ତେଜିଲା ଆନ୍ଦୋଳନ, ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

ଭୋଗରାଇ,୧୯ ।୬(ଡି.ଏନ.ଏ.): ମାଟି ହେଉଛି ପ୍ରକୃତିର ଦାନ। ଏହି ମାଟିରେ ଆମେ ବହୁ ଲହୁ ଲୁହ ଦେଇ ଜୀବନ ନିର୍ବାହ କରୁଛୁ। ଧୂ ଧୂ ବାଲିପନ୍ତାରେ ଖରାବର୍ଷାକୁ ଖାତିର ନ କରି ପାନ ବରଜ, କାଜୁ, ନଡ଼ିଆ, କୁକୁଡ଼ା ଫାର୍ମ କରି ପରିବାର ପ୍ରତିପୋଷଣ କରୁଛୁ। ଏହି ମାଟି ଆମ ଗରିବ ଗୁରୁବାଙ୍କ ଜୀବନ ଜୀବିକାକୁ ନିର୍ଦ୍ଧାରଣ କରୁଛି। ସରକାର ଜୋର ଜବରଦସ୍ତ କରି ଆମକୁ ଏଠାରୁ ଉଚ୍ଛେଦ କଲେ ମରିବୁ ପଛେ ଆମ ଭିଟାମାଟି ଛାଡ଼ିବୁ ନାହଁି ବୋଲି ପ୍ରଶାସନକୁ ଋଣ ହୁଙ୍କାର ଦେଇଛନ୍ତି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଅଭୟମହଲର ଗ୍ରାମବାସୀ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ପ୍ରସ୍ତାବିତ ୨୧୨ କୋଟିର ଦ୍ୱିତୀୟ ମେଗା ପାନୀୟଜଳ ପ୍ରକଳ୍ପ ନିମନ୍ତେ ପ୍ରଶାସନ ପକ୍ଷରୁ ଗତ ୨୯।୧୦।୨୧ରେ ରାଜସ୍ବ ବିଭାଗ ଓ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଲଗାତର ଭାବେ ସେଠାରେ ପାନୀୟ ଜଳ ପ୍ରକଳ୍ପ ସ୍ଥାନାନ୍ତର ଦାବିରେ ଦିବାରାତ୍ର ଗ୍ରାମବାସୀମାନଙ୍କ ପକ୍ଷରୁ ଆନ୍ଦୋଳନକୁ ତେଜିୟାନ କରାଯାଇଥିଲା। ଗ୍ରାମବାସୀଙ୍କ ମେଳି ଓ ଉତ୍ତେଜନାକୁ ଲକ୍ଷ୍ୟ ରଖି ପ୍ରଶାସନ ସହିତ ପାନୀୟ ଜଳ ପ୍ରକଳ୍ପ କମ୍ପାନୀ ଜାଗା ଅଧିଗ୍ରହଣ ପାଇଁ ସାହସ କରିପାରି ନ ଥିଲେ। ଦୀର୍ଘ ୮ମାସ ନୀରବତା ପରେ ହଠାତ୍‌ ଗତ ଶୁକ୍ରବାର ସନ୍ଧ୍ୟାରେ ଭୋଗରାଇ ତହସିଲଦାର, ପାନୀୟଜଳ ପ୍ରକଳ୍ପ କମ୍ପାନୀର ଅଧିକାରୀ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କରୁଥିବା ବେଳେ ଶତାଧିକ ଗ୍ରାମବାସୀ ଉପସ୍ଥିତ ହୋଇ ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କ ସହିତ ପ୍ରଶାସନର କଥା କଟାକଟି ହେବାରୁ ସ୍ଥିତି କ୍ରମଶଃ ଜଟିଳ ହୋଇ ପଡ଼ିଥିଲା। ଦୀର୍ଘ ସମୟ ଏଭଳି ସ୍ଥିତି ଲାଗିବାରୁ ଆନ୍ଦୋଳନକାରୀ ଗ୍ରାମବାସୀମାନେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଥିଲେ। ପୋଲିସ ଲାଠି ଧରି ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ପ୍ରସ୍ତୁତ ରହିଥିବାର ନଜରକୁ ଆସିଥିଲା। ପରିସ୍ଥିତିକୁ ଉପଲବ୍ଧତ୍ କରି ପ୍ରଶାସନ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲା। ଶନିବାର ପୂର୍ବାହ୍ନରେ ପ୍ରକଳ୍ପ ସ୍ଥାନରୁ ଗ୍ରାମବାସୀଙ୍କ ପକ୍ଷରୁ ପୁଣି ଦିବାରାତ୍ର ଅନଶନ ଚାଲୁ ରହିଥିବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri