Posted inଜାତୀୟ

ମଦ ପାଇଁ ନେପାଳରେ ବିହାରୀ

ନୂଆଦିଲ୍ଲୀ,୨୧।୫: ବିହାରରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବଢ଼ିବାରେ ଲାଗିଥିଲା। ମଦକୁ ଏହାର କାରଣ ଭାବେ ଧରିନେଇ ମହିଳାମାନେ ରାଜ୍ୟରେ ନିଶା ବିରୋଧୀ ଆନ୍ଦୋଳନ ଚଳାଇଥିଲେ। ୨୦୧୫ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗାଁରେ ମହିଳାମାନେ ମଦ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ନୀତୀଶ ମହିଳାଙ୍କ ଭୋଟରେ ବିଜୟୀ ହୋଇ ପୁନର୍ବାର କ୍ଷମତାସୀନ ହେବା ପରେ ପ୍ରତିଶ୍ରୁତି ରକ୍ଷାକରି ବିହାରରେ ମଦ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କଲେ। କିନ୍ତୁ ତାଙ୍କ ରାଜ୍ୟର ନିଶାସକ୍ତମାନେ ବିନା ମଦରେ ରହିପାରିଲେ ତ। ବିହାରରେ ମଦ୍ୟପାନର ଦୃଶ୍ୟ ଏବେ ପଡ଼ୋଶୀ ନେପାଳ ସୀମାକୁ ଡେଇଁଛି। ନେପାଳୀ ମଦଭାଟି ଓ ବାର୍‌ଗୁଡ଼ିକ ସାମ୍ନାରେ ପ୍ରତ୍ୟହ ସଂଖ୍ୟାଧିକ ବିହାରୀ ନମ୍ବର ପ୍ଲେଟ୍‌ ସଂଲଗ୍ନ ବାଇକ୍‌ ନିଜ ଆରୋହୀଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳୁଛି।
ମହିଳାମାନେ ଶସ୍ତାରେ କିଣାକିଣି ପାଇଁ ସୀମା ଅତିକ୍ରମ କରି ଭାରତ ପଟକୁ ଆସି ସନ୍ଧ୍ୟାରେ ଫେରିଯାଆନ୍ତି। ଅନୁରୂପ ଭାବେ ବିହାରୀ ପୁରୁଷମାନେ ମଦ ପାଇଁ ସୀମା ଡେଉଁଛନ୍ତି। ରାସ୍ତାକଡ଼ ବାର୍‌ଗୁଡ଼ିକ ରାତି ୯ଟାରେ ବନ୍ଦ ହେବା ପର୍ଯ୍ୟନ୍ତ ମଦ୍ୟପାନ କରି ଫେରୁଛନ୍ତି। ରାଜନୈତିକ କାର୍ଯ୍ୟକଳାପଜନିତ ଉତ୍ତେଜନାକୁ ବାଦ୍‌ ଦେଲେ ଅଧିକାଂଶ ସମୟରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମାନ୍ତବାସୀଙ୍କ ବିସ୍ତୃତ ଆର୍ଥିକ ଚୟନ କ୍ଷମତାକୁ ଏକ ଖୋଲା ନୀତି କିଭଳି ସହାୟକ ହୋଇଛି, ଏହି ଦୃଶ୍ୟ ହେଉଛି ତା’ର ଉତ୍କୃଷ୍ଟ ଦୃଷ୍ଟାନ୍ତ। ଏଠାରେ ପରିବହନର ସହଜ ମାଧ୍ୟମ ମୋଟରସାଇକେଲର ଆବଶ୍ୟକତା କଥା ଦେଖିଲେ ସ୍ପେୟାର ପାଟର୍‌ସ ଭାରତରେ କମ୍‌ ଦାମ୍‌ରେ ମିଳୁଥିବାବେଳେ ପେଟ୍ରୋଲ ନେପାଳରେ ଶସ୍ତା। ୨୦୧୬ରେ ବିହାରରେ ମଦ ବ୍ୟାନ୍‌ ହେବା ପରେ ୪୦୦ ମାଇଲ ବ୍ୟାପୀ ସୀମା ସେପଟେ ଥିବା ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ନେଇଏକ କ୍ଷୁଦ୍ରଶିଳ୍ପ ଗଢ଼ିଉଠିଛି ବିହାରୀଙ୍କ ତୃଷା ମେଣ୍ଟାଇବା ପାଇଁ।
ମଦ ପିଇ ପ୍ରଥମ ଥର ଧରା ପଡ଼ିଲେ ୨୦୦୦ରୁ ୫୦୦୦ ଟଙ୍କା ଜରିମାନା କିମ୍ବା ମାସେ ଜେଲ। ଅଭ୍ୟାସଗତ ମଦୁଆଙ୍କ ପାଇଁ ଜେଲ ଦଣ୍ଡ ବର୍ଷେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମତରେ ମଦ ବନ୍ଦ ରାଜ୍ୟରେ ହିଂସା ଓ ଅପରାଧର ଗ୍ରାଫ୍‌କୁ ତଳକୁ ଖସାଇଛି। ତେବେ ଏହି ବ୍ୟାନ୍‌ ଯୋଗୁ କେତେକ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି ହୋଇଛି। କୋର୍ଟଗୁଡ଼ିକ ଉପରେ ମଦ ମାମଲା ବୋଝ ପାଲଟିଥିବାବେଳେ ରାଜ୍ୟ ରାଜକୋଷ ବହୁ କୋଟି ଟଙ୍କାର ଅବକାରୀ ଟିକସ ହରାଉଛି। ଅଥଚ ବିହାରକୁ ଚାଲାଣ ହୋଇ ମଦ ଆସୁଛି। ଦୁଇ ତିନିଗୁଣା ଦରରେ ବ୍ଲାକ୍‌ରେ ବିକ୍ରି ହେଉଛି। ତେଣୁ ଶସ୍ତାରେ ମଦ ପିଇବାକୁ ସୀମା ଡେଇଁଲେ ଅସୁବିଧା କ’ଣ ବୋଲି ଜଣେ ବିହାରୀ ଚାଷୀ ପ୍ରଶ୍ନ କରିଛନ୍ତି। ସେ ଏକ ହୋଟେଲରେ ତୃଷା ମେଣ୍ଟାଇବା ପରେ ଆଉ ଗୋଟିଏ ବୋତଲ ନିଜ ଗାମୁଛାରେ ଗୁଡ଼ାଇ ଧରିଥିଲେ। ଫେରିବା ପୂର୍ବରୁ କହିଥିଲେ, ମୋତେ ଆଦୌ ନିଶା ହୋଇନାହିଁ। ସୀମାନ୍ତ ସହର ଜଳେଶ୍ୱର ନିବାସୀ ନେପାଳୀ ଅଧ୍ୟାପକ ଉମେଶ ଯାଦବଙ୍କ ମତରେ ଜନକପୁରର ଶୀତତାପ ନିୟନ୍ତ୍ରିତ ହୋଟେଲ ବାର୍‌ଗୁଡ଼ିକରେ ବିଦେଶୀ ଇମ୍ପୋଟେଡ୍‌ ମଦ ଅନେକ ବିହାରୀଙ୍କୁ ଆକର୍ଷିତ କରିଥାଏ। ଏକ ଖୋଲା ସୀମାର ଆର୍ଥିକ ସୁଯୋଗ ଛୋଟକାଟିଆ ଅସୁବିଧାଠାରୁ ଅଧିକ ଲାଭଦାୟକ। କେତେଜଣ ବ୍ୟକ୍ତି ମାତାଲ ହେବା ପରେ ପାଟିତୁଣ୍ଡ କରିଥାଆନ୍ତି। କିନ୍ତୁ ସେମାନଙ୍କୁ ସମ୍ଭାଳିବା ପାଇଁ ପୋଲିସ ମଧ୍ୟ ଜଗି ରହିଥାଏ। ସୀମା ସଂଲଗ୍ନ ଏକ ଗାଁରେ ବାର୍‌ କରିଥିବା ଜଣେ ମାଲିକ କହିଛନ୍ତି, ସେ ସେଠାରେ ସିସିଟିଭି କ୍ୟାମେରା ଲଗାଇଥିଲେ। କିନ୍ତୁ କିଛିଦିନ ମଧ୍ୟରେ ସମସ୍ତ ଗ୍ରାହକ ଉଭାନ ହୋଇଗଲେ।
ସୌଜନ୍ୟ: ଏନ୍‌ଓ୍ବାଇଟି


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri