତ ଥିଲେ। ମାଲକାନଗିରି ଜିଲାର କାଲିମେଳା ଏବଂ ଚିତ୍ରକୋଣ୍ଡା ତହସିଲ ଅଞ୍ଚଳର ଜଙ୍ଗଲ ଜମି ଅଧିକାର କମିଟି ସଦସ୍ୟାସଦସ୍ୟଙ୍କ ସହ କଳାହାଣ୍ଡି ଜିଲାର ବନ ସଂରକ୍ଷଣ ସମିତି ଏବଂ ଜଙ୍ଗଲ ଜମି ଅଧିକାର କମିଟି କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ବିଶେଷ କରି ବନାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଏବଂ ବନବାସୀମାନଙ୍କ ଅବଗତ ନିମନ୍ତେ କେନ୍ଦ୍ର ସରକାରଙ୍କ ୨୦୦୫ ଜଙ୍ଗଲ ଜମି ଅଧିକାର ଆଇନ ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରି ମାଲକାନଗିରି ଜିଲାରେ କାଲିମେଳା ତହସିଲର ୨୪ଟି ସଙ୍ଗଠନ କିପରି ସେମାନଙ୍କର ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ସ୍ବୀକୃତି ପାଇବେ, ସେସବୁ ଜମିରେ ବାଉଁଶ ଚାଷ, ବାଉଁଶ ରୋପଣ ଏବଂ ବାଉଁଶ କାଟି ବିକ୍ରି କରି ଲାଭବାନ ହେବେ ସେନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲାରେ ପୂର୍ବରୁ ଥିବା ବାଉଁଶ ଜଙ୍ଗଲ ଲୋପ ପାଇଯାଉଥିବା ବେଳେ ସେସବୁ ଜଙ୍ଗଲର କିପରି ଅଭିବୃଦ୍ଧି ହେବ ସେଥିପ୍ରତି ବିଭିନ୍ନ କମିଟି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ବାଉଁଶ ଉପରୁ ଶତ ପ୍ରତିଶତ ଶୁଳ୍କ ଛାଡ କରିଛନ୍ତି। ସ୍ଥାନୀୟ ଲୋକେ ବିନା ଶୁଳ୍କରେ ଏହି ବାଉଁଶ ବ୍ୟବହାର କରି ବାଉଁଶରେ ଗୃହପୋକରଣ ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବେ ା ଗୋଷ୍ଠୀଗତ ଭାବେ ବିଭିନ୍ନ କାଗଜକଳକୁ ବାଉଁଶ ବିକ୍ରି ଓ ଏହାର ପଦ୍ଧତି ନେଇ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ କାଗଜକଳ କର୍ମକର୍ତ୍ତା ମାଲକାନଗିରି ଆସି ବିଭିନ୍ନ କମିଟି ସହ ବାଉଁଶ ଜଙ୍ଗଲର ଅଭିବୃଦ୍ଧି, ଗୋଷ୍ଠୀଗତ ଜମିରେ ବାଉଁଶ ରୋପଣ ଏବଂ ତାହାର ବିକ୍ରି ଉପରେ ତାଲିମ ଦେବେ। ରାଜସ୍ବ ଓ ବନ ବିଭାଗ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ନେଇ ଜଙ୍ଗଲ ଏବଂ ରାଜସ୍ବ ବିଭାଗର ଆଇନକୁ ଦୃଷ୍ଟିରେ ରଖି ଉପଯୁକ୍ତ କମିଟିକୁ ଗୋଷ୍ଠୀଗତ ଅଧିକାର ତୁରନ୍ତ ଦେଲେ ଜଙ୍ଗଲ ଅଭିବୃଦ୍ଧି ସହ ବାଉଁଶ ବୃଦ୍ଧି ଏବଂ ବ୍ୟବସାୟୀ କରଣରେ ଜିଲାବାସୀ ସୁଫଳ ପାଇବେ ବୋଲି ମତ ପ୍ରକାଶ ପାଇଥିଲା। କର୍ମଶାଳାରେ କାଲିମେଳା ତହସିଲଦାରଙ୍କ ସହ କାଲମେଳା ବନାଞ୍ଚଳ ଅଧିକାରୀ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ, ଏମ୍‌.ଭି. ୭୯ ବନାଞ୍ଚଳ ଅଧିକାରୀଙ୍କ ସହ ହାଇଦ୍ରାବାଦରୁ ଆସିଥିବା କେ ସଂସ୍ଥାର କର୍ମକର୍ତ୍ତା ସତ୍ୟ ପ୍ରସନ୍ନ, ସୁଷମା କାଟାମୁରି ଉପସ୍ଥିତ ରହି ହିତାଧିକାରୀଙ୍କୁ ତାଲିମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri