କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା କଥା। ବିଳମ୍ବ କଲେ ଅଗଷ୍ଟ ବେଳକୁ ପୋକ ଲାଗିବା ସମ୍ଭାବନା ଅଧିକ। ତେଣୁ ସାମାନ୍ୟ ବର୍ଷାରେ ବି ଚାଷୀ ବିହନ ବୁଣା କାମରେ ଲାଗିଯାଆନ୍ତି। ହେଲେ ପରବର୍ତ୍ତୀ ସମୟରେ ବର୍ଷା ନ ହେଲେ ଗଜାମରୁଡ଼ି ହେବାର ସମ୍ଭାବନା ବଢ଼ିଯାଏ। ଅନ୍ୟପଟେ କେନାଲ ପାଣି ନ ଆସିଲେ ରୁଆ କାମରେ ବାଧା ସୃଷ୍ଟି ହୁଏ। ଯେହେତୁ ଚଳିତବର୍ଷ ଏଯାଏ ଗ୍ରୀଷ୍ମ କୋପରୁ ନିସ୍ତାର ମିଳିନି, ତେଣୁ ଆଗକୁ ପରିସ୍ଥିତିରେ ସୁଧାର ନ ଆସିଲେ ଅର୍ଥାତ୍‌ ଠିକ୍‌ ପରିମାଣର ବର୍ଷା ନ ହେଲେ ଅସୁବିଧା ରହିଛି । ସେନେଇ ଚାଷୀକୁଳ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
୨୦୧୬ରୁ ଏ’ପର୍ଯ୍ୟନ୍ତ ଦେଖିଲେ ଜଣାଯାଏ, ଚଳିତବର୍ଷ ମେ ଓ ଜୁନରେ ଆଶାତୀତ କମ୍‌ ବର୍ଷା ହୋଇଛି। ବିଗତ ବର୍ଷଗୁଡ଼ିିକରେ ଜୁନ୍‌ର ବର୍ଷା ରେକର୍ଡ ଅନୁଶୀଳନ କଲେ ଜଣାଯାଏ, ୨୦୧୬ରେ ଜିଲାରେ ୯୬୨ ମିଲିମିଟର (ଏମ୍‌ଏମ୍‌), ୨୦୧୭ରେ ୯୮୮ ଓ ୨୦୧୮ରେ ୧,୬୨୫ ଏମ୍‌ଏମ୍‌ ବର୍ଷା ହୋଇଛି। ୨୦୧୯ରେ ୧୧୩୧ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଥିଲା, ଯାହାକି ଜିଲାରେ ହାରାହାରି ବୃଷ୍ଟିପାତ ୯୬.୮୮ ଥିଲା। ୨୦୨୦ରେ ୯୧୫ (ହାରାହାରି ୧୧୪.୩୮)ଏମ୍‌ଏମ୍‌ ଓ ୨୦୨୧ରେ ୧୬୮୬ (୨୧୦.୭୫)ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ଦୁଃଖର କଥା ହେଲା, ୨୦୨୨ ଜୁନରେ ଏପର୍ଯ୍ୟନ୍ତ ମାତ୍ର ୪୪ (୫.୫)ଏମ୍‌ଏମ୍‌ ବର୍ଷା ରେକର୍ଡ ହୋଇଛି। ମାର୍ଚ୍ଚ ଓ ଏପ୍ରିଲରେ ଆଦୌ ବର୍ଷା ହୋଇନାହିଁ। ମେ’ରେ ୨୭୨ ଏମ୍‌ଏମ୍‌ ଅର୍ଥାତ୍‌ ହାରାହାରି ବୃଷ୍ଟିପାତ ୩୪ ଏମ୍‌ଏମ୍‌ ରହିଛି। ମୌସୁମୀ ରାଜ୍ୟରେ ପହଞ୍ଚତ୍ଥିଲେ ସୁଦ୍ଧା ଜଗତ୍‌ସିଂହପୁର ଜିଲାରେ ଏହାର ସ୍ପର୍ଶ ହୋଇନାହିଁ । ଖୁବ୍‌ଶୀଘ୍ର ଏହା ଛୁଇଁବା କୁହାଯାଉଥିଲେ ସୁଦ୍ଧା ଭରସା ପାଉନାହଁି। ବର୍ଷା ହେବାରେ ବିଳମ୍ବ ହେଲେ ଜିଲାର ପାଖାପାଖି ୨୦ ହଜାର ହେକ୍ଟର ଚାଷ ଜମିରେ ବିହନବୁଣା କାର୍ଯ୍ୟ ବିଳମ୍ବ ହୋଇପାରେ। ଏ ସମ୍ପର୍କରେ କେତେଜଣ ଚାଷୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦିନ ଥିଲା ରଜ ପୂର୍ବରୁ ବିଲରେ ଲଙ୍ଗଳ ପଶୁଥିଲା। ଏହାଦ୍ୱାରା ବିଲରୁ ଘାସ ଆଦି ସଫା ହୋଇଯାଉଥିବାରୁ ବିହନ ବୁଣିବା ସହଜ ହେଉଥିଲା। କିନ୍ତୁ ଏବେ ପାଣିପାଗ ପରିବର୍ତ୍ତନ ଚାଷରେ ବାଧା ସୃଷ୍ଟି କରୁଛି। ତଥାପି କମ୍‌ ବର୍ଷା ହେଲେ ଅର୍ଥାତ୍‌ ମାଟି ନରମ ହୋଇଗଲେ ବୁଣାବୁଣି ଆରମ୍ଭ ହୋଇଯିବ। ଗଜା ବାହାରିବାକୁ ପାଖାପାଖି ୫ରୁ ୬ ଦିନ ସମୟ ଲାଗୁଛି । ତା‘ପରେ ଅର୍ଥାତ୍‌ ୮ରୁ ୧୦ ଦିନ ଭିତରେ ବର୍ଷା ହେବା ଜରୁରୀ। ନଚେତ ମାଟି ଶୁଖି ଗଜା ପ୍ରତି ବିପଦ ସୃଷ୍ଟି କରିବ। ଏପରି କି ଗଜାମରୁଡ଼ି ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବନି। ଜିଲାର ନାଉଗାଁ, ଏରସମା ଓ ବିରିଡ଼ି ବ୍ଳକର କିଛି ଅଞ୍ଚଳରେ ଏହି ମରୁଡି ଭୟ ଅଧିକ ରହିଛି। ଏହାଛଡା ବିଳମ୍ବ କଲେ ଧାନ ଗଛରେ ପୋକ ଲାଗିବା ଭୟ ଥିବାରୁ କ’ଣ କରିବାକୁ ପଡ଼ିବ ସେନେଇ ଚିନ୍ତା ବଢ଼ିଯାଇଛି ବୋଲି ଚାଷୀମାନେ ମତପ୍ରକାଶ କରିିଛନ୍ତି। ଅନ୍ୟପଟେ ଜୁଲାଇରେ କେନାଲରେ ପାଣି ଆସିବ। ତା’ପରେ ତଳି ପଡିବ। ଅନେକ ସମୟରେ କେନାଲରେ ପାଣି ଆସିବାରେ ବିଳମ୍ବ ଯୋଗୁ ଚାଷୀ ଅସନ୍ତୋଷ ସୃଷ୍ଟି ହେଉଛି। ଏ ବର୍ଷ ମଧ୍ୟ କମ୍‌ ବର୍ଷା ଯୋଗୁ କେନାଲ ପାଣି ଆସିବାରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ରାଜକିଶୋର ଦାସ ସୂଚନା ଦେଇ କହିଛନ୍ତି, ବାସ୍ତବରେ ବର୍ଷା ନ ହେଲେ ଚାଷ ବାଧାପ୍ରାପ୍ତ ହେବ । ତଥାପି ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଜଗତ୍‌ସିଂହପୁର ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷା କମିଗଲେ ମଧ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ପାରେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri