ଆଦିବାସୀ ନୃତ୍ୟ, ସଙ୍ଗୀତ ଭିଡିଓ ଜରିଆରେ ଚାଲିଛି ପ୍ରଚାର

ମାଲକାନଗିରି,୩୦ା୧(ଡି.ଏନ୍‌.ଏ.) ଆଦିବାସୀ ବହୁଳ ମାଲକାନଗିରି ଜିଲାରେ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୋସିଆଲ ମିଡିଆ ପ୍ରଚାର ଚାଲିଛି। ଆଗଧାଡ଼ିର ନେତା ଓ କର୍ମୀମାନେ ବିଭିନ୍ନ ନୃତ୍ୟ ଓ ଗୀତର ଭିଡିଓ ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ଜିଲାର ଖଇରପୁଟ ବ୍ଲକ ଏକ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହୋଇଥିବାବେଳେ ଏହି ଅଞ୍ଚଳରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜିଲା ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଖଇରପୁଟ ବ୍ଲକ ସଂଯୋଜକ ନୃସିଂହ ମହାନ୍ତି ଏବଂ ଦଳୀୟ କର୍ମୀ ଏକ ଭିଡିଓ ମାଧ୍ୟମରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଦଳ ଓ ଦଳୀୟ ପାର୍ଥୀଙ୍କ ବିଷୟରେ ବୁଝାଇବାକୁ ସ୍ଥାନୀୟ ଆଦିବାସୀ ନୃତ୍ୟ, ସଙ୍ଗୀତ ଓ ବାଦ୍ୟକୁ ନେଇ ଭିଡିଓ ପ୍ରସ୍ତୁତ କରାଯାଇଛି। ଏଥିରେ ନିଜେ ନୃସିଂହ ଏବଂ ଦଳୀୟ କର୍ମୀ ଆଦିବାସୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଇ ଏଭଳି ଭଡିଓ କରାଯାଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଏହା ବେଶ ଆକୃଷ୍ଟ କରୁଥିବା ନଜରକୁ ଆସୁଛି। ଖଇରପୁଟ ବ୍ଲକରେ ବିଜେଡି ପକ୍ଷରୁ ବଳି ମାଝି ଉକ୍ତ ଅଞ୍ଚଳର ଜିଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଭିଡିଓରେ ତାଙ୍କ ବିଷୟରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଉପରେ ଲୋକଙ୍କୁ ଅବଗତ କରି ପ୍ରଚାର କରାଯାଉଛି। ଆଗାମୀ ଦିନରେ କିଭଳି ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯିବ ତାହାକୁ ମଧ୍ୟ ଭିଡିଓରେ ଦର୍ଶାଯାଇଛି। ଦଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଆଶା ରଖିଛି। କିନ୍ତୁ ଅନ୍ୟ ଦଳର ପ୍ରାର୍ଥୀ ଏ ପର୍ଯ୍ୟନ୍ତ ଡିଜିଟାଲ ପ୍ରଚାର ନେଇ କୌଣସ ପଦକ୍ଷେପ ନେବା ନଜରକୁ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ...

ଆତ୍ମସମର୍ପଣ କଲେ ୯ ମାଓବାଦୀ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମାରାଜୁ ଜିଲା ଛତିଶଗଡ଼ର ୬ ଓ ସୁକ୍‌ମା ପୋଲିସ ନିକଟରେ ୩ ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ଧରିବା...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri