ଅନାବଶ୍ୟକ ହମ୍ପ୍‌ସ ହଟିବ

ଯାଜପୁର ଅଫିସ,୧୧ା୫: ରାଜ୍ୟରେ ସଡ଼କ ଦୁର୍ଘଟଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସମସ୍ତ ଜିଲାପାଳ, ଏସ୍‌ପି, ଆର୍‌ଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟକଲେ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ ପାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଏପ୍ରିଲ ୨୦ରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ମତ ଦେଇଥିଲେ। ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହେଉଛି ହମ୍ପ୍‌ସଗୁଡ଼ିକ ନିକଟରେ ଆବଶ୍ୟକ ସୂଚନା ଫଳକ ଅଭାବ ସମେତ ତାହା ଚିହ୍ନିତ ନ ହେବା। ଅନାବଶ୍ୟକ ହମ୍ପ୍‌ସଗୁଡ଼ିକୁ ହଟାଇ ଦିଆଯାଉ। ଏହାସହ ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ହମ୍ପ୍‌ସ ନିର୍ମାଣର ଆବଶ୍ୟକତା ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗ୍ରାମାଞ୍ଚଳରୁ ଏନ୍‌ଏଚ୍‌ ପ୍ରବେଶ ପଥରେ ହମ୍ପ୍‌ସ ନିର୍ମାଣ କରାଯାଇପାରେ ବୋଲି ମୁଖ୍ୟ ଶାସନ ସଚିବ ଉକ୍ତ ସମୀକ୍ଷା ବୈଠକରେ ମତପୋଷଣ କରିଥିଲେ। ବୈଠକର ନିଷ୍ପତ୍ତି ଅନୁପାଳନ ପାଇ ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଗତ ୬ ତାରିଖରେ ସମସ୍ତ ଜିଲାପାଳ, ଏସ୍‌ପି, ଡିସିପି, ଆରଟିଓ, ଏନ୍‌ଏଚ୍‌ଏଆଇ ଚିଫ୍‌ ଜେନେରାଲ ମ୍ୟାନେଜରଙ୍କ ସମେତ ପୂର୍ତ୍ତ, ଗୃହ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଆଦି ବିଭାଗକୁ ଚିଠି କରିଛନ୍ତି।
ରାଜ୍ୟ ପରିବହନ ସଚିବଙ୍କ ରିପୋର୍ଟ ଅନୁସାରେ, ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଅଧିକାଂଶ ଦୁର୍ଘଟଣା ହେଉଛି। ଏନ୍‌ଏଚ୍‌ଗୁଡ଼ିକରେ ଦ୍ରୁତ ଗାଡିଚାଳନା ଯୋଗୁ ପ୍ରାୟ ୩୭% ଦୁର୍ଘଟଣାଜନିତ ମୃତ୍ୟୁ ହେଉଛିି। ମିଳିଥିବା ତଥ୍ୟ ଅନୁଯାୟୀ, ସନ୍ଧ୍ୟା ଓ ରାତି ସମୟରେ ନିଶାସେବନ କରି ଗାଡ଼ିଚାଳନା ଯୋଗୁ ଦୁର୍ଘଟଣା ଅଧିକ ହେଉଛି। ତେଣୁ ଏନ୍‌ଏଚ୍‌ଠାରୁ ୫୦୦ ମିଟର ଦୂରତାରେ ମଦ ଦୋକାନଗୁଡ଼ିକ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି ଦୁର୍ଘଟଣାକୁ ହ୍ରାସ କରି ପାରିନାହିଁ ବୋଲି ଏହି ତଥ୍ୟରୁ ଜଳଜଳ ହୋଇ ଦିଶୁଛି।
କମିଶନଙ୍କ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ସମ୍ବଲପୁର ଓ ଅନୁଗୋଳ ଜିଲାରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ରେକର୍ଡ କରାଯାଇଛି। ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ, ଭିତ୍ତିଭୂମି, ସଚେତନତା ସୃଷ୍ଟି, ଏନ୍‌ଏଚ୍‌ଗୁଡ଼ିକରେ କ୍ୟାମେରା ସ୍ଥାପନ, ଟୋଲ୍‌ଗେଟ୍‌ରେ ଇ-ଏନ୍‌ଫୋର୍ସମେଣ୍ଟ, ଇ-ଚାଲାଣ ସିଷ୍ଟମ୍‌ ସହ ଅନେକ ତାଲିମ କାର୍ଯ୍ୟକ୍ରମ ଦୁର୍ଘଟଣାକୁ ହ୍ରାସ କରି ପାରିନାହିଁ। ପ୍ରତିବର୍ଷ ୧୦୦ଟି ବ୍ଲାକ୍‌ ସ୍ପଟ୍‌କୁ ମରାମତି କରାଯାଉଛି। ଏଥିପାଇଁ ପ୍ରତି ବ୍ଲାକ୍‌ ସ୍ପଟ୍‌ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବାକି ରହିଥିବା ବ୍ଲାକ୍‌ ସ୍ପଟ୍‌ଗୁଡ଼ିକ ତୁରନ୍ତ ମରାମତି କରିବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାସହ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ପ୍ରାୟ ୨୩% ଦୁର୍ଘଟଣା ଘଟୁଛି। ଏହିକ୍ରମରେ ମୁଖ୍ୟ ଶାସନ ସଚିବ ସହର, ଖଣି ଅଞ୍ଚଳ ନିକଟରେ ଉପଯୁକ୍ତ ଜମି ଚିହ୍ନଟ କରି ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୧ା୧୨ା୨୦୨୧ରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ୧୦ରୁ ୨୦ ଏକର ପର୍ଯ୍ୟନ୍ତ ଜମି ଚିହ୍ନଟ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏଯାଏ ଅନୁପାଳନ ହୋଇପାରିନାହିଁ। ଏଥିରୁ ସଡ଼କ ସୁରକ୍ଷା ପ୍ରତି ଜିଲାପାଳମାନଙ୍କ କେତେ ଆନ୍ତରିକତା ରହିଛି ତାହା ସହଜେ ଅନୁମେୟ। ଏଭଳି ପ୍ରଶାସନିକସ୍ତରରେ ଅନେକ ଅବହେଳା କାରଣରୁ ସଡ଼କ ଦୁର୍ଘଟଣା ହ୍ରାସ ପାଇ ପାରୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଅନାବଶ୍ୟକ ହମ୍ପ୍‌ସ ସମ୍ପର୍କରେ କହିବାକୁ ଗଲେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାର କୋରେଇ ବ୍ଲକ ଟିକରଠାରୁ ଦଳା ପର୍ଯ୍ୟନ୍ତ ୬୦ରୁ ଊର୍ଦ୍ଧ୍ୱ ଅନାବଶ୍ୟକ ହମ୍ପ୍‌ସ ରହିଛି। ହମ୍ପ୍‌ସ ନିକଟରେ କୌଣସି ସୂଚନା କିମ୍ବା ଚିହ୍ନ ଲଗାଯାଇନାହିଁ। ଫଳରେ ବାହାର ଲୋକ ଏହି ହମ୍ପ୍‌ସଗୁଡ଼ିକ ଉପରେ ଅଜ୍ଞ ରହିଥିବାରୁ ବିିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। କଳିଙ୍ଗନଗର ଡୁବୁରୀଠାରୁ ବିଜୁ ପଟ୍ଟନାୟକ ମାର୍ଗ ପର୍ଯ୍ୟନ୍ତ ବେଆଇନ ପାର୍କିଂ କେବେ ବି ହଟୁ ନାହିଁ। ଏହିକ୍ରମରେ ସରକାରଙ୍କ ବିଭିନ୍ନ ସମୀକ୍ଷା ବୈଠକ ଓ ତାହାର ବିବରଣୀ କାଗଜପତ୍ରରେ ସୀମିତ ରହୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri