Posted inଜାତୀୟ

ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢ଼ିଲା: ଲୋକ ସଭା ପ୍ରାର୍ଥୀ ୯୫ ଲକ୍ଷ, ବିଧାନସଭା ପ୍ରାର୍ଥୀ ୪୦ ଲକ୍ଷ ଯାଏ ବ୍ୟୟ କରିପାରିବେ

ନୂଆଦିଲ୍ଲୀ,୭ା୧: ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଥିବାବେଳେ ଏହା ୯୫ ଲକ୍ଷକୁ ବୃଦ୍ଧି ହୋଇଛି। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ୨୮ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ନିର୍ବାଚନ କମିଶନ (ଇସି)ଙ୍କ ସୁପାରିସ ଆଧାରରେ ଆଇନ ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି। ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କ ବଢ଼ିବା ସହ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାରେ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସଂଶୋଧିତ ଖର୍ଚ୍ଚ ସୀମା ଲାଗୁ ହେବ। ୨୦୧୪ରେ ହୋଇଥିବା ସଂଶୋଧନ ଅନୁଯାୟୀ ବଡ଼ ରାଜ୍ୟଗୁଡ଼ିକରେ ଲୋକ ସଭା ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କୋଭିଡ୍‌ ସମୟରେ ଏହାକୁ ଅସ୍ଥାୟୀ ଭାବେ ୭୭ ଲକ୍ଷ ଟଙ୍କାକୁ ଦୃଦ୍ଧି କରାଯାଇଥିବାବେଳେ ବର୍ତ୍ତମାନ ୯୫ ଲକ୍ଷ ଟଙ୍କା ହୋଇଛି। ସେହିପରି ଛୋଟ ରାଜ୍ୟଗୁଡ଼ିକ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ୫୪ ଲକ୍ଷ ଟଙ୍କା ଥିଲା, ଯାହାକୁ ୭୫ ଲକ୍ଷ ଟଙ୍କାକୁ ବଢ଼ାଯାଇଛି। ସେହିପରି ବଡ଼ ରାଜ୍ୟରେ ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ୨୮ ଲକ୍ଷରୁ ୪୦ ଲକ୍ଷକୁ ବଢ଼ିଥିବାବେଳେ ଛୋଟ ରାଜ୍ୟରେ ଏହାକୁ ୨୦ ଲକ୍ଷରୁ ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
୨୦୧୪ରୁ ଇତିମଧ୍ୟରେ ଦରଦାମ୍‌ ଯଥେଷ୍ଟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚର ସର୍ବୋଚ୍ଚ ସୀମାର ସମୀକ୍ଷା କରିବା ଲାଗି ଇସି ଏକ କମିଟି ଗଠନ କରିଥିଲେ। ବଜାର ଦର ଓ ଭୋଟର ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧୨ରୁ ୪୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ଲାଗି କମିଟି ସୁପାରିସ କରିଥିଲା। ସୂଚନାଯୋଗ୍ୟ, ୨୦୧୪ରେ ଭୋଟର ସଂଖ୍ୟା ୮୩.୪ କୋଟି ଥିବାବେଳେ ୨୦୨୧ରେ ତାହା ୯୩.୬ କୋଟିକୁ ବୃଦ୍ଧି ପାଇଛି। ସେହିପରି ୭ ବର୍ଷ ମଧ୍ୟରେ ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କ ୨୪୦ରୁ ବଢ଼ି ୩୧୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri