୫ ଘଣ୍ଟାରେ ପଚରାଗଲା ୧୦୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟିବା ସହ ଏକାଧିକ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବୁଧବାର ଲାଏ ଡିଟେକ୍ସନ୍‌ କରାଯାଇଛି। ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲାବରେଟୋରିରେ ୫ ଘଣ୍ଟା ଧରି ତାଙ୍କର ଏହି ଟେଷ୍ଟ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ମହିଳା ଥାନା ପୋଲିସ ରମେଶଙ୍କୁ କଡ଼ା ସୁରକ୍ଷାରେ ଝାରପଡ଼ା ଜେଲରୁ ଫରେନ୍‌ସିକ୍‌ ଲାବ୍‌କୁ ନେଇଥିଲା। ସେଠାରେ ତାଙ୍କ ଟେଷ୍ଟ କରାଯିବା ପରେ ଅପରାହ୍ନ ୪ଟାରେ ପୁଣି ତାଙ୍କୁ ଜେଲରେ ଛାଡ଼ି ଦିଆଯାଇଛି। ତେବେ ରମେଶଙ୍କୁ ବିଭିନ୍ନ ଘଟଣା ସଂକ୍ରାନ୍ତ ୧୦୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରାଯାଇଥିବା ମହିଳା ଥାନାଧିକାରିଣୀ ସନ୍ତୋଷିନୀ ବେହେରା କହିଛନ୍ତି।

ପ୍ରକୃତରେ କେତେଜଣଙ୍କୁ ବିବାହ କରିଛନ୍ତି, ଏକାଧିକ ବିବାହର ରହସ୍ୟ କ’ଣ, କେତେ ଜଣଙ୍କୁ ଚାକିରି ଆଳରେ ଠକେଇ କରିଛନ୍ତି, ଠକେଇ ଟଙ୍କା କେଉଁଠି ନିବେଶ କରିଛନ୍ତି, ଏଭଳି କରିବାକୁ କେଉଁମାନେ ସହଯୋଗ କରୁଥିଲେ, ପ୍ରଥମ ସ୍ତ୍ରୀ ଶାନ୍ତିଲତାଙ୍କ ଭୂମିକା କ’ଣ, କାହା ନାଁରେ କେତେ ସମ୍ପତ୍ତି କରିଛନ୍ତି, କେତୋଟି ରାଜ୍ୟକୁ ଠକେଇର ଚେର ଲମ୍ବିଛି, ଭାଇ ଓ ଭିଣୋଇଙ୍କ ଭୂମିକା କ’ଣ, ଏଥିରେ ପ୍ରଥମ ସ୍ତ୍ରୀଙ୍କ ହାତ ରହିଛି କି, କିପରି ମହିଳାଙ୍କୁ ଜାଲରେ ଫସାଉଥିଲେ ଏଭଳି ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସେ କହୁଥିବା କଥା ସତ ନା ମିଛ, ତାହା ଜାଣିବା ପାଇଁ ପୂର୍ବରୁ ପଚରାଯାଇଥିବା ଅଧିକାଂଶ ପ୍ରଶ୍ନ ସମାନ ଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଆସିବା ପରେ ରମେଶ କେତେ ସତ ଓ ମିଛ କହିଛନ୍ତି, ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ରମେଶ ଭିନ୍ନ ଭିନ୍ନ ସମୟରେ ୩ ପର୍ଯ୍ୟାୟରେ ୧୩ଦିନ ପାଇଁ ରିମାଣ୍ଡରେ ଆସିଥିଲେ ମଧ୍ୟ ପୋଲିସ ତାଙ୍କଠାରୁ ଅନେକ ତଥ୍ୟ ହାସଲ କରିପାରି ନ ଥିଲା। ପଚରାଉଚରା ସମୟରେ ରମେଶ ପୋଲିସକୁ ଭ୍ରମାତ୍ମକ କଥା କହି ଅନେକ ଘଟଣାକୁ ଗୋପନ ରଖିଥିବା ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସ ରମେଶଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ କୋର୍ଟଙ୍କଠୁ ଅନୁମତି ଲୋଡିଥିଲା।

ସୂଚନାଯୋଗ୍ୟ, ରମେଶ ନିଜକୁ ଡାକ୍ତର କହି ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରିବା ପରେ ସମ୍ପତ୍ତି ଲୁଟୁଥିଲେ। ଏପରିକି କେତେଜଣ ସ୍ତ୍ରୀଙ୍କୁ ଠକେଇ ଓ ପ୍ରତାରଣା କରିବା ପରେ ଦୂରେଇ ଯାଇଥିବାବେଳେ ଆଉ କେତେଜଣଙ୍କ ସହ ସମ୍ପର୍କରେ ଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ତାଙ୍କ କଳାକାରନାମା ପଦାକୁ ଆସିଥିଲା। ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri