୬ ବର୍ଷର ରେକର୍ଡ ଭାଙ୍ଗିଲା ବିଦ୍ୟୁତ୍‌ ସଙ୍କଟ, ୬ ରାଜ୍ୟ ଅଧିକ ପ୍ରଭାବିତ…

ନୂଆଦିଲ୍ଲୀ, ୧।୫ : ଦେଶରେ ତାତି ବଢ଼ିବା ସହିତ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର ରିପୋର୍ଟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଭଳି ପ୍ରକାର ବିଦ୍ୟୁତ ସଙ୍କଟ ଦେଖାଦେଇଛି।

ରିପୋର୍ଟ ଅନୁଯାୟୀ, ଏପ୍ରିଲ -୨୦୨୨ ର ପ୍ରଥମ ୨୭ ଦିନରେ ଚାହିଦା ତୁଳନାରେ ୧.୮୮ ବିଲିୟନ ୟୁନିଟ ବିଦ୍ୟୁତର ଅଭାବ ରହିଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ୨,୦୭,୧୧ ମେଗାୱାଟ ବିଦ୍ୟୁତର ଚାହିଦା ରହିଛି । ୨୬ ଏପ୍ରିଲରେ, ଚାହିଦା ଅନୁସାରେ ଯୋଗାଣ କମ୍‌ ରହିଥିଲା। ଏହାର ଅଭାବ ପରମାଣ ୮.୨୨ ଗିଗାଓ୍ବାଟ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି କରିଛି। ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚରେ ଚାହିଦାରେ ୮.୯ ପ୍ରତିଶତ ବୃଦ୍ଧି ହୋଇଛି।

ମନ୍ତ୍ରଣାଳୟ କହିଛି ଯେ ଯଦି ଚାହିଦା ଏହିପରି ଜାରି ରୁହେ, ତେବେ ମେ-ଜୁନ ମାସରେ ଏହି ଅଭାବ ପରିମାଣ ୨୧୫ ରୁ ୨୨୦ ଗିଗାଓ୍ବାଟ ହେବାର ଆଶଙ୍କା ରହିଛି। କୋଇଲା ସଙ୍କଟ ଯୋଗୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହୋଇଛି। ତେବେ ହରିୟାଣା, ରାଜସ୍ଥାନ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଜମ୍ମୁ-କଶ୍ମୀର ଅଧିକ ପ୍ରଭାବିତ ହେଉଛନ୍ତି।

ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସମାନ ସଙ୍କଟ ସୃଷ୍ଟି ହୋଇଥିଲା। ତେବେ ଦେଶର ଅଧିକାଂଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଙ୍କଟ ଯୋଗୁଁ ବିଦ୍ୟୁତ୍‌ କାଟ୍‌ କଟାଯାଉଛି। ୮୦୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଏକ ଏନଟିପିସି କାରଖାନା କୋଇଲା ଅଭାବରୁ ବନ୍ଦ ରହିଛି। ଏନେଇ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ ଦେଶର ୧୭୩ ଟି ବିଦ୍ୟୁତ୍‌ ଉତ୍ପାଦନ ପ୍ଲାଣ୍ଟ୍‌ ମଧ୍ୟରୁ ୧୦୬ଟିରେ ଗଚ୍ଛିତ କୋଇଲା ଭଣ୍ଡାର ୨୫ ପ୍ରତିଶତରୁ କମ ରହିଛି।

ଦେଶକୁ ଦୈନିକ ୨୨ ଲକ୍ଷ ଟନ କୋଇଲା ଦରକାର ଏବଂ ଯୋଗାଣ ମାତ୍ର ୧୬ ଲକ୍ଷ ଟନ ହେଉଛି। ଫଳସ୍ବରୂପ, ଦୈନିକ ଚାହିଦା, ହାରାହାରି ୧୬,୦୩୫ ମେଗାୱାଟ ଥିବାବେଳେ ଯୋଗାଣ ମାତ୍ର ୨୩୦୪ ମେଗାୱାଟ ହେଉଛି। ଚାହିଦା ତୁଳନାରେ ଉତ୍ତରପ୍ରଦେଶରେ ୯, ହରିୟାଣାରେ ୭.୭ ଏବଂ ଉତ୍ତରାଖଣ୍ଡରେ ୭.୬ ପ୍ରତିଶତ ବିଦ୍ୟୁତ ସଙ୍କଟ ସୃଷ୍ଟି ହୋଇଛି।

କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେ କୋଇଲା କମ୍ପାନୀଗୁଡିକରେ ୭୩ ଲକ୍ଷ ଟନ କୋଇଲା ଷ୍ଟକ ଅଛି। ସେହିପରି ପାୱାର ପ୍ଲାଣ୍ଟରେ ୨୧.୫ ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ପରିସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି।

ଏଥି ସହିତ ଆସନ୍ତା ତିନି ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣକୁ ସନ୍ତୁଳିତ ରଖିବା ପାଇଁ କୋଇଲା ଆମଦାନୀ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ଯେ ଯଦି ରାଜ୍ୟମାନେ ସେମାନଙ୍କ ସ୍ତରରୁ ବ୍ୟବସ୍ଥା କରନ୍ତି, ତେବେ ଭବିଷ୍ୟତରେ ବିଦ୍ୟୁତ ସଙ୍କଟ ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri