ଆମେ ଅପହରଣ କରିଥିବା ଅଭିଯୋଗ ମିଥ୍ୟା: ଗ୍ରାମବାସୀ

ମାଲକାନଗିରି,୨୮ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍‌.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍‌.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି। ଏନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷୟ ସମ୍ପୂର୍ଣ ମିଥ୍ୟା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତିି। ଖବରରୁ ଜଣାପଡିଛି, ଏମ୍‌.ଭି.-୫୦ ଗ୍ରାମର ଭବେଶ ମଣ୍ଡଳଙ୍କ ପୁଅ ଭାଗ୍ୟଧର ମଣ୍ଡଳ ଏମ୍‌.ଭି.-୧୨୨ ଗ୍ରାମର ସୁବ୍ରତ ମଣ୍ଡଳଙ୍କ ଝିଅ ତାପସୀ ମଣ୍ଡଳଙ୍କୁ ପ୍ରେମ କରିଥିଲେ। ତେବେ ଗତ କିଛିଦିନ ତଳେ ଏହି ଦୁଇଜଣ ରେଜିଷ୍ଟ୍ରାର ଅଫିସରେ ବିବାହ ମଧ୍ୟ କରଥିଲେ। ପରେ ତାପସୀଙ୍କ ବାପା ସୁବ୍ରତ ଏମ୍‌.ଭି.- ୫୦ ଗ୍ରାମକୁ ଯାଇ ଝିଅକୁ ବୁଝାଶୁଝା କରି ଏହାର ସମାଧାନ କରିବା, ତୁମ ଦୁହିଁଙ୍କୁ ମୁଁ ବାବାହ କରାଇବି ବୋଲି କହି ଝିଅକୁ ନିଜ ଘରକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ଝିଅକୁ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରିଥିଲେ। ଏ ବିଷୟରେ ଝିଅ ଜାଣି ପୁନର୍ବାର ନିଜ ଶାଶୁ ଘର ଏମ୍‌.ଭି. ୫୦ ଗ୍ରାମକୁ ଫେରି ଆସିଥିଲେ। ପରେ ଏମ୍‌.ଭି.- ୫୦ ଗ୍ରାମରେ ଗ୍ରାମବାସୀଙ୍କ ଏକ ବୈଠକ ବସିଥିଲା। ବୈଠକରେ ସୁବ୍ରତ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲେ। ଗତ ୨୫ ତାରିଖରେ ସୁବ୍ରତ ଏ ସମ୍ପର୍କରେ ଓର୍କେଲ ଥାନାରେ ଏମ୍‌.ଭି. ୫୦ଗ୍ରାମର ଗ୍ରାମବାସୀ ତାଙ୍କ ଝିଅକୁ ଅପହରଣ କରି ନେଇଛନ୍ତି ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହା ଏମ୍‌.ଭି.-୫୦ ଗ୍ରାମବାସୀ ୨୬ ତାରିଖରେ ଜାଣିବା ପରେ ମଙ୍ଗଳବାର ଗ୍ରାମବାସୀଙ୍କ ସହ ଭାଗ୍ୟଧର ମଣ୍ଡଳ, ତାପସୀ ମଣ୍ଡଳ ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ, ଗ୍ରାମବାସୀ ମାନେ ତାଙ୍କ ଝିଅକୁ ଅପହରଣ କରିନାହାନ୍ତି। ଏନେଇ ତାପସୀ କହିଛନ୍ତି ଯେ, ସେ ନିଜ ଇଛା ମୁତାବକ ଭାଗ୍ୟଧରଙ୍କୁ ପ୍ରେମ କରି ବିବାହ କରିଛନ୍ତି। ସ୍ବଇଛାରେ ଭାଗ୍ୟଧରଙ୍କ ଘରକୁ ଆସିଛନ୍ତି। ଏଥିରେ ଗ୍ରାମବାସୀଙ୍କ କୌଣସି ଦୋଷ ନାହିଁ କି ଗ୍ରାମବାସୀ ତାଙ୍କୁ ଅପହରଣ କରିନାହାନ୍ତି। ତାଙ୍କ ବାପା ଯେଉଁ ଅପହରଣ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri