ଏଇ ଭାରତରେ

ବନ୍ଧୁଙ୍କ ଦେହାନ୍ତ ସ୍ବପ୍ନିଳ ଗଓ୍ବାଣ୍ଡେଙ୍କ ଆଖି ଖୋଲିଦେଲା। ଟଙ୍କା ରୋଜଗାର କରି ଆରାମ ଜୀବନ ଜିଇବା ବଦଳରେ ସେ ସେବାକୁ ଆପଣାଇ ନେଲେ। ଆଇଆଇଏମ୍‌, ଅହମଦାବାଦ ଭଳି ଖାତିସମ୍ପନ୍ନ ଅନୁଷ୍ଠାନରୁ ଏମ୍‌ବିଏ ଛାଡ଼ି ଆରମ୍ଭ କଲେ ଏକ ଚକ୍ଷୁଦାନ କେନ୍ଦ୍ର। ମହାରାଷ୍ଟ୍ରରେ ଉକ୍ତ କେନ୍ଦ୍ର ଖୋଲିବା ପରଠାରୁ ସେ ଏଯାବତ ୩,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାହାଯ୍ୟ କରି ସାରିଲେଣି। ୨୦୦୬ରେ ତାଙ୍କ ଦୃଷ୍ଟିବାଧିତ ସାଙ୍ଗ ଅବଦୁଲଙ୍କ ମୃତ୍ୟୁ ଘଟିଥିଲା। ୨୦୧୦ରେ ସେ ‘ଦିଶା ମେଡିକାଲ ଆଣ୍ଡ୍‌ ଏଜୁକେଶନ ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ଦିଶା ଇଣ୍ଟରନ୍ୟାଶନାଲ ଆଏ ବ୍ୟାଙ୍କ ଖୋଲିଥିଲେ। ଏବେ ମହାରାଷ୍ଟ୍ରରେ ସେ ୫ଟି ଆଏ ବ୍ୟାଙ୍କ ଚଳାଇ ଚକ୍ଷୁ ଦାନକୁ ପ୍ରୋତ୍ସାହିତ କରୁଛନ୍ତି। ସେ ମଧ୍ୟ ହଜାର ହଜାର ଲୋକଙ୍କ ଟ୍ରାନ୍ସପ୍ଲାଣ୍ଟେଶନ ସର୍ଜରି କରାଇଛନ୍ତି । ସ୍ବପ୍ନିଳଙ୍କ ବୟସ ୨୯। ତାଙ୍କ ସଂସ୍ଥା ଏଯାବତ୍‌ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚକ୍ଷୁଦାନ କରିବା ଲାଗି ପ୍ରେରିତ କରିପାରିଛି। ୬ଲକ୍ଷ ଲୋକ ଦିଶା ମାଧ୍ୟମରେ ଚକ୍ଷୁଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ତାଙ୍କ ବ୍ୟାଙ୍କ ୨,୧୦୦ କର୍ନିଆ ସମ୍ପର୍କିତ ସର୍ଜରି କରିପାରିଛି। ସେ ଏବଂ ଡାକ୍ତର ଟିମ୍‌ ୭୭ଟି ଆଏ ବ୍ୟାଙ୍କର ଟେକ୍ନିସିଆନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ତାଙ୍କ ଟିମ୍‌ରେ ୨,୭୦୦ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri