ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଯୋଡ଼ା, ,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ରବିବାର ମୌସୁମୀର ପ୍ରଥମ ବର୍ଷା ହୋଇଛି। ଫଳରେ ଲୋକେ ପ୍ରବଳ ଗରମରୁ ତ୍ରାହି ପାଇଥିବା ବେଳେ ଏହି ପହିଲି ବର୍ଷା ଯୋଡା ସହରବାସୀଙ୍କୁ ବେହାଲ କରିଦେଇଛି। ଯୋଡ଼ା ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବା ବେଳେ ଅଧିକାଂଶ ସ୍ଥାନରେ ଏହି ବର୍ଷା ଜଳ ଜମା ହୋଇ ହୋଇ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଯୋଡା ବସ୍ତି ଠାରୁ ବାହାରିଥିବା ମୁଖ୍ୟ ଡ୍ରେନଟି ଯୋଡା ବଜାର ଦେଇ ରାଧାକୃଷ୍ଣ ମନ୍ଦିର ନିଟକରେ ସୁନା ନଦୀରେ ମିଶିଥିବା ବେଳେ ବର୍ଷା ପୂର୍ବରୁ ଏହାର ସଫେଇ କାର୍ଯ୍ୟ କରାଯାଇ ନ ଥିବାରୁ ବର୍ଷା ଜଳ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି ଡ୍ରେନ୍‌ ଉପରେ ଢଳେଇ ସ୍ଲାବ ପକାଯାଇଥିବା ବେଳେ ଏହା ରାସ୍ତା ଠାରୁ ଏକ ଫୁଟ ଉଚ୍ଚରେ ଥିବାରୁ ରାସ୍ତାର ବର୍ଷା ଜଳ ମଧ୍ୟ ଏହି ଡ୍ରେନ୍‌ରେ ପ୍ରବାହିତ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି। ସେହିପରି ପାଇପ୍‌ ଲାଇନ୍‌ ଖୋଲା ପାଣି ଜମିବାରେ ଆଉ ଏକ ପ୍ରମୁଖ କାରଣ ସାଜିଛି।
ଯୋଡା ବଜାରକୁ ଯାଇଥିବା ମୁଖ୍ୟ ପୋଲ ଉପରେ ଜଳ ନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମି ରହି ଥିବାରୁ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯୋଡା ସହର ମଧ୍ୟ ଦେଇ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭିନ୍ନ ସ୍ଥାନରେ ମାଟି ଗଦା ହୋଇ ଜଳ ନିଷ୍କାସନ ହେବାରେ ବାଧକ ସାଜିଛି । ଏହା ସହିତ ରାସ୍ତା କଡ଼ରେ ପାଇପ ଲାଇନ ଖୋଳା ଯାଉଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି। ଫଳରେ କାଦୁଅ ପଙ୍କରେ ରାସ୍ତା ପରିପୂର୍ଣ୍ଣ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ଅସରାଏ ବର୍ଷାରେ ଆଇଡିବିଆଇ ବ୍ୟାଙ୍କ ନିକଟରୁ ଗୋପମହାନ୍ତି ହଟିଂ ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଲାକଙ୍କ ଅଭିଯୋଗକ୍ରମେ ଯୋଡ଼ା ପୋରଧ୍ୟକ୍ଷ ଡ଼ାକ୍ତର ଜଗଦିଶ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଅସ୍ଥାୟୀ ଭାବେ ଏହି ଜଳ ନିଷ୍କାସନର ବ୍ୟବସ୍ଥା କରିଛନ୍ତି। ଯୋଡା ପୌରାଞ୍ଚଳରେ ଥିବା ଡ୍ରେନ ଗୁଡିକର ସଫେଇ କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri