Posted inଫୁରସତ

ରହସ୍ୟମୟ ବିଭୋରତା କବି ମମତା

ଜୀବନର ପ୍ରଚଣ୍ଡ ପ୍ରବାହକୁ ତାଙ୍କ କବିତା ଯେମିତି ତୋଳିନେବାକୁ ଚାହେଁ ଶବ୍ଦ ଓ ଛନ୍ଦ ମାଧ୍ୟମରେ। କବିତାରେ ମାଧ୍ୟମରେ ଜୀବନର ଲାଳିତ୍ୟ, କୋମଳତା, ସୌକୁମାର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତିଫଳନ ଘଟାଉଥିବା ଏହି କବି ହେଉଛନ୍ତି ମମତା ଦାଶ..

କବିତାରେ ଜୀବନର ରହସ୍ୟ ଫୁଟାଉଥିବା ପୁଣି ଉତ୍ତରଣର ସମ୍ଭାବନା ପ୍ରକଟ କରୁଥିବା, ନିଜର ସ୍ବଚ୍ଛନ୍ଦତାବାଦୀ ଆବେଗ ସହିତ ଆଧ୍ୟାତ୍ମିକ ଅନ୍ବେଷଣର ମଧୁର ସମନ୍ବୟ ଘଟାଉଥିବା ନିରନ୍ତର ଭାରତୀୟ ମୂଲ୍ୟବୋଧ ଆଲୋକରେ ନିଜ ସର୍ଜନାକୁ ବାଟ କଢ଼େଇ ନେଉଥିବା, ଗପ ଓ ଉପନ୍ୟାସରେ ନିବିଡ଼ ଲୋଡିବାପଣ ମାଧ୍ୟମରେ ଗତିଶୀଳତା ଫୁଟାଉଥିବା ପୁଣି ଦୃଶ୍ୟମାନ ଅନୁଭବର ଅନ୍ତରାଳରେ ଥିବା ସ୍ପନ୍ଦନକୁ ଖୋଜି ପାଉଥିବା ଜଣେ ସାଧିକା ହେଲେ ମମତା ଦାଶ।

୪ ଅକ୍ଟୋବର ୧୯୪୭ ଜଗତ୍‌ସିଂହପୁରଠାରେ ମମତାଙ୍କ ଜନ୍ମ। ବାପା ରାମଚନ୍ଦ୍ର ମହାପାତ୍ର ଓ ମା’ ପଙ୍କଜବାଳା ମହାପାତ୍ର। କବିତା ରଚନା ଯେମିତି ତାଙ୍କ ରକ୍ତ ପ୍ରବାହ ସହ ଜଡ଼ିତ। ମୁଖ୍ୟତଃ କବି ଭାବରେ ପରିଚିତ ମମତା କବିତାରେ ଜୀବନର ଲାଳିତ୍ୟ, କୋମଳତା, ସୌକୁମାର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତିଫଳନ ଘଟାନ୍ତି। ଦୃଶ୍ୟମାନ ଜଗତର ସୀମାନ୍ତ ସେପାରେ ଥିବା ରହସ୍ୟ ପାଇଁ ମଧ୍ୟ ତାଙ୍କ ଭିତରର କବିସତ୍ତାର ଆକର୍ଷଣ ତୀବ୍ର। ଜୀବନର ପ୍ରଚଣ୍ଡ ପ୍ରବାହକୁ ତାଙ୍କ କବିତା ଯେମିତି ତୋଳିନେବାକୁ ଚାହେଁ ଶବ୍ଦ ଓ ଛନ୍ଦ ମାଧ୍ୟମରେ। ସେ ନିଜେ ପ୍ରଶିକ୍ଷଣପ୍ରାପ୍ତ ଗାୟିକା। ତେଣୁ ତାଙ୍କ କବିତାର ପୃଷ୍ଠଭୂମିରେ ସଙ୍ଗୀତର ଏକ ପ୍ରମୁଖ ଭୂମିକା ଥାଏ। କଥ୍ୟ ଅପେକ୍ଷା ସଙ୍ଗୀତମୟତା ତାଙ୍କ କବିତାର ଏକ ଆଚ୍ଛନ୍ନକାରୀ ଶକ୍ତି ।

ଅନ୍ଧାର ଓ ସ୍ବଳ୍ପ ଆଲୁଅର ଭୂଇଁ ଉପରୁ ତାଙ୍କ କାବ୍ୟସତ୍ତା ଉଜ୍ଜ୍ୱଳତାର ଉପାଦାନ ଖୋଜେ। ଅରଣ୍ୟ, ଉପବନ ଇତ୍ୟାଦି ତାଙ୍କ କବିତାରେ ପାଇଥାନ୍ତି ସ୍ବତନ୍ତ୍ର ସ୍ଥାନ। ଏହା ପ୍ରମାଣିତ କରେ ରହସ୍ୟ ପ୍ରତି ତାଙ୍କର ଆକର୍ଷଣର ଦୁର୍ନିବାରତା। ସେ ସମୟ ଦେଇ ସମୟାତୀତ ଅନୁଭବରେ ପହଞ୍ଚିବାକୁ ଚଲେଇଥାନ୍ତି କାବି୍ୟକ ଅଭିସାର ।

ସଙ୍କଳନଗୁଡିକ ନୈମିଷାରଣ୍ୟ, ଏକତ୍ର ଚନ୍ଦ୍ର ସୂର୍ଯ୍ୟ, ଅବାକ୍‌ ସ୍ବର୍ଗ, ଉଜ୍ଜ୍ୱଳ ଉପବନ, ନୀଳ ନିର୍ବାପନ, ହିରଣ୍ୟବର୍ଣ୍ଣା, ଶୁଭ୍ର ଧାରା, ମାୟାନ୍ଧକାର, ରାଗ ଲଳିତ (ପ୍ରେମ କବିତା ସଂକଳନ ), ଶୂନ୍ୟ ଚିତ୍ରାୟନ । ମମତା ଦାଶଙ୍କ କବିତା ସମଗ୍ର (ପ୍ରଥମ ଭାଗ) ପ୍ରକାଶିତ ହୋଇ ସାରି ପାଠକଙ୍କ ଆଦର ଲାଭ କରିସାରିଛି । ଗଳ୍ପ ସଂକଳନ ମଧ୍ୟରେ ଅନ୍ୟ ଜଗତର ସକାଳ, ଅନ୍ତରାଳର ଦୃଶ୍ୟ, ଅରୁନ୍ଧତୀର ସା, ପଦ୍ମ ପୁରୁଷ ଏବଂ ଉପନ୍ୟାସ ‘କେହି ଜଣେ ବିଶାଖା’ ତାଙ୍କ ସୁନ୍ଦର ଗଦ୍ୟରଚନାର ସାର୍ଥକ ଉଦାହରଣ ।) ‘ଆମ ସାହିତ୍ୟରେ ଶ୍ରୀରାଧା ବିଳାସ’, ‘ଅତିକ୍ରମଣ ଭଳି’ ଦୁଇଟି ପ୍ରବନ୍ଧ ପୁସ୍ତକ ମଧ୍ୟ ସେ ଭେଟି ଦେଇଛନ୍ତି ଓଡ଼ିଆ ସାହିତ୍ୟ ସାମ୍ରାଜ୍ୟକୁ । ତାଙ୍କ ରଚିତ ଇଂଲିଶ ପୁସ୍ତିକା Makers of Indian litarature(Bhubaneswar Behera), A moment beyond time (Anthology of translated English poems) ତାଙ୍କ ସର୍ଜନାର ଆଉ ଏକ ପ୍ରସ୍ତ ଦର୍ଶାଇଥାଏ । କେବଳ ସେତିକି ନୁହେଁ ‘ଶ୍ରୀମାଙ୍କର ଏଜେଣ୍ଡା ତିନି ଭାଗ ସହିତ, ସତପ୍ରେମ ଓ ସୁଜାତା ନାହାର, ଦିଲୀପ ରାୟ, ରବୀନ୍ଦ୍ରନାଥ ଟାଗୋରଙ୍କର ପନ୍ଦର ଖଣ୍ଡ ବହି ଇଂଲିଶ ଓ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଛନ୍ତି ଓ ପ୍ରକାଶିତ ହୋଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଦତ୍ତ ତାମିଲ ଗଳ୍ପ ସଂକଳନର ଓଡ଼ିଆ ଅନୁବାଦ ପ୍ରକାଶିତ ହୋଇଛି। ସାହିତ୍ୟ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ସେ ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୮୭) ପୁରସ୍କାର, ଝଙ୍କାର କବିତା ପୁରସ୍କାର, ଗଙ୍ଗାଧର ଫାଉଣ୍ଡେଶନର ଭାନୁଜୀ ରାଓ ପୁରସ୍କାର, ଭରତ ନାୟକ ସ୍ମୃତି ସମ୍ମାନ, ( ସମ୍ବଲପୁର ବିଶ୍ୱବିଦ୍ୟାଳୟ), ଭାରତୀୟ ଭାଷା ପରିଷଦ କୃତିତ୍ୱ ସମଗ୍ର ପୁରସ୍କାର(କୋଲକାତା), ସଚ୍ଚି ରାଉତରାୟ ସମ୍ମାନ, ଲେଖକ ସାମ୍ମୁଖ୍ୟ ସମ୍ମାନ, ଧରିତ୍ରୀ ସମ୍ମାନ, ବର୍ଣ୍ଣମାଳା ସମ୍ମାନ, ଗୋକର୍ଣ୍ଣିକା ସମ୍ମାନ, ଜୀବନରଙ୍ଗ ସମ୍ମାନ, ଇସ୍ତାହାର ସମ୍ମାନ, ନୀଳକଇଁ ସମ୍ମାନ, ଚେତାବନୀ ସାଂସଦ ସମ୍ମାନ, କାଳିନ୍ଦୀ ଚରଣ ସ୍ମୃତି ସମ୍ମାନ, ଯୁଗଶ୍ରୀ ଯୁଗନାରୀ ସମ୍ମାନ । ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ସିନିୟର ଫେଲୋଶିପ ପାଇ ଶ୍ରୀରାଧାଙ୍କର ପୌରାଣିକ, ଧାର୍ମିକ, ଆଧ୍ୟାତ୍ମିକ ଓ କାବି୍ୟକ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଗବେଷଣା କରିଛନ୍ତି।
ତାଙ୍କ ପ୍ରତିଭା ମୂଳତଃ ବହୁମୁଖୀ । ତାଙ୍କ କବିତା ପ୍ରତିକ୍ରିୟା ଅପେକ୍ଷା ଅନ୍ବେଷଣ ଓ ଉପଲବ୍ଧିରେ ଅଧିକ ବିଶ୍ୱାସ ରଖେ । ତାଙ୍କ ସାହିତ୍ୟରେ ଏକ ନିର୍ଦ୍ଦିଷ୍ଟ ବର୍ଗର ପାଠକ ରହିଥାନ୍ତି । ଆଗକୁ ତାଙ୍କର ରଚନାମାନ ପାଠକଙ୍କୁ ଜୀବନର ସୂକ୍ଷ୍ମ ଅନୁଭବକୁ ଆପଣାଇବା ପାଇଁ ଅନୁପ୍ରେରିତ କରାଇବ ।
-ମାନମୟୀ ରଥ
-ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri