ବସ୍ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା

ଅନୁଗୋଳ ଅଫିସ, ୮।୬ – ବସ୍‌ରେ ଯିବାକୁ ଥିବା ଯାତ୍ରୀ ପାଇବେ ବିମାନବନ୍ଦର ଭଳି ସୁବିଧା। ପାର୍କିଂ, ଶପିଂ, ମେଡିସିନ, ଯାହା ଚାହିଁବେ ତାହା ହାତପାହାନ୍ତାରେ ପାଇପାରିବେ। ବସ୍‌ ଟାଇମିଂ ଜାଣିବାଠାରୁ ଆରମ୍ଭ କରି ଇ-ଟିକେଟ୍‌ ଯାଏ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ ସେମାନଙ୍କ ପାଇଁ। ଆଗାମୀ ଦିନରେ ସିନେମା ହଲରେ ବସି ମଜା ମଧ୍ୟ ନେଇପାରିବେ ବସ୍‌ଯାତ୍ରୀ। ଅନୁଗୋଳରେ ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଥିବା ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ଏଭଳି ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ଏହାର ଭିତ୍ତିଭୂମିକୁ ଏପରି ବିକଶିତ କରାଯାଇଛି ଯେ ଏହା କୌଣସି ବିମାନବନ୍ଦରଠାରୁ କମ୍‌ ନୁହେଁ।
ଅନୁଗୋଳରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପାଇଁ ୨୦୧୧ ଜୁଲାଇ ୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୨ ଏପ୍ରିଲ ୯ରେ ଏ ନେଇ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ସହ ମିଲନ ଡେଭଲପର୍ସ ଆଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ ଓ ଅନୁଗୋଳ ବସ୍‌ ଟର୍ମିନାଲ କମ୍ପାନୀ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ୨୦୧୩ ଜୁନ୍‌ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭୂମିପୂଜା କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୪.୯୫ କୋଟି ବ୍ୟୟବରାଦରେ ହେବାକୁ ଥିବା ଏହି ଟର୍ମିନାଲ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲେ ହେଁ ଶେଷ କରିବାରେ ବହୁ ବିଳମ୍ବ ହୋଇଛି। ଏପରି କି ବ୍ୟୟ ଅଟକଳ ମଧ୍ୟ ୪୦ କୋଟି ଛୁଇଁସାରିଛି। ତେବେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବାରୁ ଆସନ୍ତା ମାସରେ ଏହାକୁ ଲୋକାର୍ପଣ କରାଯିବାର ଯୋଜନା ରହିଛି। ଆସନ୍ତା ୧୦ ତାରିଖରେ ଟର୍ମିନାଲରେ ସୁରକ୍ଷାକର୍ମୀ ଓ ହାଉସକିପିଂ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏଠାରେ ବିମାନବନ୍ଦର ଭଳି ବସ୍‌ଯାତ୍ରୀମାନେ ସୁବିଧା ପାଇପାରିବେ। ବସ୍‌ରେ ଯିବାକୁ ଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡରେ ନିଜ ଗାଡ଼ି ପାର୍କିଂ କରିପାରିବେ। ୧୪ଟି ବଡ଼ ଓ ୧୨ଟି ଛୋଟ ଦୋକାନ ନିର୍ମାଣ କରାଯାଇଥିବାରୁ ଚା, କଫିଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ, ମେଡିସିନ ସୁବିଧା ଏଠାରେ ଉପଲବ୍ଧ ହେବ। ଡିଜିଟାଲ ଟାଇମ୍‌ ଟେବୁଲର ବ୍ୟବସ୍ଥା ଥିବାବେଳେ ଟିକେଟ୍‌ ପାଇଁ ୬ଟି କାଉଣ୍ଟର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ କଟକ, ଭୁବନେଶ୍ୱର, ସମ୍ବଲପୁର, କେନ୍ଦୁଝର, ଯାଜପୁର ଆଦି ୬ଟି ରୁଟ୍‌କୁ ବସ୍‌ ଯାତାୟାତ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ଗମନାଗମନ ସୁବିଧା କରାଯିବ। ବସ୍‌ ରହିବାକୁ ସମୁଦାୟ ୩୩ଟି ପ୍ଲାଟଫର୍ମ କରାଯାଇଛି। ଗାଡ଼ି ସର୍ଭିସିଂ, ମରାମତି ପାଇଁ ଗ୍ୟାରେଜ ରହିଛି। ଏକାବେଳେ ୩୫୦ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗୃହ, ଭିଆପି ଗେଷ୍ଟ ହାଉସ୍‌, ସାମଗ୍ରୀ ରଖିବା ପାଇଁ କ୍ଲକ ରୁମ୍‌, ଏଟିଏମ୍‌, ଲିପ୍ଟ, ମନୋରଞ୍ଜନ ବ୍ୟବସ୍ଥା, ବେବି ଫିଡିଙ୍ଗ ରୁମ୍‌, ଶୌଚାଳୟ, ଉସତ୍ବ ପାଳନ କରିବାକୁ ପର୍ଯ୍ୟାପ୍ତ ଜାଗା, ଡ୍ରାଇଭର ଓ ହେଲପରଙ୍କ ବିଶ୍ରାମ ଓ ଆମୋଦ ପ୍ରମୋଦ ଗୃହ ବ୍ୟବସ୍ଥା ରହିଛି। ଏଥିସହ ଫାଣ୍ଡି ଘର, ଘରୋଇ ବସ୍‌ ମାଲିକ ସଂଘ ପାଇଁ ଘର ଓ ଅନ୍ୟାନ୍ୟ ଗୃହ ନିର୍ମାଣ ଚାଲିଛି। ଆଗକୁ ପିଲାଙ୍କ ଗେମ୍‌ ଜୋନ୍‌, ଜିମ୍‌, ସିନେମା ହଲ ଓ ମଲ୍‌ ବ୍ୟବସ୍ଥା କରାଯିବ ବୋଲି ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଏଥିସହ ଟିର୍ମନାଲରେ ଦୁଇଟି ସ୍ବେରେଜ ସିଷ୍ଟମ କରାଯାଇଛି। ନିର୍ଗତ ହେବାକୁ ଥିବା ପାଣିକୁ ବିଶୋଧନ କରାଯାଇ କିଭଳି ବ୍ୟବହାରଯୋଗ୍ୟ କରାଯିବ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri