ପୁଣି ସ୍ପାଏ ସାଟେଲାଇଟ୍‌ ସିଷ୍ଟମ୍‌ର ପରୀକ୍ଷା କଲେ କିମ୍‌…

ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ଏହା ସହ ଜଡିତ ଉପକରଣକୁ ଆଧୁନିକୀକରଣ କରିବାରେ ବ୍ୟସ୍ତ ଅଛନ୍ତି। ସ୍ପାଏ ସାଟେଲାଇଟ୍‌(ଗୁପ୍ତଚର ଉପଗ୍ରହ) ଉତକ୍ଷେପଣ ପାଇଁ କିମ୍‌ ପ୍ରସ୍ତୁତି ଜାରି ରଖିଛନ୍ତି।

ଏହା ଅନ୍ତର୍ଗତ ଏକ ସପ୍ତାହ ମଧ୍ୟରେ ସେ ଦ୍ୱିତୀୟ ଥର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତଚର ଉପଗ୍ରହ ପ୍ରଣାଳୀ(ସ୍ପାଏ ସାଟେଲାଇଟ୍‌ ସିଷ୍ଟମ୍‌)ର ପରୀକ୍ଷା କରିଛି। ଏହା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।
ଉତ୍ତର କୋରିଆ କହିଛି ଯେ ଏହା  ଅନୁସନ୍ଧାନ ଉପଗ୍ରହ ପ୍ରଣାଳୀ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିଛି।

ଷ୍ଟେଟ୍‌ ନ୍ୟୁଜ ଏଜେନ୍ସି କେସିଏନ୍‌ଏ ପକ୍ଷରୁ ରବିବାର ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଗୋଟିଏ ଦିନ ପରେ ଏହି ପରୀକ୍ଷା କରିଥିବାରୁ ବହୁ ଦେଶ ଏହାକୁ ସମାଲୋଚନା କରିଛନ୍ତି।

ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସରକାର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଗୁପ୍ତଚର ଉପଗ୍ରହ ଉତକ୍ଷେପଣର ନିନ୍ଦା କରିଛନ୍ତି। ଏହି ଦେଶଗୁଡିକ କହିଛନ୍ତି ଯେ ଉତ୍ତର କୋରିଆ ଆସନ୍ତା ମାସରେ ପୁଣି ପ୍ରମୁଖ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ ସତ୍ତ୍ୱେ ଉତ୍ତର କୋରିଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଆଣବିକ ଅସ୍ତ୍ର ପରୀକ୍ଷା ଜାରି ରଖିଛି।

ଉତ୍ତର କୋରିଆର ଷ୍ଟେଟ୍‌ ନ୍ୟୁଜ ଏଜେନ୍ସି କେସିଏନ୍‌ଏ ରିପୋର୍ଟ କରିଛି ଯେ ଜାତୀୟ ଏରୋସ୍ପେସ ଡେଭଲପମେଣ୍ଟ ଆଡମିନିଷ୍ଟ୍ରେସନ (ଏନଏଡ଼ିଏ) ଏବଂ ଏକାଡେମୀ ଅଫ ଡିଫେନ୍ସ ସାଇନ୍ସ ପକ୍ଷରୁ ଏକ ଅନୁସନ୍ଧାନ ଉପଗ୍ରହର ବିକାଶ ଯୋଜନା ଅନ୍ତର୍ଗତ ଏହି ଉତକ୍ଷେପଣ କରାଯାଇଛି।

ପରୀକ୍ଷଣ ମାଧ୍ୟମରେ, ଏନଏଡିଏ ସାଟେଲାଇଟ ଡାଟା ଟ୍ରାନ୍ସମିସନ ଏବଂ ରିସେପ୍ସନ ସିଷ୍ଟମ, ଏହାର କଣ୍ଟ୍ରୋଲ କମାଣ୍ଡ ସିଷ୍ଟମ ଏବଂ ବିଭିନ୍ନ ଗ୍ରାଉଣ୍ଡ-ଆଧାରିତ କଣ୍ଟ୍ରୋଲ ସିଷ୍ଟମର ନିର୍ଭରଯୋଗ୍ୟତା ଯାଞ୍ଚ କରାଯାଇଛି ବୋଲି କେସିଏନ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

ୟୁସିଏଲ୍‌ଏ କ୍ୟାମ୍ପସ୍‌ରେ ପୋଲିସ ବର୍ବରତା

ଲସ୍‌ ଏଞ୍ଜେଲସ୍‌,୩ା୫:କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri