ଦ୍ୱିତୀୟ ବିବାହ କରି ଯୁବକ ଗିରଫ

ଖଇରା,୧୩ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ନଟାପଡ଼ା ଗାଁର ନରେନ୍ଦ୍ର ବିଦାନ୍ତ ନାମକ ଜଣେ ବିବାହିତ ଯୁବକ ମିଥ୍ୟା ପ୍ରଲୋଭନ ଦେଖାଇ ଦ୍ବିତୀୟ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି। ଖଇରା ପୋଲିସ ତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରଛି। ଏନେଇ ଥାନାରେ ଏକ ମାମଲା(୧୬୨/୨୨) ରୁଜୁ ହୋଇଛି। ବେଦାନ୍ତ ମୁମ୍ବାଇରେ ରହି ଘରୋଇ କାର୍ଯ୍ୟ କରୁଥିବା ସମୟରେ ସେହି ସ୍ଥାନରେ ରାୟଗଡ଼ା ଜିଲା ଗୁଡାରି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ୪ବର୍ଷ ପୂର୍ବେ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ବର୍ଷେ ହେବ ରାୟଗଡା ସ୍ଥିତ ଶିବମନ୍ଦିରରେ ରୀତିନୀତି ଅନୁସାରେ ଉଭୟଙ୍କ ବାହାଘର ହୋଇଥିଲା। ବାହାଘର ପରେ ନରେନ୍ଦ୍ର ପୂର୍ବରୁ ବିବାହ କରିଥିବା ଓ ତାଙ୍କର ଗୋଟିଏ ପୁଅ ଥିବା ଦ୍ୱିତୀୟ ସ୍ତ୍ରୀଙ୍କୁ ଜଣାଇଥିଲେ। ପରେ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବା କହି ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡ଼ି ଘରକୁ ପଳାଇ ଆସିଥିଲେ। ଏହା ପରଠାରୁ ସେ ଦ୍ୱିତୀୟ ସ୍ତ୍ରୀଙ୍କ ସହିତ ଆଉ କୌଣସି ଯୋଗାଯୋଗ ରଖି ନ ଥିଲେ। ତେଣୁ ୩ମାସର ଗର୍ଭବତୀ ଥିବା ଦ୍ୱିତୀୟ ସ୍ତ୍ରୀ ତାଙ୍କ ପରିବାର ସହିତ ୪ଦିନ ପୂର୍ବେ ଆସି ଖଇରା ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଅଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri