ରାୟଗଡ଼ା ଜିଲାରେ ସ୍କୁଲକୁ ଆସୁନାହାନ୍ତି ୬୩୯୨ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ,୧୫।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି। ହେଲେ ରାୟଗଡ଼ା ଜିଲାରେ ପୂର୍ବଭଳି ପିଲାମାନେ ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ଜିଲାରେ ୬୩୯୨ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବା ତଥ୍ୟରୁ ଜଣାପଡ଼ିଛି। କାଶୀପୁର ବ୍ଲକରେ ସର୍ବାଧିକ ପିଲା ଅନୁପସ୍ଥିତ ରହୁଛନ୍ତି। ସେହିପରି ଗୁଡାରି ବ୍ଲକରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା ସବୁଠାରୁ କମ୍‌ ରହିଛି। ଏହି ତଥ୍ୟ ଏବେ ଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ଶିକ୍ଷକମାନେ ଘରକୁ ଘର ଯାଇ ଡ୍ରପ୍‌ଆଉଟ ପିଲାଙ୍କୁ ସ୍କୁଲ ମୁହାଁ କରାଇବେ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଏହା ରାୟଗଡ଼ା ଜିଲାରେ କେତେ ସଫଳ ହେବ ତାହା ଆଗାମୀ ସମୟ କହିବ।
ସଚେତନତା ସତ୍ତ୍ୱେ ଅନେକ ଅଭିଭାବକଙ୍କ ମନରେ ଏବେ ମଧ୍ୟ କରୋନା ଭୟ ରହିଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ କହିଛନ୍ତି। ଅନ୍ୟପକ୍ଷରେ କେତେଜଣ ପିଲା ଜିଲା ଛାଡ଼ି ବାହାରେ ଦାଦନ ଖଟୁଥିବା ସୂଚନା ମିଳିଛି। ଡ୍ରପ୍‌ଆଉଟ୍‌ ବିଷୟରେ ରାୟଗଡ଼ା ସହରସ୍ଥିତ ଏକ୍ସ ବୋର୍ଡ ବାଇଲିଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପିଲାମାନେ ଜିଲା ଛାଡ଼ି ଚାଲିଯାଇଛନ୍ତି। ସେହିପରି ସହକାରୀ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ସରକାର ପିଲାମାନଙ୍କ ପାଇଁ ସମସ୍ତ ଯୋଜନା କରିଛନ୍ତି। ତଥାପି କରୋନା ଭୟରେ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ଛାଡ଼ୁନାହାନ୍ତି।
ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୨୭୦୮ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବାବେଳେ ହାଇସ୍କୁଲ ସ୍ତରରେ ୩୬୮୪ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ପିଲାମାନେ କିପରି ପୁଣି ବିଦ୍ୟାଳୟ ମୁହାଁ ହେବେ ଏବଂ ଦାଦନ ନ ଖଟି ପାଠପଢ଼ା ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସ୍କୁଲ ସ୍ତରୀୟ କମିଟି ଗଠନ କରାଯାଇଛି। ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ଅଭିଭାବକମାନଙ୍କୁ ବୁଝାଉଛନ୍ତି। ଏହା ବ୍ୟତୀତ ଶିକ୍ଷା ବିଭଗର ଏକ ସଚେତନତା ରଥ ଜିଲାର ୧୧ ବ୍ଲକରେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ସଚେତନ କରୁଛି। ଜିଲାରେ ପ୍ରୟ ୧ ଲକ୍ଷ ୮୦ ହଜାର ଛାତ୍ରୀଛାତ୍ର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୬ହଜାରରୁ ଊର୍ଦ୍ଧ୍ୱ ପିଲା ଏ ପର୍ଯନ୍ତ ସ୍କୁଲକୁ ଆସିନାହାନ୍ତି। ସେମାନଙ୍କୁ ସ୍କୁଲ ମୁହାଁ କରିବା ପାଇଁ ରାଜ୍ୟ ସରକାର ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ବୋଲି ଜିଲାପାଳ ସରୋଜ କୁମର ମିଶ୍ର କହିଛନ୍ତି। ତେବେ ପିଲାମାନେ ସ୍କୁଲକୁ କିପରି ଫେରିବେ ଏବଂ ଉପସ୍ଥାନ ଭଲ ରହିବ ତାହା ଏବେ ବଡ଼ ଚାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri