୩ ବର୍ଷରେ ୯ ଲକ୍ଷ ପର୍ଯ୍ୟଟକ ହ୍ରାସ

ଯାଜପୁର ଅଫିସ,୨୪ା୧: ସମ୍ପ୍ରତି ପର୍ଯ୍ୟଟନର ଗୁରୁତ୍ୱ ବଢିଛି। ଓଡ଼ିଶାରେ ବି ଭରପୂର ପର୍ଯ୍ୟଟନ ସମ୍ବଳ ରହିଛି। ହେଲେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆବଶ୍ୟକ ପ୍ରଚାରପ୍ରସାର ଅଭାବରୁ ଓଡ଼ିଶାର ପର୍ଯ୍ୟଟନ ସମ୍ବଳ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆରେ ରହିଛି। ଏହି କାରଣରୁ କେବଳ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଚିଲିକା ହ୍ରଦ ଏବଂ ବିସ୍ତୃତ ବେଳାଭୂମି ବ୍ୟତୀତ ଓଡ଼ିଶାର ଅନ୍ୟ କୌଣସି ପର୍ଯ୍ୟଟନ ସମ୍ବଳ ପର୍ଯ୍ୟଟକମାନଙ୍କୁ ବିଶେଷ ଆକର୍ଷିତ କରିପାରିନାହିଁ। ଏହାବାଦ୍‌ ଗତ ୩ ବର୍ଷର କରୋନା କଟକଣା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବହୁଳ ଭାବେ ପ୍ରଭାବିତ କରିଛି। ଗତ ୩ ବର୍ଷରେ କେବଳ ଅକ୍ଟୋବରର ତଥ୍ୟକୁ ଅବଲୋକନ କଲେ ପ୍ରାୟ ୯ ଲକ୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଅନୁରୂପ ଭାବେ ୯ ହଜାର ବିଦେଶୀ ପର୍ଯ୍ୟଟକ ଭ୍ରମଣରେ ଆସି ନାହାନ୍ତି, ଯାହାକି ପର୍ଯ୍ୟଟନ କ୍ଷେତ୍ର ସହ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲୋକଙ୍କ ଜୀବିକା ବିପନ୍ନ ହୋଇଛି ବୋଲି ସୂଚନା ମିଳିଛି।

ପ୍ରକୃତି କୋଳରେ ହସୁଥିବା ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ସ୍ବତନ୍ତ୍ର। ଓଡ଼ିଶାର ବିଭିନ୍ନ ଜିଲାରେ ଦୁର୍ଗମ ଘଞ୍ଚ ଜଙ୍ଗଲ ପଥ ଅତିକ୍ରମ କରି ଶୋଭାଭଣ୍ଡାର ଦର୍ଶନରେ ମଣିଷର ମନ ଓ ଆମତ୍ା ଯେଉଁ ନୈସର୍ଗିକ ଶାନ୍ତି ଲାଭ କରେ ତାହା ଅବର୍ଣ୍ଣନୀୟ। ବୌଦ୍ଧ କୀର୍ତ୍ତିରାଜି ସହ ସମୁଦ୍ର କୂଳ ଓ ଐତିହାସିକ କିମ୍ବଦନ୍ତୀ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ। ଏହିକ୍ରମରେ ୨୦୧୮ ଅକ୍ଟୋବରରେ ଓଡ଼ିଶାକୁ ଦେଶର ୧୪,୦୭,୪୮୨ ଓ ୯,୧୮୧ ବିଦେଶୀ
ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୦ ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ କରୋନା ମାଡ଼ରେ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକ ଶୂନ୍ୟ ହୋଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ(ଷ୍ଟାଟିଷ୍ଟିକ) ପ୍ରତାପଦେବ ରାଜଙ୍କ ତଥ୍ୟ ଅନୁସାରେ ୨୦୨୧ ଅକ୍ଟୋବରରେ ମାତ୍ର ୫,୬୬,୯୩୯ ଭାରତୀୟ ଏବଂ ୨୧୦ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ। ଏ ସଂକ୍ରାନ୍ତରେ ନିର୍ଦ୍ଦେଶକ ରାଜ ଗତ ୧୯ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଉକ୍ତ ତଥ୍ୟ ଅନୁସାରେ ପୁରୀରେ ସର୍ବାଧିକ ୧,୯୯,୮୨୬ ଭାରତୀୟ ଓ ୧୩ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିବାବେଳେ କୋଣାର୍କରେ ଯଥାକ୍ରମେ ୩୩୮୧ ଓ ୦୦, ଭୁବନେଶ୍ୱରରେ ୮୪୭୯୩ ଓ ୧୪୦, ବ୍ରହ୍ମପୁରରେ ୮୨୫୨ ଓ ୦୦, ଚିଲିକାରେ ୩୦୪୧, ସମ୍ବଲପୁରରେ ୧୫୧୯୨ ଓ ୦୦, ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ୧୮୫୬୭ ଓ ୦୦, ରାଉରକେଲାରେ ୧୩୨୩୩ ଓ ୩୧, କଟକ ଓ ଚୌଦ୍ୱାରରେ ୩୮୩୧୮ ଓ ୦୦, ଯାଜପୁର ଟାଉନରେ ୧୪୧୭ ଓ ୦୦, ଯାଜପୁର ରୋଡରେ ୭୦୩୪ ଓ ୬, ପାରାଦୀପରେ ୭୫୧୪ ଓ ୭, ବାଲେଶ୍ୱରରେ ୧୬୨୧୩ ଓ ୬, ଚାନ୍ଦିପୁରରେ ୭୧୮୫ ଓ ୦୦, ଭଦ୍ରକରେ ୮୯୬୭ ଓ ୭, ଅନୁଗୋଳରେ ୯୧୨୭, ବୁର୍ଲା ଓ ହୀରାକୁଦରେ ୮୪୨ ଓ ୦୦, ଚଣ୍ଡିଖୋଲରେ ୨୮୭, ମାଲକାନଗିରିରେ ୨୧୪୮ ପର୍ଯ୍ୟଟକ ଆସିଛନ୍ତି। ଏହି ରିପୋର୍ଟରେ ୭୫ଟି ପର୍ଯ୍ୟଟନ କ୍ଷେତ୍ରର ତଥ୍ୟ ରହିଛି। ତେବେ ଏହି ତଥ୍ୟରେ ଆହୁରି ନନ୍ଦନକାନନ, ଭଞ୍ଜନଗର, ଆସ୍କା, ପାଟଣାଗଡ଼, ନୃସିଂହନାଥ, ଖିଚିଂ, ଟିକରପଡ଼ା, ସୁନାବେଢ଼ା, ଗୁପ୍ତେଶ୍ୱର, ଧବଳେଶ୍ୱର, କପିଳାସ, ତାରାତାରିଣୀ, ପଥରାଜପୁର, ଦାରିଙ୍ଗବାଡ଼ି ଆଦି ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଶୂନ ଦର୍ଶାଯାଇଛି। ଓଡ଼ିଶାରେ ପ୍ରାକ୍‌ ଐତିହାସିକ ଶିଳାଲିପିଠାରୁ ଆରମ୍ଭ କରି ବୌଦ୍ଧ ଯୁଗର ମଠ, ମନ୍ଦିର, ପ୍ରାକୃତିକ ଜଙ୍ଗଲ, ପ୍ରପାତ, ଐତିହାସିକ କୀର୍ତ୍ତିରାଜି ରହିଛି। ସେଥିରେ ପୁଣି ଯୋଡ଼ି ହୋଇଛି ହୀରାକୁଦ ଡ୍ୟାମ୍‌ ଭଳି ଆଧୁନିକ ନିର୍ମାଣ। ବିଭିନ୍ନ ଅଞ୍ଚଳର ବୟନ ଓ ଅନ୍ୟ ହସ୍ତକଳା ତଥା ଏହାର କଳାକାରମାନେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯୋଗ୍ୟତା ରଖିଛନ୍ତି। ହେଲେ କେବଳ କରୋନା ନୁହେଁ ପ୍ରଶାସନିକ ଉଦାସୀନତା ମଧ୍ୟ ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri