ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା

ବଅଁରପାଳ,୨୭।୧୨(ଡି.ଏନ.ଏ.)  ଡିସେମ୍ବରରୁ ଏପ୍ରିଲ ରବି ଋତୁର ମାସେ ଶେଷ ହେବାକୁ ବସିଲାଣି। ହେଲେ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଅନୁଗୋଳ ବ୍ଲକର ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିହନ ମିଳିପାରୁ ନାହିଁ। ଫଳରେ ଚଳିତ ଋତୁକୁ ନେଇ କୃଷି ବିଭାଗ ପକ୍ଷରୁ ରଖାଯାଇଥିବା ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେଖାଦେଇଛି।
ପ୍ରକାଶ ଯେ, କୃଷି ବିଭାଗ ପକ୍ଷରୁ ଅନୁଗୋଳ ବ୍ଲକ ଅଞ୍ଚଳର ମୋଟ୍‌ ୧୩ ହଜାର ୮୨୧ ହେକ୍ଟର ଜମିରେ ରବି ଫସଲ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ୨୦ ହେକ୍ଟରରେ ଧାନ, ୩୭ ହେକ୍ଟର ଜମିରେ ମକା ଓ ୧୦ ହେକ୍ଟରରେ ମାଣ୍ଡିଆ ଫସଲ କରିବାକୁ ସ୍ଥିର ହୋଇଛି। ହେଲେ ଉପରୋକ୍ତ ତିନୋଟି ଫସଲ ଏଯାଏ ଆରମ୍ଭ ହୋଇନାହିଁ। ସେହିପରି ୨୪୫୬ ହେକ୍ଟରରେ ମୁଗ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହା ୧୬୦୦ ହେକ୍ଟରରେ ଚାଷ କରାଯାଇଛି। ୨୩୦୭ ହେକ୍ଟରରେ ବିରି ଚାଷ କରାଯିବାର ଯୋଜନା ଥିବାବେଳେ ଏହା ୧୫୦୦ ହେକ୍ଟରରେ ହୋଇପାରିଛି। ୧୨୦ ହେକ୍ଟର ଜମିରେ ଚିନା ବାଦାମ କରାଯିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ଏଯାଏ ଫସଲ ହୋଇପାରି ନାହିଁ। ୯୦୫ ହେକ୍ଟରରେ ରାଶି ଫସଲ ପାଇଁ ଲକ୍ଷ୍ୟ ରହିଥିବାବେଳେ ୮୩୦ ହେକ୍ଟରରେ ଏହା ହୋଇଛି। ୩ ହଜାର ୪୫ ହେକ୍ଟରରେ ପରିବା ଚାଷ କରିବାର ଯୋଜନା ରହିଥିବାବେଳେ ୨୮୦୦ ହେକ୍ଟରରେ କରାଯାଇଛି। ତେବେ ଧାର୍ଯ୍ୟ ଅନୁଯାୟୀ ୪୯୦ ହେକ୍ଟରରେ ମସଲା ଜାତୀୟ ଓ ୫ ହେକ୍ଟରରେ ଆଖୁ ଚାଷ କରାଯାଇଛି। ଏହାଛଡ଼ା ଅନ୍ୟ ଫସଲ ମଧ୍ୟରୁ କେତୋଟିରେ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ବ୍ଲକ ଅଞ୍ଚଳରେ ୧୮ଟି କୃଷି ସମବାୟ ସମିତି ଥିବାବେଳେ ଅନେକ ସମିତିରେ ଆବଶ୍ୟକ ପରିମାଣର ବିହନ ମହଜୁଦ ନାହିଁ। ଚାଷୀମାନେ ବିହନ ପାଇବା ଆଶାରେ କୃଷି କାର୍ଯ୍ୟାଳୟ ଓ କୃଷି ସମବାୟ ସମିତିକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଅନେକ ଚାଷୀ ରଖିଥିବା ପୁରୁଣା ବିହନ ଓ ଚଢ଼ା ଦରରେ ବଜାରରୁ ବିହନ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ କୃଷି ଅଧିକାରୀ ଜେ. ନଳିନୀ ମହାନ୍ତି କହିଛନ୍ତି, ୧୩ ହଜାର ୮୨୧ ହେକ୍ଟର ଜମିରେ ରବି ଫସଲ ପାଇଁ ଲକ୍ଷ୍ୟ ରହିଛି। ହେଲେ ଏବେ ପ୍ରାୟ ୧୨ ହଜାର ହେକ୍ଟରରେ ଫସଲ ହୋଇଛି। ଧାନ ସମେତ କେତେକ ଡାଲି ଜାତୀୟ, ତୈଳବୀଜ ଜାତୀୟ ଫସଲ ଆରମ୍ଭ ହୋଇନି। ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଇ ହେଉ ନ ଥିବାରୁ ସମସ୍ୟା ଉପୁଜୁଛି। ତଥାପି ଲକ୍ଷ୍ୟଧାର୍ଯ୍ୟ ପୂରଣ ଦିଗରେ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri