ନାଁକୁ ଚାଲିଛି ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ

ଜଗତସିଂହପୁର ଅଫିସ,୧୪ା୧୦: ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି। ଏନେଇ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ବିଭାଗର ୮ମ ବାର୍ଷିକ ଯୋଜନାରେ ୩ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରାଜ୍ୟ ଯୋଜନା(ଷ୍ଟେଟ ପ୍ଲାନ)ରେ କରାଯିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ସେଗୁଡିକ ହେଲା ସମନ୍ବିତ ଜଳଛାୟା ଉନ୍ନୟନ ପ୍ରକଳ୍ପ (ଆଇଡବ୍ଲ୍ୟୁଏମ୍‌ପି), ବର୍ଷା ହେଉଥିବା ଅଞ୍ଚଳ ପାଇଁ ଜାତୀୟ ଜଳ ଛାୟା ଉନ୍ନୟନ ପ୍ରକଳ୍ପ (ଏନ୍‌ଡବ୍ଲ୍ୟୁଡିପିଆର୍‌ଏ) ଏବଂ ଇଣ୍ଡୋ-ଡେନିସ୍‌ କମ୍ପ୍ରେହେନ୍‌ଶିପ୍‌ ୱାଟରଶେଡ୍‌ ଡେଭଲପମେଣ୍ଟ ପ୍ରକଳ୍ପ (ଆଇଡିସିଡବ୍ଲ୍ୟୁଡିପି)। ଜମିର ଅବକ୍ଷୟ ରୋକିବା ସାଙ୍ଗକୁ ପରିବେଶକୁ ଠିକ ରଖିବା ଏହାର ଲକ୍ଷ୍ୟ ଥିଲା। ଏଥିସହ ଆଦର୍‌ରତା ଧରି ରଖିବା କ୍ଷମତା ବୃଦ୍ଧି ସହ ମାଟିର ଉର୍ବରତା ଓ ଉତ୍ପାଦନ କ୍ଷମତା ବଢ଼ାଇବା ଆଦି ଉଦ୍ଦେଶ୍ୟ ଥିଲା। ମୃତ୍ତିକା ସଂରକ୍ଷଣ ଦ୍ୱାରା ଭୂତଳ ଜଳସ୍ତର ନିୟନ୍ତ୍ରଣ କରିବାକୁ ସ୍ଥିର କରାଯାଇଥିଲା। ଏନେଇ ଡ୍ରଟ୍‌ ପ୍ରୋନ୍‌ ଏରିଆ ପ୍ରୋଗ୍ରାମ (ଡିପିଏପି)ରେ ଏବଂ ଇଣ୍ଟିଗ୍ରେଟେଡ୍‌ ଜଳଛାୟା ଉନ୍ନୟନ କାର୍ଯ୍ୟକ୍ରମ (ଆଇଡବ୍ଲ୍ୟୁଡିପି) ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏମ୍ପୟମେଣ୍ଟ ଆସ୍ୟୁରାନ୍ସ ସ୍କିମ୍‌ (ଇଏଏସ୍‌) କାର୍ଯ୍ୟକାରୀ ହେଲା। ମୋଟାମୋଟି ଭାବରେ ଜଳ ଅମଳ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏସବୁ କେବଳ ପ୍ରହସନରେ ପରିଣତ ହୋଇଛି। ଜିଲାରେ ବିଭାଗୀୟ କାର୍ଯ୍ୟ କ’ଣ ହେଉଛି ତାହା ସାଧାରଣତଃ ବାରି ହେଉନାହିଁ। କାରଣ ବିଭାଗର ନିଜସ୍ବ କାର୍ଯ୍ୟାଳୟ ବିଲ୍ଡିଂ ନ ଥିବାବେଳେ ୨୯ ପଦବୀରୁ ୧୨ଟି ଖାଲି ପଡିଛି। କେବଳ ଏତିକି ନୁହେଁ, ରାଜ୍ୟ ସରକାର ଜିଲାର ସ୍ବାର୍ଥକୁ ଗୌଣ କରୁଥିବା ଅନୁଭବ ହେଉଛି। ଜଗତ୍‌ସିଂହପୁର ତଳିଆ ଜିଲା ହୋଇଥିବାରୁ ବର୍ଷାଦିନେ ମୃତ୍ତିକା ଅବକ୍ଷୟ ସ୍ବାଭାବିକ। ଅର୍ଥାତ୍‌ ମାଟି ନଦୀ ଓ ସମୁଦ୍ରକୁ ବୋହିଯାଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ସରକାରୀସ୍ତରରେ କୌଣସି ଆନ୍ତରିକତା ପ୍ରକାଶ ପାଉ ନ ଥିବାରୁ ଦିନକୁ ଦିନ ଜିଲାବାସୀ କ୍ଷତିଗ୍ରସ୍ତ ହୋଇ ଚାଲିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଜଗତ୍‌ସିଂହପୁର ଏକ କୃଷି ପ୍ରବଣ ଜିଲା। ଏଠାକାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବର୍ଷାଦିନେ ଜିଲାର ଅଧିକାଂଶ ଅଞ୍ଚଳ ଜଳ ଦ୍ୱାରା ପ୍ରଭାବିତ ହୁଏ। ଆବଶ୍ୟକ ଡ୍ରେନ୍‌ ସୁବିଧା ଓ ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଉ ନ ଥିବାରୁ ମାଟି ଅବକ୍ଷୟ ହୋଇ ଚାଲିଛି । ଜିଲାରେ ନାଁକୁ ଚାଲିଛି ମୃତ୍ତିକା ସଂରକ୍ଷଣ ବିଭାଗ। ଏହି ଅଭିଯୋଗକୁ କେତେକାଂଶରେ ସ୍ବୀକାର କରିଛନ୍ତି ଜଗତ୍‌ସିଂହପୁରସ୍ଥିତ ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ (ଏଡିଏସ୍‌ସି) ପ୍ରସନ୍ନ ପାତ୍ର। ସେ କହିଛନ୍ତି, ବିଭାଗ ନାଁରେ ୨୫ ଡେସିମିଲ୍‌ ଜମି ଅଛି, କିନ୍ତୁ କାର୍ଯ୍ୟାଳୟ ବିଲ୍ଡିଂ ନାହିଁ। ଆର୍‌କେଭିୱାଇ (ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା) କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଥିବା ବିଭାଗୀୟ ରିସୋର୍ସ ସେଣ୍ଟର ଓ ଟ୍ରେନିଂ ହଲ୍‌ରେ ଦୀର୍ଘ ବର୍ଷ ଧରି କାମଚଳା ଭାବେ ଏହି କାର୍ଯ୍ୟାଳୟ ଚାଲିଛି। ଏଠାରେ ଖାଲିପଡ଼ିଥିବା ପଦବୀ ମଧ୍ୟରୁ ଚଳିତ ମାସରେ କେବଳ ୫ ଜଣ ନିୟୁକ୍ତି ପାଇଛନ୍ତି। ଆଉ ୧୨ ଖାଲି ପଡ଼ିଥିବା ପଦବୀଗୁଡ଼ିକ ହେଲା ୨ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଏଏସ୍‌ସିଓ), ୨ କନିଷ୍ଠ ସହାୟକ, ୪ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ (ଏସ୍‌ସିଇଡବ୍ଲ୍ୟୁ), ୨ ପିଅନ ଓ ଗୋଟିଏ ଲେଖାଏ ମୃତ୍ତିକା ସଂରକ୍ଷଣ ସହାୟକ ଏବଂ ଚୌକିଦାର ପଦବୀ। ଗତବର୍ଷ କିଛି ଅଞ୍ଚଳରେ ଚାରାରୋପଣ କରାଯାଇଥିଲା। ଏବର୍ଷ ସରକାର ବନ୍ଦ କରି ଦେଇଛନ୍ତି । ବିଭାଗରୁ ଆଉ ଅନୁଦାନ ଆସୁନି । କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଫାର୍ମ ପଣ୍ଡ ଖୋଳା କାମ ଚାଲିଥିବା ପାତ୍ର ସୂଚନା ଦେଇଛନ୍ତି । ଏହା ଉପରେ ଜିଲା ପ୍ରଶାସନ, ଲୋକ ପ୍ରତିନିଧି ସର୍ବୋପରି ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri