ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮ : ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ରଥଯାତ୍ରା ଓ ସ୍ନାନଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏଥିସହ ଆଦର୍ଶ ଗୁରୁକୁଳ, ସେବକ ବାସଗୃହ ନିର୍ମାଣ ସମେତ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସିଥିବା ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ତେବେ ୟୁନିଫାଏଡ୍‌ ପଲିସି ଓ ରତ୍ନଭଣ୍ଡାର ମରାମତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରାଯାଇଛି।
ଆସନ୍ତା ବର୍ଷ କିଭଳିି ସ୍ନାନଯାତ୍ରା ଓ ରଥଯାତ୍ରାକୁ ଆହୁରି ସୁବ୍ୟବସ୍ଥିତ ଓ ସୁପରିଚାଳିତ କରାଯାଇପାରିବ ସେନେଇ ପ୍ରସ୍ତାବ ଆଗତ ହୋଇଛି। ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତମାନେ ରଥରେ ଚଢିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି।
ସେହିଭଳି ଲ୍ୟାଣ୍ଡ୍‌ ସବ୍‌କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ପାରିତ କରାଯାଇଛି। ଅତିଥି ଭବନ ବୁକିଂ ପାଇଁ ଅନ୍‌ଲାଇନରେ ରେଜିଷ୍ଟ୍ରେଶନ ପ୍ରକ୍ରିୟାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ପାର୍ଟନର ଭାବେ ଗ୍ରହଣ କରାଯିବ। ଏନେଇ ପରିଚାଳନା କମିଟିରେ ଅନୁମୋଦନ ମିଳିଥିବାବେଳେ ରାଜିନାମା ସ୍ବାକ୍ଷର କରାଯିବ। ଅନଲାଇନରେ ବୁକିଂ ବ୍ୟବସ୍ଥାକୁ ଦୃଢ଼ କରିବାକୁ ଚେଷ୍ଟା କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ରତ୍ନସିଂହାସନ ଓ ରୋଷଘର ବ୍ୟାରିକେଡିଂ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବ। ତେବେ ଭକ୍ତମାନେ ରତ୍ନସିଂହାସନ ଛୁଇଁପାରିବେ ନାହିଁ କି ରୋଷଘରେ ପ୍ରବେଶ କରି ପାରିବେ ନାହିଁ। ମାତ୍ର ଅନ୍ୟ ସମସ୍ତ ସ୍ଥାନ ବୁଲିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ଏଏସ୍‌ଆଇ ସୁପରିଣ୍ଡେଣ୍ଡେଣ୍ଟ ଅରୁଣ ମଲ୍ଲିକ ବୈଠକରେ ଯୋଗଦେଇଥିଲେ। ଆଦର୍‌ରତା କାରଣରୁ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସିନାହିଁ। ଠିକ ଭାବେ ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ଆସନ୍ତା ରଥଯାତ୍ରାରେ ପ୍ଲାଷ୍ଟର ଖସିଥିବା ସ୍ଥାନ ମରାମତି ହେବ ବୋଲି ଏଏସ୍‌ଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri