ଦିଗହରା ଜୀବନ, ପ୍ରତି ସେକେଣ୍ଡରେ ଜଣେ ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…

କ୍ୱିଭ୍‌, ୧୫।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଏବେ ଧ୍ୱଂସସ୍ତୁପ ପାଲଟିଛି। ଜୀବନ ବିକଳରେ ଇତିମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଶିଶୁ ରହିଛନ୍ତି। ପ୍ରତି ସେକେଣ୍ଡରେ ଜଣେ ଶିଶୁ ଶରଣାର୍ଥୀ ପାଲଟୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।

ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁସାରେ ଶରଣ ନେଉଥିବା ଲୋକଙ୍କ ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। ଆଗାମୀ ଦିନରେ ଶରଣାର୍ଥୀଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହେବ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁସାରେ ଲୋକେ ସୁରକ୍ଷିତ ଅଞ୍ଚଳକୁ ପଳାୟନ କରିଛନ୍ତି। ଏହି ଧାରା ଜାରି ରହିଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍‌ର ହସ୍ପିଟାଲ, ସ୍କୁଲ, କଲେଜ ସହିତ ଆବାସିକ ଅଞ୍ଚଳ ଧ୍ୱଂସ ହୋଇଯାଇଛି। ଏହା ସହିତ ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ଲୋକେ ଭୋକଶୋଷରେ ସୀମା ମୁହାଁ ହେବାରେ ଲାଗିଛନ୍ତି। ସର୍ବାଧିକ ୧୫ ଲକ୍ଷରୁ ଅଧିକ ଲୋକ ପୋଲାଣ୍ଡରେ ଶରଣ ନେଇଛନ୍ତି।

ସେହିପରି ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ, ହଙ୍ଗେରୀ ଏବଂ ବେଲାରୁଷ୍‌ରେ ୟୁକ୍ରେନ୍‌ ଶରଣାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ନିଜ ନିଜ ପରିବାରଠାରୁ ଅଲଗା ହୋଇ ଯାଇଛନ୍ତି। ପଡ଼ୋଶୀ ଦେଶରେ ୟୁକ୍ରେନ୍‌ ଛାଡ଼ିଥିବା ଲୋକଙ୍କ ରହିବା ତଥା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି। ଏହା ସହିତ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ଶିକ୍ଷା ଏବଂ ନିଯୁକ୍ତ ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri