ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୬: ଓଡ଼ିଶାକୁ ଗତ ୪ ଦିନ ପୂର୍ବରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀ ଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡା ଜିଲା କୃଷି ବିଭାଗ ପକ୍ଷରୁ ଉପତ୍ାଦନକ୍ଷମ ଓ ପାଣି ସହଣୀ କିସମର ଧାନ ବିହନ ଯୋଗାଣ ହୋଇପାରୁନାହିଁ। ଜିଲା ପାଇଁ ୧୨ ହଜାର କୁଇଣ୍ଟାଲ ବିହନ ଆବଶ୍ୟକତା ଥିବା ବେଳେ ମାତ୍ର ୫ ହଜାର କୁଇଣ୍ଟାଲ ବିଭିନ୍ନ ସୋସାଇଟି ମାଧ୍ୟମରେ ବିକ୍ରୟ ହେଉଛି। ବିହନ ସମସ୍ୟା ସହିତ ଗଜା ମରୁଡିରୁ ଚାଷଙ୍କୁ ବଞ୍ଚାଇବା ପାଇଁ କେନାଲରେ ଏବେଠାରୁ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି।

କୃଷକନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକର ୧ ଲକ୍ଷ ୫୨ ହଜାର ହେକ୍ଟର କ୍ଷେତରେ ଖରିଫ ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ପାରମ୍ପରିକ ବିହନ ବାଦ୍‌ ପ୍ରାୟ ୧୨ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ। ମାତ୍ର ଜିଲାକୁ ୫ ହଜାର କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଅଧିକ ଅମଳକ୍ଷମ କନକ ପ୍ଲସ, ୧୦୭୫, ଧଳା ସ୍ବର୍ଣ୍ଣ, ଶାରଳା, ସାଧନା ଖୁସିଆନି ଆଦି ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ସେହିପରି ଅକ୍ଷୟତୃତୀୟାଠାରୁ କ୍ଷେତରେ ହଳ ଆରମ୍ଭ କରି ଚାଷୀ ରଜ ପୂର୍ବରୁ ପାଟ ବା ତଳିଆ ଅଞ୍ଚଳ କ୍ଷେତରେ ପାରମ୍ପରିକ ଧାନ ବିହନ ବୁଣିଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀ କ୍ଷେତରେ ଧାନ ବୁଣିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁ ଏହି ବିହନ ଗଜା ହେବା ସମ୍ଭାବନା କମିଛି। କୃଷକ ନେତା ବିଜୟ କୁମାର ପରିଡା କହିଛନ୍ତି, ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଗତ ମେ ମାସ ଶେଷ ସପ୍ତାହରେ ଖରିଫ ଚାଷ ପାଇଁ କେତେଜଣ ଚାଷୀ କ୍ଷେତକୁ ପାଣି ବୋହି ଧାନ ତଳି ପକାଇଥିଲେ। ଅଦ୍ୟାବଧି ବର୍ଷା ନ ଥିବାରୁ ତଳି ଜମି ଫାଟି ଗଲାଣି। ନଦୀ ଓ କେନାଲ ବନ୍ଧ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟ କହୁଛି। ଏସବୁର ମରାମତି ପାଇଁ ଜଳସମ୍ପଦ ବିଭାଗ ଆଗଭର ହେଉନାହିଁ। ବିହନ ଓ ସାର ସମସ୍ୟା ଜିଲାରେ ଲାଗି ରହିଛି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କୁହନ୍ତି, ଉପର ଓ ତଳୁଆ ଅଞ୍ଚଳର ପ୍ରାୟ ୧୫ ଏକର ଜମିରେ ଖରିଫ ଚାଷ ପ୍ରତିବର୍ଷ କରେ। ଚଳିତ ବର୍ଷ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା କେନାଲ ମରାମତି କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ଏହାକୁ ଆଳ କରି କେନାଲକୁ ପାଣି ଛଡା ଯାଇନାହିଁ। ସେହିପରି ମୌସୁମୀ ବର୍ଷାକୁ ପୂର୍ବାନୁମାନ କରି ଚାଷୀ ପାଟ ଜମିରେ ରଜ ପୂର୍ବରୁ ବିହନ ବୁଣାବୁଣି ସାରିଛନ୍ତି। ବର୍ଷା ଓ କେନାଲ ପାଣି ଅଭାବରୁ ଏହା ନିଶ୍ଚିତ ଭାବେ ଗଜା ମରୁଡି ହେବ। ସେହିପରି ଧାନ ରୁଆ ପାଇଁ ଏବେ ତଳି ସମସ୍ୟା ଦେଖାଦେଇଛି। ବିହନ ଯୋଗାଣ ସମ୍ପର୍କରେ କେନ୍ଦ୍ରାପଡ଼ା ଫାର୍ମର୍ସ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ପାକ୍‌ସ ଓ ରିଟେଲ ପଏଣ୍ଟକୁ ଚାଷୀଙ୍କ ଖରିଫ ବିହନ ଯୋଗାଣ ହୋଇଛି ବୋଲି କୁହାଯାଉଛି। ମାତ୍ର ଅଳ୍ପ କେତୋଟି କିସମ ବିହନ ବ୍ୟତୀତ ଅଧିକ ଅମଳକ୍ଷମ ବିହନ ଯୋଗାଣ ହୋଇନାହିଁ। ଫଳରେ ଚାଷୀ ବିହନ ପାଇଁ ବିକ୍ରୟ କେନ୍ଦ୍ରରୁ ବାରମ୍ବାର ଯାଇ ଫେରୁଛନ୍ତି। କୃଷି ବିଭାଗ ନିର୍ଦ୍ଦେଶକ ଶିବ ପ୍ରସାଦ ମଲ୍ଲିକଙ୍କୁ ପଚାରିବାରେ ବର୍ଷା ସ୍ବାଭାବିକ ପ୍ରକ୍ରିୟାରେ ହେଉଛି। ଚାଷ ପାଇଁ ଏହା ବାଧକ ହେବ ନାହିଁ। ବିହନ ଯୋଗାଣକୁ ତ୍ୱରାନ୍ବିତ ପାଇଁ ବିଭିନ୍ନ ପ୍ରକ୍ରିୟାକରଣ କେନ୍ଦ୍ର ଓ ବିହନ ନିଗମ ସହିତ ଯୋଗାଯୋଗ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

‘ଗରିବ ଯଦି ମହାପ୍ରଭୁଙ୍କ ସାମଗ୍ରୀ ବିକ୍ରି କର’, ପୁରୀରେ ସାନ୍ତା ଟୋପି ବିକ୍ରିକୁ ନେଇ ବିବାଦ

ଭୁବନେଶ୍ୱର: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ୱରର ଏବଂ ଶ୍ରୀକ୍ଷେତ୍ର ପୁରୀର ରାସ୍ତା କଡ଼ରେ ସାନ୍ତା କ୍ଲଜ୍ ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri