ଅବ୍ୟବସ୍ଥାରେ ଗୁଡ଼ାରି ଶିଶୁ ଉଦ୍ୟାନ

ଗୁଡ଼ାରି,୨ା୯(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡାରି ସହରର ପିଲାଙ୍କ ଆମୋଦ ପ୍ରମୋଦ ନିମନ୍ତେ ଏନ୍‌ଏସି ପକ୍ଷରୁ ୨୦୨୧ ଅଗଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ଶିଶୁ ଉଦ୍ୟାନ ସ୍ଥାପିତ ହୋଇଥିଲା। ଏବେ ଏହି ଏକମାତ୍ର ଶିଶୁ ଉଦ୍ୟାନ ସମସ୍ୟା ମଧ୍ୟରେ ରହିଛି। ଉଦ୍ୟାନ ସ୍ଥାପନ ହେବାର କିଛିଦିନ ପରେ ହିଁ ଦୋଳି ଛିଣ୍ଡିଯାଇ ଅଚଳ ହୋଇଥିଲା। ସେହିପରି ଏଠାରେ ଆବଶ୍ୟକତା ଅନୁଯାୟୀ ଅଲୋକ ବ୍ୟବସ୍ଥା ମଧ୍ୟ ନାହିଁ। ଅନେକ ଖୁଣ୍ଟରେ ଲାଇଟ ଜଳୁନି। ପିଲାମାନେ ଖେଳିବା ସମୟରେ ମା’ ବାପା ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଦେଖାଇ ବୁଲୁଛନ୍ତି। ପରିତାପର ବିଷୟ ହେଲା ଏଠାରେ ସ୍ଥାପନ ହୋଇଥିବା ସେଲଫି ପଏଣ୍ଟରୁ ପ୍ରାୟ ୬ମାସ ହେଲା ‘ଲଭ୍‌ ସିମ୍ବଲ୍‌’ ଗାଏବ ହୋଇଥିଲେ ମଧ୍ୟ ତାହାକୁ ଠିକ୍‌ କରାଯାଇ ପାରିନି। ଶିଶୁ ଉଦ୍ୟାନରେ ଆଣ୍ଠୁଏ ଉଚ୍ଚର ଘାସ ରହିଥିଲେ ମଧ୍ୟ ତାହାକୁ କାଟି ସଫା କରାଯାଉନି। ଏଭଳି ପରିସ୍ଥିତିରେ ଅନ୍ଧାରରେ ଘାସ ମଧ୍ୟରେ ବିଷାକ୍ତ କୀଟ କାମୁଡ଼ିବା ଆଶଙ୍କା ରହିଛି। ଅନେକ ମା’ ବାପା ପିଲାଙ୍କୁ ଏଠାକୁ ଆଣିବାକୁ ଅସୁରକ୍ଷିତ ମଣୁଛନ୍ତି।
ଏହି ଶିଶୁ ଉଦ୍ୟାନର ନିୟମିତ ଯତ୍ନ ଏବଂ ଆବଶ୍ୟକ ପରିମାଣର ଅଲୋକୀକରଣ କରାଗଲେ ସହରର ପିଲାମାନେ ନିଶ୍ଚିତ ଭାବେ ଏଠାରେ ନିରାପଦରେ ଖେଳିବା ସହ ମଜା ଉଠାଇପାରନ୍ତେ। ତେଣୁ ଶିଶୁ ଉଦ୍ୟାନର ସମସ୍ତ ସମସ୍ୟା ଶୀଘ୍ର ସମାଧାନ କରାଯାଉ ବୋଲି ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟ ନିର୍ବହୀ ଅଧିକାରୀ ଶୋଭା ଭୂଷଣ ଶବର କହିଛନ୍ତି, ଶୀଘ୍ର ଘାସ ସଫା ସହ ଅଲୋକୀକରଣ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri