ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ ଗାଡ଼ି ମଡ଼ାଇ ସେହି ମା’ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି। ମୃତକ ହେଲେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ରଥପଡ଼ିଆର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ତାଙ୍କ ଝିଅ ସୋମାଲୀ ଚକ୍ରବର୍ତ୍ତୀ(୨୬)। ଏନେଇ ପୋଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗାଡ଼ି ଚାଳକଙ୍କୁ ଗୁରୁବାର ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଚାଳକ ହେଲେ ଉକ୍ତ ଥାନା ଅଧୀନ ସଂପାରୁ ପଞ୍ଚାୟତ ତୋଟାକଣ ଗ୍ରାମର ଅମର ସ୍ବାଇଁ। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯିବ। ଚାଳକଙ୍କୁ ପଚରାଉଚରା ବେଳେ ସେ ନିଜ ଭୁଲ୍‌ ସ୍ବୀକାର କରିଥିବା କଥା ଏସ୍‌ପି ରାହୁଲ୍‌ ପିଆର୍‌ ସୂଚନା ଦେଇଛନ୍ତି। ଏଥିସହିତ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ଆରୁହା ଛକରେ ପହଞ୍ଚତ୍ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଅନେକ ତଥ୍ୟ ସଂଗ୍ରହ କରିଛନ୍ତି।
ଏ ସମ୍ପର୍କରେ ଥାନା ଅଧିକାରୀ କହିଛନ୍ତି, ଶ୍ରୀତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଗ୍ରାମକୁ ଝିଅ ସହ ଯାଇଥିଲେ। ଶୁଦ୍ଧିକ୍ରିୟା ସାରି ମା’,ଝିଅ ବୁଧବାର ଅପରାହ୍ନରେ ଏକ ସ୍କୁଟି(ନଂ.ଓଡି୦୬ଜି ୭୯୨୯)ରେ ଘରକୁ ଫେରୁଥିଲେ। ଆରୁହା ଛକ ନିକଟରେ ଶ୍ରୀତିକା,ସୋମାଲୀ ଓ ଟ୍ରକ୍‌ ଚାଳକ ଅମରଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ତେବେ କ’ଣ ପାଇଁ ଏହି ବଚସା ଚାଲିଛି ବୋଲି ପଚାରିବାରୁ ଶ୍ରୀତିକା, ସୋମାଲୀ କହିଥିଲେ, ସ୍କୁଟିରରେ ଆସୁଥିବା ବେଳେ ଟିପ୍ପର ଚାଳକ ସେମାନଙ୍କୁ ସାଇଡ୍‌ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସେମାନେ ଆରୁହା ଛକରେ ଟ୍ରକ୍‌କୁ ଅଟକାଇ ସମ୍ପୃକ୍ତ ଚାଳକଙ୍କୁ ପଚାରିବାରୁ ଚାଳକ ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ଥାନୀୟ ଲୋକେ ଏହି ଘଟଣାର ଆପୋସ ସମାଧାନ କରି ଶ୍ରୀତିକା ଓ ସୋମାଲୀଙ୍କୁ ବିଦା କରିଦେଇଥିଲେ। ତେବେ ଏହାର କିଛି ସମୟ ପରେ ଟିପ୍ପର ଚାଳକ ସେହି ରାସ୍ତାରେ ଗାଡ଼ି ନେଇ ଯାଇଥିଲେ। ମାତ୍ର ୧୫ରୁ ୨୦ ମିନିଟ ପରେ ସେମାନଙ୍କୁ ବରଡ଼ା ଛକରେ ଦେଖି ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଚାଳକ ଜାଣିଶୁଣି ଗାଡ଼ି ଚଢ଼ାଇ ହତ୍ୟା କରି ଦୁର୍ଘଟଣାର ରୂପଦେବାକୁ ଚେଷ୍ଟା କରିଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣା ନେଇ ପୂର୍ବରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ତେବେ ପୋଲିସ ସମସ୍ତ ବିଷୟରେ ଅବଗତ ହେବା ପରେ ଏକ ହତ୍ୟା ମାମଲା(ନଂ.୨୦୭/୨୨) ରୁଜୁ କରିଛି। ଅନ୍ୟପକ୍ଷେ ବଡ଼ଚଣା ଡାକ୍ତରଖାନାରେ ଶ୍ରୀତିକା,ସୋମାଲୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟିପ୍ପର (ନଂ.ଓଆର୍‌-୧୬-ଡି-୬୪୦୮)କୁ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri