ଅବହେଳାରୁ ଆକର୍ଷଣ ହରାଉଛି ଚଣ୍ଡୀମନ୍ଦିର

ଯାଜପୁର ଅଫିସ,୭ା୧: ଯାଜପୁର ମାଟିର ଅସ୍ମିତାର ପରିଚୟ ହେଉଛି ଏହାର ମନୋଜ୍ଞ ପ୍ରାକୃତିକ ବିଭବ ଏବଂ ସୁପ୍ରାଚୀନ ଐତିହ୍ୟ। ବରାହ-ବିରଜା କ୍ଷେତ୍ର ନିଜର ଅନନ୍ୟ ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଗୌରବକୁ ନେଇ ଗର୍ବ ଅନୁଭବ କରିଥାଏ। କିନ୍ତୁ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ଚଣ୍ଡିଖୋଲସ୍ଥିତ ଚଣ୍ଡୀମନ୍ଦିରର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖିଲେ ଏହି ସବୁ ଗର୍ବ ଓ ଗୌରବ ଫସର ଫାଟିଛି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ପର୍ଯ୍ୟଟନସ୍ଥଳୀକୁ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଆସନ୍ତି। ଅଥଚ ଏହାର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ଏହା ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ବିଶେଷକରି ଚଣ୍ଡୀମନ୍ଦିର ପରିସର ପରିଚ୍ଛନ୍ନତା ବୋଲି କିଛି ନାହିଁ। ଚାରିଆଡ଼େ ପାନଛେପ, ଆବର୍ଜନା ଓ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏହା ଭକ୍ତି ଭାବନାରେ ବିଘ୍ନ ଘଟାଉଛି। ମନ୍ଦିରର ଟ୍ରଷ୍ଟ ବୋର୍ଡ କମିଟି ଚୟନକୁ ନେଇ ୭ ବର୍ଷ ହେଲା ବିବାଦ ରହିଛି। ୧୮ ଜଣିଆ କମିଟିରେ ସଭାପତିଙ୍କ ସମେତ ୧୦ଜଣ ଜିଲା ବାହାରର ଥିବା ନେଇ ଆପତ୍ତି ଉଠିଛି। କମିଟିକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏହି ସବୁ ବିବାଦ ଯୋଗୁ ମନ୍ଦିରର ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ବିଶେଷକରିି ଲୋକ ପ୍ରତିନିଧି କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଉଛି।

ବାରୁଣାବନ୍ତ ପାହାଡ଼ର ପାଦଦେଶରେ ରହିଛି ଏହି ପ୍ରାଚୀନ ଚଣ୍ଡୀ ମନ୍ଦିର। ପୂର୍ବରୁ ରାଣୀବନ୍ଦୀ ଗ୍ରାମର ଜଣେ ଶବର ଏହି ସ୍ଥାନରେ ଛିନ୍ନମସ୍ତା ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ପରବର୍ତ୍ତୀ ସମୟରେ ବିଶିଷ୍ଟ ଦେବୀ ସାଧକ ବାବା ଭୈରବାନନ୍ଦ ବ୍ରହ୍ମଚାରୀ ଏଠାରେ ପହଞ୍ଚି ଚଣ୍ଡୀମନ୍ଦିର ନିର୍ମାଣ କରି ଏହି ପୀଠର ବିକାଶ ପାଇଁ ଉଦ୍ୟମ କରିଥିଲେ। ଚଣ୍ଡୀମନ୍ଦିର ସଂଲଗ୍ନ ଇଲାକାରେ ହନୁମାନ ମନ୍ଦିର, ସତୀ ମନ୍ଦିର ଆଦି ଗଢ଼ିଉଠିଛି। ବାରୁଣାବନ୍ତ ପାହାଡ଼ର ଶୀର୍ଷଦେଶରୁ ପ୍ରାକୃତିକ ଝରଣା ପ୍ରବାହିତ ହୋଇ ଏହି ପୀଠକୁ ଅଧିକ ଆକର୍ଷଣୀୟ କରିଛି। ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବରେ ଏହା ସୁପରିଚିତ। ଚଣ୍ଡିଖୋଲ ଛକରୁ ଏହି ପୀଠର ଦୂରତା ମାତ୍ର ୩ କିମି। ମା’ଙ୍କ ନିକଟରେ ଅଧିଆ ପଡ଼ିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ବର୍ଷର ବିଭିନ୍ନ ପର୍ବପର୍ବାଣିରେ ଭକ୍ତଙ୍କ ଲମ୍ବା ଧାଡ଼ି ଏଠାରେ ଦେଖିବାକୁ ମିଳିଥାଏ। ବିିଭିନ୍ନ ସମୟରେ ପ୍ରବଳ ଜନସମାଗମ ହେଉଥିବାରୁ ପୀଠକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପ୍ରଶାସନ ଓ ଟ୍ରଷ୍ଟବୋର୍ଡର ଦାୟିତ୍ୱ। ମାତ୍ର ତାହା ବିଫଳ ହେଉଛି। ମନ୍ଦିର ପରିସରରେ ଥିବା ଅନେକ ଘର ଭାଙ୍ଗିରୁଜି ଭୂତକୋଠି ପାଲଟିଛି। ମନ୍ଦିର ପରିସରସ୍ଥ ଜଳକୁଣ୍ଡର ଦୁର୍ଗନ୍ଧ ଯୋଗୁ ଭକ୍ତ ନାକ ଟେକି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଝରଣା, ଫୁଲ ବଗିଚା ଆଦି ନଷ୍ଟ ହୋଇଗଲାଣି। ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ହିଁ ଯାହା ସଫେଇ ହେଉଛି। ପ୍ରତ୍ୟହ ସଫେଇ ବ୍ୟବସ୍ଥା ଥିବା ଭଳି ମନେ ହେଉନାହିଁ। ମନ୍ଦିରର ଟ୍ରଷ୍ଟି ସଦସ୍ୟ ହେବାକୁ ଯେଉଁ ପ୍ରକାର କସରତ ହେଉଛି ସେହି ଅନୁପାତରେ ମନ୍ଦିରର ବିକାଶ ପାଇଁ ଆଦୌ ଉଦ୍ୟମ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ଟ୍ରଷ୍ଟ ବୋର୍ଡ ସଦସ୍ୟ ବେଣୁଧର ପଣ୍ଡା କୁହନ୍ତି, ୮ ବର୍ଷ ହେଲାଣି ଏହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବାବା ସନ୍ତୋଷାନନ୍ଦ ବ୍ରହ୍ମଚାରୀଙ୍କୁ ଟ୍ରଷ୍ଟବୋର୍ଡରୁ ବାହାର କରି ଦିଆଯାଇଛି। ସେ ଧୁନି ଘରେ ଆଶ୍ରୟ ନେଇ ଅସୁସ୍ଥ ହୋଇ ପଡ଼ି ରହିଛନ୍ତି। ଟ୍ରଷ୍ଟବୋର୍ଡ କମିଟିକୁ ନେଇ କୋର୍ଟ କଚେରିରେ ବିବାଦ ଲାଗି ରହିଛି। ଉପଜିଲାପାଳ ଶରତ କୁମାର ମହାପାତ୍ର କହିଛନ୍ତି ଯେ, ଚଣ୍ଡୀମନ୍ଦିରର ପରିଚାଳନା ଦାୟିତ୍ୱ ଜିଲା ପ୍ରଶାସନ ବୁଝୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri