ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ ଗୁରୁ ଗ୍ରନ୍ଥ ସାହେବ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗୁରୁଦ୍ୱାରା କମିଟିର ଅଧ୍ୟକ୍ଷ ଗୁରୁନାମ ସିଂଙ୍କ ଘରକୁ ନିଆଯାଇଛି।

ଗୁରୁଦ୍ୱାରା ନିକଟରେ ରହୁଥିବା କୁଲଜିତ ସିଂ ଖାଲସା କହିଛନ୍ତି ଯେ ତାଙ୍କ ଘର ଗୁରୁଦ୍ୱାରା ସାମ୍ନାରେ ଅଛି। ଗୁଳିର ଶବ୍ଦ ଶୁଣିବା ମାତ୍ରେ ସେ ଝରକା ବାହାରକୁ ଚାହିଁଥିଲେ। ସେଠାରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ ହେଉଥିଲା। ଆକ୍ରମଣକାରୀ ତାଲିବାନ ଚେକପୋଷ୍ଟ ନିକଟରେ ପାର୍କିଂ ହୋଇଥିବା କାର ଭିତରେ ଲୁଚି ରହିଥିଲେ। ଏହା ପରେ ଏକ କାର ବିସ୍ଫୋରଣରେ ସେଠାରେ ଥିବା ତାଲିବାନ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଯୋଗୁ ନିକଟସ୍ଥ ଦୋକାନ ଏବଂ ଘର ନଷ୍ଟ ହୋଇଯାଇଥିଲା।

ଗୁରୁଦ୍ୱାରାରେ ସକାଳର ପ୍ରାର୍ଥନା ଆରମ୍ଭ ହେବାର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣ ସମୟରେ ଗୁରୁଦ୍ୱାରାରେ ପ୍ରାୟ ୩୦ ଜଣ ଉପସ୍ଥିତ ଥିଲେ। ଯଦି ପ୍ରାର୍ଥନା ଆରମ୍ଭ ହେବା ପରେ ଏହି ଆକ୍ରମଣ ହୋଇଥାନ୍ତା, ତେବେ ଅଧିକ ଲୋକ ମୃତାହତ ହେବାର ଆଶଙ୍କା ଥିବା ସେ କହିଛନ୍ତି।

ଶିଖ ସମ୍ପ୍ରଦାୟର ନେତାମାନେ କହିଛନ୍ତି ଯେ ତାଲିବାନ ଶାସିତ ଆଫଗାନିସ୍ତାନରେ କେବଳ ୨୦ଟି ଶିଖ ପରିବାର ରହିଛନ୍ତି। ସେମାନଙ୍କର ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରି ସମଗ୍ର ଦେଶରେ କେବଳ୧୪୦ରୁ ୧୫୦ ଜଣ ଶିଖ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ ସହର ଜାଲାଲାବାଦ ଏବଂ ରାଜଧାନୀ କାବୁଲରେ ବାସ କରୁଛନ୍ତି।

ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଦେଶର ଶିଖ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଶିଖ ସମ୍ପ୍ରଦାୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ କହିଛନ୍ତି ଯେ ସମସ୍ତେ ଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ଚାହାଁନ୍ତି, କିନ୍ତୁ ଭାରତ ସରକାର ସେମାନଙ୍କୁ ଭିସା ଦେଉନାହାଁନ୍ତି। ଏହି କାରଣରୁ ସେମାନେ ଅସୁବିଧାରେ ପଡ଼ିଛନ୍ତି। ଭାରତ ସରକାରଙ୍କୁ ସେମାନେ ସହାୟତରା ପାଇଁ ଅନୁରୋଧ କରିଛନ୍ତି।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଇ-ଭିସା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri