Posted inଫୁରସତ

ଡବା କ୍ଷୀର ପାଇଁ ବ୍ୟଗ୍ରତା ଛାଡ଼ିବାକୁ ହେବ

ସବୁ ଅଭିଭାବକ ଚାହାନ୍ତି କିପରି ପିଲାଟି ସୁସ୍ଥ ହୋଇ ଜନ୍ମ ହେବ ଏବଂ ପରେ ତା’ର ସ୍ବାସ୍ଥ୍ୟ ଭଲ ରହିବ। ଏ ସମ୍ପର୍କରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ସୁରେନ୍ଦ୍ର ନାଥ ମିଶ୍ରଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ ସ୍ବତନ୍ତ୍ର ଆଳାପ। ଗଞ୍ଜାମ ଜିଲା କୋଦଳା ବ୍ଲକ ଫାଶୀ ଗ୍ରାମରେ ୧୯୫୯ ଜୁଲାଇ ୩୦ରେ ଜନ୍ମଗ୍ରହଣ କରିଥିବା ଡା. ମିଶ୍ର ବ୍ରହ୍ମପୁର ଏମ୍‌କେସିଜିରୁ ୧୯୮୩ରେ ଏମ୍‌ବିବିଏସ୍‌ ଶେଷ କରିଥିଲେ। ଏହାପରେ ସେ ସରକାରୀ ଚାକିରିରେ ଯୋଗଦେଇଥିଲେ। ପରେ ୧୯୯୩ରୁ ସେ ଏମ୍‌କେସିଜିରୁ ପେଡିଆଟ୍ରିକ୍‌ରେ ପିଜି ଶେଷ କରିଥିଲେ।

ପ୍ରଶ୍ନ- ପିଲା ସୁସ୍ଥ ରହିବା ପାଇଁ ଅଭିଭାବକ କ’ଣ କରିବା ଉଚିତ?
ଉତ୍ତର- ପିଲାକୁ ସୁସ୍ଥ ଓ ସ୍ବାସ୍ଥ୍ୟବାନ କରିବାକୁ ହେଲେ କେବଳ ଜନ୍ମ ପରେ ନୁହେଁ, ଜନ୍ମ ପୂର୍ବରୁ ବି ଯତ୍ନ ନେବାକୁ ପଡ଼ିବ। ଗର୍ଭଧାରଣ ସମୟରୁ ହିଁ ପିଲାର ଯତ୍ନ ନେବାକୁ ପଡ଼ିବ। ପ୍ରସବ ପରେ ପିଲାର ଗ୍ରୋଥ୍‌ ପାଇଁ ମା’ କ୍ଷୀର ଗୁରୁତ୍ୱ ବହନ କରେ। କିନ୍ତୁ ଆଜିକାଲି ଅଭିଭାବକମାନେ ପିଲାକୁ ନେଇ ଆବଶ୍ୟକଠାରୁ ଅଧିକ ଚିନ୍ତା କରନ୍ତି। ଗୋଟେ ଛୁଆ ପାଇଁ ମା’, ବାପାଠାରୁ ଆରମ୍ଭ କରି ତା’ର ପୂରା ପରିବାର ବ୍ୟସ୍ତ ହୋଇପଡ଼ନ୍ତି। ଏଭଳି ବ୍ୟଗ୍ରତା ବି ବେଳେ ବେଳେ ଖରାପ ସ୍ଥିତିକୁ ଟାଣିଦିଏ। ଯଦି ନବଜାତ ପିଲାଟି ଦୁଇଦିନ ଭିତରେ ଭଲରେ ମା’ କ୍ଷୀର ନେଇ ନ ପାରିଲା, ଅଭିଭାବକ ସଙ୍ଗେ ସଙ୍ଗେ ବାହାରୁ ଡବା କିଣି ଆଣି ଦିଅନ୍ତି। ଆମେ ସେମାନଙ୍କୁ ବାହାର ଡବା ଆଣି ନ ଦେବା ପାଇଁ କାଉନସେଲିଂ କରୁ। ପ୍ରସବ ପରେ ପିଲାର ଭଲ ଗ୍ରୋଥ୍‌ ପାଇଁ ମା’ କ୍ଷୀର ଗୁରୁତ୍ୱ। ଏଥିସହିତ ମା’ର ପୋଷଣଯୁକ୍ତ ଖାଦ୍ୟ ଉପରେ ବି ପିଲାର ଗ୍ରୋଥ୍‌ ନିର୍ଭର କରେ।
ପ୍ରଶ୍ନ- ୩ବର୍ଷର ଛୁଆ ବି ଜଙ୍କ୍‌ ଫୁଡ୍‌ ଖାଇବା ଅଭ୍ୟାସ କଲେଣି। ଏ ସମ୍ପର୍କରେ କ’ଣ କହିବେ?
ଉତ୍ତର- ଏହା ସ୍ଲୋ ପଏଜନ। କେବଳ ଛୋଟ ପିଲା ନୁହେଁ, କୌଣସି ବର୍ଗର ଲୋକଙ୍କ ପାଇଁ ଏହାର ଆବଶ୍ୟକତା ନାହିଁ। ଏଥିରେ କୌଣସି ନ୍ୟୁଟ୍ରିସନାଲ ଭାଲ୍ୟୁ ନାହିଁ। କେବଳ ପାଟି ସୁଆଦ ଓ ଫ୍ୟାନ୍‌ସି। ପୂରା ଜୀବନ ପାଇଁ ଏହା ବିପଦ।
ପ୍ରଶ୍ନ- ଥାଲାସେମିଆ ଏକ ସାଧାରଣ ରୋଗ ହେଲାଣି। ସବୁବେଳେ ରକ୍ତର ଆବଶ୍ୟକ ପଡ଼ୁଛି। ଏଥିରୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ କିଛି ଚିକିତ୍ସା ଅଛି କି?
ଉତ୍ତର- ମେଜର ଥାଲାସେମିଆରେ ରକ୍ତର ଆବଶ୍ୟକ ପଡ଼ିଥାଏ। ପ୍ରତି ମାସରେ ପ୍ରାୟ ଗୋଟେ ଦୁଇଟା ଅବଶ୍ୟକ ପଡ଼େ। ଏହି ରୋଗ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ। ଯାହା କିଛି ଚିକିତ୍ସା ଅଛି, ତାହା କେବଳ ଜୀବନ ବଞ୍ଚାଇବା ପାଇଁ। ତେବେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେଉଛି ଏହାର ଲାଟେଷ୍ଟ ଟ୍ରିଟ୍‌ମେଣ୍ଟ।
ପ୍ରଶ୍ନ- କେତେବେଳେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼େ?
ଉତ୍ତର- ରୋଗ ଚିହ୍ନଟ ହେବା ଦିନଠାରୁ ଏହାର ଆବଶ୍ୟକ ପଡ଼େ। କିନ୍ତୁ ଦୁଃଖର ବିଷୟ ଏହାର ଚିକିତ୍ସା ପାଇଁ ଖର୍ଚ୍ଚ ଓ ଖର୍ଚ୍ଚ ତୁଳନାରେ ସଫଳତା ବହୁତ କମ୍‌। ଏହି ଚିକିତ୍ସା ପଦ୍ଧତି ଉପରେ ଏବେ ବି ଗବେଷଣା ଚାଲିଛି। ତେଣୁ ଏହାକୁ କାର୍ଯ୍ୟକ୍ଷମ କରି ହେଉନି।
ପ୍ରଶ୍ନ- ସିକିଲ ସେଲ୍‌ ଆନିମିଆ ସମ୍ପୂର୍ଣ୍ଣ ଭଲ ହେବାର ସମ୍ଭାବନା ଅଛି କି?
ଉତ୍ତର- ଏହି ରୋଗ ବି ସେହି ଥାଲାସେମିଆ ପରି ଏକ୍ସପରିମେଣ୍ଟାଲ ଷ୍ଟେଜ୍‌ରେ ଅଛି। ରୋଗର ଚିକିତ୍ସା ଅଛି, କିନ୍ତୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ସେମିତି କିଛି ଚିିକିତ୍ସା ନାହିଁ। ଏହାର ବି ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା ପାଇଁ ଗବେଷଣା ଚାଲିଛି।
ପ୍ରଶ୍ନ- ଥାଲାସେମିଆ ଓ ସିକିଲ ସେଲ୍‌ ଆନିମିଆ ବଂଶାନୁଗତ ରୋଗ। ଏହାର ପ୍ରତିକାର?
ଉତ୍ତର- ଫୁଲବାଣୀ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ାର କିଛି ନିର୍ଦ୍ଦିଷ୍ଟ ଜାଗାରେ ସିକିଲ ସେଲ୍‌ ଆନିମିଆ ଅଧିକ ଦେଖାଯାଉଛି। କାରଣ ସେଠାରେ ସମ୍ପର୍କୀୟଙ୍କ ମଧ୍ୟରେ ବାହାଘର ହୋଇଥାଏ। ତେଣୁ ପ୍ରତିକାର ପାଇଁ ସେଭଳି ଗୋଷ୍ଠୀ ଭିତରେ ବାହାଘର ନ କରିବା ଭଲ। ସେହିପରି ଯଦି କାହାର ଗୋଟେ ପିଲା ଏହି ରୋଗରେ ପୀଡ଼ିତ ଅଛି ସେମାନେ ଆଉ ପିଲା ଜନ୍ମ ନ କରିବା ଭଲ। ଏସବୁ ସଚେତନତା କରାଗଲେ ରୋଗକୁ ରୋକାଯାଇପାରିବ।
ପ୍ରଶ୍ନ-ଏବେ ପ୍ରାୟ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲୁଛି। ପିଲା ମୋବାଇଲ ଫୋନ୍‌ରେ ଅଧିକ ସମୟ କ୍ଲାସ୍‌ କଲେ କ’ଣ ପ୍ରଭାବ ପଡ଼ିବ?
ଉତ୍ତର- ଏହାର ପ୍ରଭାବ ପଡ଼ୁଛି। ସେମାନଙ୍କ ଚିଡ଼ଚିଡ଼ା ପଣ ବଢ଼ିଯାଉଛି। ଏଥିସହିତ ଆଖି ଉପରେ ପ୍ରଭାବ ପକାଉଛି। ଏଥିପାଇଁ ଏବେ ଅନେକ ପିଲା ହସ୍ପିଟାଲକୁ ଆସୁଛନ୍ତି। ତେଣୁ ଅଧିକ ଜରୁରୀ ନ ହେଲେ ମୋବାଇଲ ଫୋନ୍‌ ବ୍ୟବହାର ନ କରିବା ଭଲ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ମୁଁ ଘରେ ରହି ପରିବାର ଲୋକଙ୍କ ସହିତ ସମୟ ବିତାଇକୁ ପସନ୍ଦ କରେ।
ପ୍ରଶ୍ନ- କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର- ଘାଣ୍ଟ ତରକାରି ମୋର ପ୍ରିୟ ଖାଦ୍ୟ।
ପ୍ରଶ୍ନ- ରୋଷେଇ ଜାଣନ୍ତି କି?
ଉତ୍ତର- ହଁ। ସବୁ ରୋଷେଇ ଜାଣି ନାହିଁ। ତଥାପି ମୁଁ ଭଲ ଡାଲମା କରେ। ମୋ ହାତ ତିଆରି ଡାଲମାକୁ ସମସ୍ତେ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri