ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ମ୍ୟାରିନ ମ୍ୟାଜିକ ଶୋ

ଭୁବନେଶ୍ୱର,୧୫।୯: ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରମୁଖ ବାଣିଜି୍ୟକସ୍ଥଳ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏକ ଅଭିନବ ପ୍ରୟାସ ‘ମ୍ୟାରିନ ମ୍ୟାଜିକ ଶୋ’ ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମଲ୍‌ ପରିସରକୁ ଆସୁଥିବା ଗ୍ରାହକଙ୍କ ପିଲାମାନଙ୍କ ପାଇଁ ଏହି ଶୋ’ର ବ୍ୟବସ୍ଥା କରାଯାଇଛି। ଏପରିକି ସମୁଦ୍ରର ଅଗଭୀର ଜଳରେ ରହୁଥିବା ଜୀବ ଜନ୍ତୁମାନଙ୍କ ବିଷୟରେ ଜାଣିବାକୁ ପିଲାଙ୍କର ଇଚ୍ଛା ହୋଇଥାଏ। ଏହାକୁ ବାସ୍ତବତାର ରୂପ ଦେବା ପାଇଁ ମଲ୍‌ରେ ଏଭଳି ଏକ ମ୍ୟାଜିକ ଶୋ’ର ପ୍ରସ୍ତୁତି ହୋଇଛି। ଉକ୍ତ ଶୋ ଚଳିତ ବର୍ଷ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଜାରି ରହିବ ବୋଲି ମଲ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ପାଣିରେ ରହୁଥିବା ଜୀବମାନଙ୍କ ଗତିବିଧି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଭର୍ଚୁଆଲ ସ୍କ୍ରିନ୍‌ ମାଧ୍ୟମରେ ଅନୁଭବ କରିହେବ। ପାଣି ଭିତରେ ରହିଥିବା ସୁନ୍ଦର ଜୀବଙ୍କର ସ୍କେଚ୍‌କୁ ଛୁଇ ଶାରୀରିକ ଏବଂ ଭର୍ଚୁଆଲି ଦୁନିଆରେ ଯାଦୁକରୀ ସଂଯୋଗ ସହ ଯାଦୁକରୀର କଳାର ଅନୁଭବ କରନ୍ତୁ ବୋଲି ମଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

ଭାରତୀୟ ମସଲାରେ କୀଟନାଶକ ସମ୍ପର୍କିତ ସମସ୍ତ ଦାବିକୁ ଖଣ୍ଡନ କଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୫।୫: ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri