ରାଷ୍ଟ୍ରପତିଙ୍କ ସୁରକ୍ଷା ଢିଲା ଘଟଣା: ପାଇଲଟ୍‌ଙ୍କୁ ହେବ ପଚରାଉଚରା

ଓ୍ବାଶିଂଟନ,୬ା୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା  କଡ଼ା ବୋଲି କୁହାଯାଏ। କିନ୍ତୁ ଶନିବାର ସୁରକ୍ଷା କ୍ଷେତ୍ରରେ ଢିଲା ବ୍ୟବସ୍ଥା ଥିବା ଘଟଣା ସାମ୍ନାକୁ ଆସଛି। ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଡେଲାଓ୍ବେର ଘର ଉପରେ ଏକ ଛୋଟ ଘରୋଇ ବିମାନ ନିଷିଦ୍ଧ ଏରିଆରେ (ନୋ-ଫ୍ଲାଏ ଜୋନ୍‌) ଖସିପଡ଼ି ଆତଙ୍କ ସୃଷ୍ଟି କରିଥିଲା। ସେତେବେଳେ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ ବାଇଡେନ ଘରେ ଥିଲେ। ଆକ୍ରମଣର ସମ୍ଭାବନା ଦେଖି ତାଙ୍କୁ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ବିମାନଟି ଭୁଲ୍‌ରେ ନୋ-ଫ୍ଲାଏ ଜୋନ୍‌ରେ ପ୍ରବେଶ କରିଥିଲା। ହ୍ବାଇଟ୍‌ ହାଉସର ଏକ ବିବୃତ୍ତିରେ କୁହାଯାଇଛି, ଉଭୟ ଆମେରିକାର ରାଷ୍ଟ୍ରପତି ଏବଂ ତାଙ୍କ ସ୍ତ୍ରୀ ସୁରକ୍ଷିତ ଅଛନ୍ତି। ହ୍ବାଇଟ୍‌ ହାଉସର ଜଣେ ଅଧିକାରୀ କହିଛନ୍ତି, ଅନୁସନ୍ଧାନ ପରେ ଉଭୟ ନିଜ ବାସଭବନକୁ ଫେରିଛନ୍ତି।

ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରି ସିକ୍ରେଟ ସର୍ଭିସ ମୁଖପାତ୍ର ଆନ୍ଥୋନୀ ଗୁଲିମ୍‌ କହିଛନ୍ତି, ଅନ୍ୟ ତ୍ରୁଟି ମଧ୍ୟରେ ବିମାନର ପାଇଲଟ ତାଙ୍କ ନିର୍ଦ୍ଦିଷ୍ଟ ରେଡିଓ ଚ୍ୟାନେଲରେ ନ ଥିଲେ। ମୁଖପାତ୍ର ଏହା ମଧ୍ୟ କହିଛନ୍ତି, ପାଇଲଟ ବିମାନ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହାନ୍ତି। ସେ କହିଛନ୍ତି, ଆମେରିକାର ଗୁପ୍ତ ସେବା ଅଭିଯୁକ୍ତ ପାଇଲଟଙ୍କୁ ଏମିତି କାହିଁକି କଲେ ସେନେଇ ପ୍ରଶ୍ନ କରିବ।

ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏତେ ବ୍ୟତିକ୍ରମ ଯାହାକି ଏକ ଚିନ୍ତାର ବିଷୟ। କାରଣ ଆଜିକାଲି ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି। କିଛି ଦିନ ପୂର୍ବରୁ ବାଇଡେନ ଦେଶରେ ଅସ୍ତ୍ରଶସ୍ତ୍ର ବିକ୍ରି ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri