କୋଟିଆ ପରେ ଗଞ୍ଜାମ ଉପରେ ଆନ୍ଧ୍ରର ଦୃଷ୍ଟି

ପାତ୍ରପୁର, ୧୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ମାନଚିତ୍ରରେ ଗାଁ ରହିଛି ହେଲେ ପ୍ରଶାସନିକ ଅବହେଳାରୁ ଏହି ଗାଁଗୁଡ଼ିକୁ ବିକାଶ ପହଞ୍ଚତ୍ ପାରିନାହିଁ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏହାର ସୁଯୋଗ ନେଇ କୋଟିଆ ପରେ ଗଞ୍ଜାମ ଜିଲା ପାତ୍ରପୁର ଉପରେ ଦୃଷ୍ଟି ପକାଇଛି। ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମରେ ଥିବା ଘରଗୁଡ଼ିରେ ଆନ୍ଧ୍ର ପୋଷ୍ଟର ମାରିଛି। ଏଥିରେ ଆନ୍ଧ୍ର ତାର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛି।

ପାତ୍ରପୁର ବ୍ଲକର ବୁରାତାଲ, ତୁମ୍ବା, ଆମ୍ବପୁର, ଗୁଣ୍ଡ୍ରା, ଖମ୍ବାରିଙ୍ଗା, ବରଙ୍ଗ, କେଶରିପଡ଼ା, ବିନୂଆଗାଁ , ଗୁଡ଼ିପଦର ଆଦି ପଞ୍ଚାୟତର କିଛି ଗ୍ରାମକୁ ଆନ୍ଧ୍ର ସୀମାନ୍ତ ଲାଗି ରହିଛି। ଏଥିରୁ ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗ୍ରାମ ଆନ୍ଧ୍ର ସୀମାକୁ ଲାଗି ରହିଥିବା ବେଳେ ଆନ୍ଧ୍ର ପ୍ରଶାସନ ଗ୍ରାମରେ ପହଞ୍ଚତ୍ ବିଭିନ୍ନ କ୍ଷେତ୍ରରେ ବିକାଶ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ପାଖରେ ଗୁଡ଼ିଖଳା ଗ୍ରାମବାସୀ ବୋଲି ଭୋଟର ପରିଚୟ ପତ୍ର, ରାଶନ କାର୍ଡ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲା ମୁଶା ମଣ୍ଡଳ ବୁଡ଼ାରସିଙ୍ଗି ପଞ୍ଚାୟତର କୁରୁଡ଼ାଲୁ ଗ୍ରାମବାସୀ ବୋଲି ଭୋଟର କାର୍ଡ, ରାଶନ କାର୍ଡ, ଆଧାର କାର୍ଡ ଓ ଭତ୍ତା କାର୍ଡ ଓ ସ୍ବାସ୍ଥ୍ୟ ବୀମା କାର୍ଡ ରହିଛି। ସେହିଭଳି ଗଜପତି ଜିଲା ରାୟଗଡ଼ା ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ଗୁଡ଼ିଖାଳି ଗ୍ରାମରେ ରହିଲା ଭଳି କେତେଜଣ ଆଦିବାସୀଙ୍କ ପାଖରେ ପରିଚୟପତ୍ର ରହିଛି। ଓଡ଼ିଶାର ଦୁଇଟି ଜିଲାର ଦୁଇଟି ବ୍ଲକରେ ଏହି ୨ଟି ଗ୍ରାମ ଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ଗ୍ରାମବାସୀ ପାଇନାହାନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ ଉକ୍ତ ଗ୍ରାମକୁ ବିଦ୍ୟୁତ୍‌, ପାନୀୟ ଜଳ, ଛାତ୍ରୀଛାତ୍ରଙ୍କୁ ଶିକ୍ଷା, ରାଶନ ସାମଗ୍ରୀ ସହ ବୃଦ୍ଧାବୃଦ୍ଧଙ୍କୁ ମାସିକ ୨୨୫୦ ଟଙ୍କା ଭତ୍ତା ଦେଇ ନିଜ ଆଡ଼କୁ ନେଇଛି।

ପାତ୍ରପୁର ବ୍ଲକ ତରଫରୁ କେତେଜଣ ବ୍ୟକ୍ତିଙ୍କୁ ଇନ୍ଦିରାଆବାସ ମିଳିଥିବା ବେଳେ ଆଉ କିଛି ପରବାରକୁ ଆନ୍ଧ୍ର ସରକାର ଘର ଯୋଗାଇ ଦେଇଛନ୍ତି। ସେହି ଘର ବାରଣ୍ଡାରେ ଆନ୍ଧ୍ର ସରକାରଙ୍କ କଲ୍ୟାଣ କ୍ୟାଲେଣ୍ଡର ଟଙ୍ଗା ହୋଇଛି। ଏଥିରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କେତେ ଟଙ୍କା ହିତାଧିକାରୀଙ୍କୁ ମିଳିବ ସେଥିରେ ଉଲ୍ଲେଖ ଅଛି। ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତରୁ ମାସିକ ୫୦୦ ଟଙ୍କା ଭତ୍ତା ମିଳୁଥିବାବେଳେ ଆନ୍ଧ୍ର ପ୍ରଦେଶରୁ ତାରିସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରେ ୨୨୫୦ ଟଙ୍କାର ଭତ୍ତା ମିଳୁଥିବା ଆଦିବାସୀମାନେ ପ୍ରକାଶ କରିଛନ୍ତି। ଗ୍ରାମରେ ରହିଥିବା ୨୭ ଆଦିବାସୀ ପରିବାରଙ୍କ ଗମନାଗମନ ପାଇଁ ଓଡ଼ିଶାର ଉଭୟ ବ୍ଲକ ଆଖି ବୁଜିଦେଇଥିବା ବେଳେ ଆନ୍ଧ୍ର ସରକାର ଗାଁ ମୁଣ୍ଡ ଉପରେ ଥିବା କଳିଙ୍ଗ ଦଳା ଜଳଭଣ୍ଡାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛି। ସ୍ବାସ୍ଥ୍ୟ ସୁବିଧା ପାଇଁ ଓଡ଼ିଶାର ପାଖ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଲେ ୩୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆନ୍ଧ୍ରର ଶିରିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟ ସେବା ମିଳୁଥିବା ଜଣାପଡ଼ିଛି। ପ୍ରତି ମାସରେ ଆନ୍ଧ୍ର ଅଧିକାରୀ ଗ୍ରାମରେ ପହଞ୍ଚତ୍ ବିଭିନ୍ନ ସୁବିଧା ଅସୁବିଧା ବୁଝୁଥିବା ବେଳେ ଓଡ଼ିଶାର କୌଣସି ପ୍ରଶାସନିକ ଅଧିକାରୀ ଗାଁକୁ ଆସି ନ ଥିବା ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ରାଗିଗଲେ ଆଉଟସୋର୍ସିଂ କର୍ମଚାରୀ, ଦେଲେ ଆନ୍ଦୋଳନ ଧମକ

ଭୁବନେଶ୍ୱର,୧୧।୧୨: ଓଡ଼ିଶାର ଆଉଟସୋର୍ସିଂ କର୍ମଚାରୀମାନେ ତଥ୍ୟ ଗୋପନୀୟତା ଭଙ୍ଗ ହେବାର ଆଶଙ୍କା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri