ଆଇଫୋନ୍‌ ତିଆରି କରିବ ଟାଟା

ନୂଆଦିଲ୍ଲୀ,୧୦।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ବିଶ୍ୱର ସବୁ ଠାରୁ ସୌଖୀନ ଫୋନ ଆଇଫୋନ୍‌ ତିଆରି କରିବ ବୋଲି ଚର୍ଚ୍ଚା ହେଉଛି। ଏପରିକି ଭାରତରେ ଆଇଫୋନ୍‌ ଆସମ୍ବଲ କରିବାକୁ ଟାଟା କମ୍ପାନୀ ବିଭିନ୍ନ ସ୍ତରରେ ଆଲୋଚନା ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ତାଇୱାନ କମ୍ପାନୀ ଫକ୍ସକନ ଓ ୱିଷ୍ଟ୍ରନ୍‌ ଭାରତ ଓ ଚୀନରେ ଆଇଫୋନ ଆସମ୍ବଲ କରୁଥିଲେ। ହେଲେ ଅଧିକାଂଶ ଆଇ ଫୋନ ଚୀନରେ ତିଆରି ହୋଇ ଭାରତକୁ ରପ୍ତାନୀ କରାଯାଉଥିଲା। ବର୍ତ୍ତମାନ ଭାରତରେ ଆଇଫୋନକୁ ଆସମ୍ବଲ କରିବାକୁ ଟାଟା ଆଗଭର ହୋଇଥିବା ଜଣାପଡିଛି। ଏପରିକି ଟାଟା ଗ୍ରୁପ୍‌ ତାଇୱାନୀ କମ୍ପାନୀ ସହ ଆଲୋଚନା ଜାରି ରଖିଛି। ଉଭୟ କମ୍ପାନୀ ମିଶି ଭାରତରେ ମେନୁଫେକ୍ଚର ଜଏଣ୍ଟ ଭେଞ୍ଚର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି। ଉଭୟ କମ୍ପାନୀ ମିଶି ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକରେ ଆଇଫୋନ୍‌ ର୍ନିମାଣକାରୀ ପ୍ଲାଣ୍ଟ ବସାଇବେ ବୋଲି କୁହାଯାଉଛି। ଏହା ବି ଶୁଣିବାକୁ ମିଳୁଛି ଯେ ଟାଟା ୱିଷ୍ଟ୍ରନ୍‌ କର୍ପ କମ୍ପାନୀର ଇକ୍ୱିଇଟି କିଣିବାକୁ ଆଲୋଚନା କରୁଛି। ଯଦି ଏହା ସଫଳ ହେଲା ତେବେ ଆଇଫୋନ୍‌ ତିଆରି କରିବାରେ ଟାଟା ପ୍ରଥମ ଭାରତୀୟ କମ୍ପାନୀ ହେବ। ତେବେ ଟାଟା ଗ୍ରୁପର ଚେୟାର ମ୍ୟାନ୍‌ ନଟରାଜନ ଚନ୍ଦ୍ରଶେଖରନ କହିଛନ୍ତି, ଇଲେକ୍ଟ୍ରୋନିକ ଓ ହାଇଟେକ୍‌ ମେନୁଫେକ୍ଚରିଂ ଉପରେ କମ୍ପାନୀ ଅଧିକ ଗୁରୁତ୍ୱ ଦେଉଛି। ଏଥିରୁ ଜଣାପଡୁଛି ଯେ କମ୍ପାନୀ ଏବେ ଫୋନ୍‌ ମେନୁ ଫେକ୍ୟାଚରକୁ ଓହ୍ଲାଇବ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri