ପ୍ରଚାରରେ ପୂରା ଦମ୍‌ ଲଗାଇଛନ୍ତି ଦଳ

ଯାଜପୁର ଅଫିସ,୨୧ା୩: ଯାଜପୁର ଜିଲାର ୨ ପୌର ପରିଷଦର ୪୪ଟି ୱାର୍ଡ ପାଇଁ ଭୋଟକୁ ଆଉ ମାତ୍ର ୩ ଦିନ ବାକି। ସେଥିପାଇଁ ତିନି ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପୂରା ଦମ୍‌ ଲଗାଇ ଦେଇଛନ୍ତି। ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାର ସମସ୍ତ ୩୯ଟି ଜିଲା ପରିଷଦ ଆସନରେ ବିଜେଡି ବିଜୟୀ ହେବା ସତ୍ତ୍ବେ ପୌର ନିର୍ବାଚନରେ ସଂଘର୍ଷ କରିବାକୁ ପଡୁଛି। ବିଶେଷକରି ବ୍ୟାସନଗର ସହରରେ ଡ୍ରେନେଜ ଅବ୍ୟବସ୍ଥା ଓ ୱାର୍ଡଗୁଡିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥିବାରୁ ବିଜେଡିକୁ ମହଙ୍ଗା ହୋଇପାରେ ବୋଲି ଆଲୋଚନା ହେଉଛି।
୨୦୧୩ ବ୍ୟାସନଗର ପୌର ନିର୍ବାଚନରେ ବିଜେଡି ଓ କଂଗ୍ରେସକୁ ମିଶ୍ରିତ ସଫଳତା ମିଳିଥିଲା। କିନ୍ତୁ ଯାଜପୁର ପୌର ନିର୍ବାଚନରେ ବିଜେଡି ସମସ୍ତ ୱାର୍ଡକୁ ପୋଛି ନେଇଥିଲା। ଏଥର ବ୍ୟାସନଗରରେ କଂଗ୍ରେସର କିଛିଟା ପ୍ରଭାବ ରହିଛି। ବିଶେଷକରି ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଦଳ ଏଠାରେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ବିଗତ ଦିନର କର୍ମଫଳ ଏହି ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ା ବିରୋଧୀ ଦଳଗୁଡିକ ରାସ୍ତା, ଡ୍ରେନେଜ ଓ ପରିମଳ ବ୍ୟବସ୍ଥାକୁ ଅସ୍ତ୍ର କରିଥିଲେ ହେଁ ବିଜେଡିର ନିର୍ବାଚନ ପ୍ରସ୍ତୁତି ଓ ରଣକୌଶଳ ସମ୍ମୁଖରେ ତାହା ଫିକା ପଡିଯାଉଛି। ଅନ୍ୟପକ୍ଷେ ଏଯାଏ କୌଣସି ହେଭିୱେଟ ନେତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିନାହିଁ। ଅଧିକାଂଶ ନେତା ମାଇକ ଯୋଗେ ପ୍ରଚାର କରି ଲୋକଙ୍କ ନିଦ ହଜାଇ ଦେଉଛନ୍ତି। ଶବ୍ଦ ପ୍ରଦୂଷଣରେ ଛାତ୍ରୀଛାତ୍ର ନୟାନ୍ତ ହୋଇ ପଡୁଛନ୍ତିି।
ବିଜେଡିର ବ୍ୟାପକ ପ୍ରସ୍ତୁତି ସମ୍ମୁଖରେ ଅନ୍ୟାନ୍ୟ ଦଳର ଗତାନୁଗତିକ ପ୍ରଚାର ଫିକା ପଡିଯାଉଛି। ରାଜନୈତିକ ବିଶ୍ଳେଷକମାନଙ୍କ ଅନୁମାନ ଅନୁଯାୟୀ, ବାତାବରଣ ବିଜେଡି ସପକ୍ଷରେ ରହିଛି। ତଥାପି କଂଗ୍ରେସକୁ ହାଲୁକା ଭାବେ ନେବା ଠିକ୍‌ ହେବ ନାହିଁ ଏବଂ ପୌରନିର୍ବାଚନରେ ଦଳର ପ୍ରାର୍ଥୀମାନେ ଭଲ କରିବେ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ସ୍ଥିତି ସେତେଟା ଦୁର୍ବଳ ନୁହଁ। କେତେକ ୱାର୍ଡରେ ଭଲ ପ୍ରଦର୍ଶନ କରିବା ସହ ବ୍ୟାସନଗର ପୌରସଂସ୍ଥାକୁ ଅକ୍ତିଆର କରିବ ବୋଲି ଭାଜପା ପକ୍ଷରୁ ଆଶା କରାଯାଉଛି । ବ୍ୟାସନଗରରେ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କଠାରୁ ମଧ୍ୟ ଆଗୁଆ ରହିଛନ୍ତି। ଧୂଆଁଧାର ପ୍ରଚାର ଅଭିଯାନ ପରେ କିଛି ୱାର୍ଡରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନେ ଖୋଲାଖୋଲି ମତ ପ୍ରକାଶ କରୁଥିବାବେଳେ ଅଧିକାଂଶ ୱାର୍ଡରେ ଭୋଟରମାନେ ନୀରବ ରହିଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବାରେ ଭାଜପା ସଫଳ ହେଉଥିବା ପରିଲକ୍ଷିତ ହେଉଛି । କିନ୍ତୁ କ୍ଷମତାରେ ଥିବା ବିଜେଡି ଗତ ୫ ବର୍ଷରେ ନିଜର ଦାୟିତ୍ୱ ନିର୍ବାହ କରି ନ ଥିବାରୁ ଲୋକଙ୍କ ଅସନ୍ତୋଷର ଫାଇଦା ନେବାରେ ବିରୋଧୀ ସେତେଟା ସଫଳ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri