Posted inଖେଳ

ବାପାଙ୍କ ଏକ ଛୋଟ ସେଲୁନ ଦୋକାନ, ପୁଅ ଆଇପିଏଲ୍‌ରେ କଲେ କମାଲ୍‌

ମୁମ୍ବାଇ,୧୧।୪: ଆଇପିଏଲ୍‌ ୨୦୨୨ରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର କୁଲଦୀପ ସେନ ତାଙ୍କର ପ୍ରଥମ ଆଇପିଏଲ ମ୍ୟାଚର ଶେଷ ଓଭରରେ ଚମତ୍କାର ବୋଲିଂ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଉଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ମାର୍କସ ଷ୍ଟୋଇନିସଙ୍କ ପରି ବ୍ୟାଟ୍ସମ୍ୟାନ୍‌ଙ୍କ ଆଗରେ ୧୫ ରନ ରକ୍ଷା କରିବାକୁ କୁଲଦୀପଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯାହା ସେ କରି ଦେଖାଇଥିଲେ। ୨୫ ବର୍ଷୀୟ କୂଲଦୀପ ୬ଟି ବଲରେ ମାତ୍ର ୧୧ ରନ ଦେଇଥିଲେ ଏବଂ ତାଙ୍କ ଦଳକୁ ୩ ରନ୍‌ର ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ।
କୁଲଦୀପ ସେନ ମଧ୍ୟପ୍ରଦେଶର ରେୱା ଜିଲାର ହରିହରପୁର ଗାଁରୁ ଆସିଛନ୍ତି। ତାଙ୍କ ପିତା ରାମପାଲ ସେନ ସହରର ସିର୍ମାଉର୍‌ ସ୍କୋୟାରରେ ଏକ ଛୋଟ ସେଲୁନ ଦୋକାନ କରିଛନ୍ତି। ରାମପାଲ ଏବଂ ଗୀତା ସେନଙ୍କର ୫ ସନ୍ତାନ ଅଛନ୍ତି। ତିନି ଭାଇଙ୍କ ମଧ୍ୟରେ କୁଲଦୀପ ଜ୍ୟେଷ୍ଠ।
ଡାହାଣହାତୀ ପେସର୍‌ କୁଲଦୀପ ଏକ ଦଶନ୍ଧି ପୂର୍ବରୁ ବିନ୍ଦୁ କ୍ରିକେଟ ଏକାଡେମୀ (ଭିସିଏ) କ୍ଲବ ସହିତ ନିଜର କ୍ରିକେଟ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଏକାଡେମୀ କୁଲଦୀପଙ୍କ ଫି’ ଛାଡ କରିଥିଲା। ୨୦୧୮ରେ କୁଲଦୀପ ମଧ୍ୟପ୍ରଦେଶ ପାଇଁ ନିଜର ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ। ସେ ପଞ୍ଜାବ ବିପକ୍ଷ ଇନିଂସରେ ୫ ଉଇକେଟ ନେଇଥିଲେ। କୁଲଦୀପ ମୋଟ ୧୫ ଉଇକେଟ ନେଇ ଡେବ୍ୟୁ ସିଜନ ଶେଷ କରିଥିଲେ। କୁଲଦୀପ କେବଳ ୧୩୫ରୁ ୧୪୦ କିଲୋମିଟର ବେଗରେ ବୋଲିଂ ନୁହେଁ, ସେ ମଧ୍ୟ ଭଲ ବ୍ୟାଟିଂ କରିପାରିବାର କ୍ଷମତା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri