କ୍ଷମତାର ଅପବ୍ୟବହାର କରୁଛି ଶାସକ ଦଳ: ଭାଜପା

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଶାସନ କଳ ଓ କ୍ଷମତାର ଅପବ୍ୟବହାର କରି ବିଜେଡି ଭୋଟ ହାତେଇବାର ସମସ୍ତ ପ୍ରକାର ଅପପ୍ରୟାସ ଜାରି ରଖିଥିବା ଭାଜପା ଅଭିଯୋଗ କରିଛି। ଶାସକ ଦଳ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ କରାଯାଇଥିବା ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ କୋଭିଡ୍‌ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲେଞ୍ଜ ଦେଉଥିବା ବେଳେ ପ୍ରଶାସନ ଓ ରାଜ୍ୟ ନିର୍ବାଚନ କମିଶନ ନୀରବଦ୍ରଷ୍ଟା ସାଜିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ଭାଜପା ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଭାଜପା ଅଭିଯୋଗ କରିଛି, ଆରମ୍ଭରୁ ହିଂସାପରାୟଣ ହୋଇ ଶାସକ ବିଜେଡି ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛି। ଏ ସମସ୍ତ ଘଟଣା ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଘଟୁଛି। ‘ଜାଗା ମିଶନ’ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ରୂପାନ୍ତରିତ କରି ଭୋଟରମାନଙ୍କୁ ପ୍ରଭାବିତ କରୁଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଏବଂ କୋଭିଡ୍‌ କଟକଣା ଜାରି ରହିଥିବାବେଳେ ଶାସକ ବିଜେଡି ନେତା ଓ କର୍ମୀମାନେ ପୋଲିସ ଏବଂ ପ୍ରଶାସନ ସହାୟତାରେ ସମସ୍ତ କଟକଣାକୁ ଉଲ୍ଲଂଘନ କରିବା ବିଡ଼ମ୍ବନାର ବିଷୟ। ଏହି ପ୍ରସଙ୍ଗରେ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସମସ୍ତ ତଥ୍ୟ ଓ ପ୍ରମାଣ ପ୍ରଦାନ କରିବା ସହ ଆଇନ ଅନୁଯାୟୀ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଭାଜପାକୁ କଟାକ୍ଷ କଲେ ପାଣ୍ଡିଆନ

ଭୁବନେଶ୍ୱର,୭।୫:ଭାଜପାର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବାବେଳେ ପୁଣି ଏହି ପ୍ରସଙ୍ଗକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି କାର୍ତ୍ତିକ...

ନବୀନଙ୍କ ଆସନରେ ପ୍ରଚାର କଲେ ପାଣ୍ଡିଆନ, କହିଦେଲେ ଏମିତି…

ଭୁବନେଶ୍ୱର,୭।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ମଙ୍ଗଳବାର ହିଞ୍ଜିଳିରେ ଜୋରଦାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ...

ମିଛ ମାନିଫେଷ୍ଟୋକୁ ନେଇ ବର୍ଷିଲା ବିଜେଡି, କହିଲେ ଭୂଆଁ ବୁଲାଉଛି…

ଭୁବନେଶ୍ୱର,୭।୫: ଭାଜପାର ସୋମବାର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ କରିଛି ବିଜେଡି । ରାଜ୍ୟ ଭାଜପାର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା...

କଳାହାଣ୍ଡି ସ୍ବାଧୀନ ଏମ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭବାନୀପାଟଣା,୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କୁ କେତେକ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନରେଶ...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri