ଖସୁଛି ଭୂତଳ ଜଳସ୍ତର ଜଟିଳ ଆଡ଼କୁ ୬ ବ୍ଲକ

ଯାଜପୁର ଅଫିସ,୬।୧୧: ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହ ସମୟରେ ପାଣି ପାଇଁ ହାହାକାର ପଡୁଛି। ଏପରି ସ୍ଥିତିରେ ଜଳାଶୟ କିସମ ଜମି ମଧ୍ୟ କମିବାରେ ଲାଗିଛି।। ପୋଖରୀ ପୁନରୁଦ୍ଧାର ଅବା ଖୋଳାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି। ସେହିପରି ଗଢି ଉଠୁଥିବା ଶିଳ୍ପ କାରଖାନାଗୁଡିକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଖିବୁଜା ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ଫଳରେ ଭୂତଳ ଜଳ ହ୍ରାସ ଅଣାୟତ୍ତ ହେବାରେ ଲାଗିଛି। ଏନେଇ ଗ୍ରାଉଣ୍ଡ ୱାଟର ରିସୋର୍ସ ଆସେସ୍‌ମେଣ୍ଟ (ଜିଡବ୍ଲ୍ୟୁଆର୍‌ଏ)-୨୦୨୦ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି। ଓଡ଼ିଶା ସରକାରଙ୍କ ଷ୍ଟେଟ୍‌ ଲେଭଲ କମିଟି (ଏସ୍‌ଏଲ୍‌ସି) ଏବଂ କେନ୍ଦ୍ରର ସରକାରଙ୍କ ସେଣ୍ଟ୍ରାଲ ଲେଭଲ ଏକ୍ସପର୍ଟ ଗ୍ରୁପ୍‌ର ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଜିଡବ୍ଲ୍ୟୁଆର୍‌ଏ ରିପୋର୍ଟରେ ଯାଜପୁର ଜିଲାର କୋରେଇ ବ୍ଲକ, ବାଲେଶ୍ୱର ଜିଲାର ବାଲିଆପାଳ, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବୋଲଗଡ଼ ଏବଂ ନୂଆପଡ଼ା ଜିଲାର ନୂଆପଡ଼ା ବ୍ଲକ ପ୍ରାୟ ଜଟିଳ(ସେମି କ୍ରିଟିକାଲ) ସ୍ଥିତିରେ ରହିଛି। ଏହି ରିପୋର୍ଟକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଡବ୍ଲ୍ୟୁଆର୍‌ଏ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବାର୍ଷିକ ୧୮,୭୯,୧୫୦.୫୩ ଏଚ୍‌ଏମ୍‌ (ହେକ୍ଟର ମିଟର) ଜଳ ରିଚାର୍ଜ ହୋଇଥାଏ। ସେଥିରୁ ପ୍ରାକୃତିକ ଭାବେ ବାର୍ଷିକ ୧,୫୩,୧୭୩.୧୬ ଏଚ୍‌ଏମ୍‌ ଭୂତଳ ଜଳ ଖଲାସ ହୋଇଥାଏ। ଅନ୍ୟପକ୍ଷରେ ୭,୦୧,୮୬୬.୦୧ ଏଚ୍‌ଏମ୍‌ (୪୦.୬୬%) ଭୂତଳ ଜଳ ବାର୍ଷିକ ବ୍ୟବହାର ହେଉଛି। ସେଥିମଧ୍ୟରୁ ଜଳସେଚନ କ୍ଷେତ୍ରରେ ୫,୫୭,୩୩୦.୫୫ ଏଚ୍‌ଏମ୍‌, ଶିଳ୍ପ କାରଖାନା ପାଇଁ ୧୫,୬୮୪.୪୪ ଏଚ୍‌ଏମ୍‌, ଘରୋଇ କ୍ଷେତ୍ରରେ ୧,୨୮,୮୫୧.୦୨ ଏଚ୍‌ଏମ୍‌ ଭୂତଳ ଜଳ ବ୍ୟବହାର ହେଉଛି। ଏହି ପ୍ରକ୍ରିୟାରେ ରାଜ୍ୟର ୩୦୨ଟି ବ୍ଲକ ନିରାପଦ ରହିଥିବାବେଳେ ୬ଟି ସେମି କ୍ରିଟିକାଲ ବ୍ଲକ ଓ ୬ଟି ଲବଣାକ୍ତ (ସାଲାଇନ) ବ୍ଲକ ଅଞ୍ଚଳ ରହିଛି। ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା କୋରେଇ ବ୍ଲକରେ ବାର୍ଷିକ ଭୂତଳ ଜଳ ସ୍ଥିତି ୮,୭୩୦.୬୭ ଏଚ୍‌ଏମ୍‌ ରହିଥିଲାବେଳେ ୭୫୪୯.୮୬ ଏଚ୍‌ଏମ୍‌(୮୬.୪୮%)ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ଏଥିମଧ୍ୟରୁ ଜଳସେଚନ କ୍ଷେତ୍ରରେ ସର୍ବାଧିକ ୬୮୬୮.୭୧ ଏଚ୍‌ଏମ୍‌ ଭୂତଳ ଜଳ ବ୍ୟବହାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ବାସ୍ତବରେ କୋରେଇ ବ୍ଲକ ଅଞ୍ଚଳରେ ଏଯାଏ ସେତେଟା ଜଳସେଚନ ବ୍ୟବସ୍ଥା ହୋଇ ପାରିନାହିଁ। କୋରେଇ ବ୍ଲକକୁ ଲାଗି ଦାନଗଦି ବ୍ଲକ ଅଞ୍ଚଳରେ ରହିଥିବା ଶିଳ୍ପ ଏବଂ ବ୍ୟାସନଗର ସହରରେ ଘରୋଇ କ୍ଷେତ୍ରରେ ଅଧିକ ଭୂତଳ ଜଳ ବ୍ୟବହାର ହେଉଛି। ତେଣୁ ଶିଳ୍ପାଞ୍ଚଳରେ ଭୂତଳ ଜଳ ବ୍ୟବହାରକୁ ଲୁଚାଇବାକୁ ଯାଇ ଏଭଳି ରିପୋର୍ଟର ସତ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷେ ଭୂତଳ ଜଳ ସମ୍ବଳଠାରୁ ବାଲିଆପାଳ ବ୍ଲକ ଅଞ୍ଚଳରେ ୮୬.୩୦%, ଗରଦପୁରରେ ୭୪.୬୭%, ଭୁବନେଶ୍ୱରରେ ୮୦.୩୪%, ବୋଲଗଡ଼ରେ ୮୦.୩୭% ଓ ନୂଆପଡ଼ାରେ ୭୫.୩୫% ଭୂତଳ ଜଳ ବ୍ୟବହାର ହେଉଛି। ଏହି ରିପୋର୍ଟରେ ନୂତନ ଭାବେ ନୂଆପଡ଼ା ଏବଂ ଭୁବନେଶ୍ୱର ସେମି କ୍ରିଟିକାଲ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ନୂଆପଡ଼ାରେ ଜଳସେଚନ ପାଇଁ ଅଧିକ କୂଅ ଖୋଳିବା ଏବଂ ଭୁବନେଶ୍ୱରରେ ଜନସଂଖ୍ୟା ବୃଦ୍ଧି ସହ ଶିଳ୍ପକ୍ଷେତ୍ରରେ ଅଧିକ ଭୂତଳ ଜଳ ବ୍ୟବହାରରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଗତ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଏସ୍‌ଏଲ୍‌ସି ବୈଠକରେ ମତପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ପୂର୍ବରୁ ସେମି କ୍ରିଟିକାଲ ସ୍ଥିତିରେ ରହିଥିଲାବେଳେ ଏବେ ନିରାପଦ ଅବସ୍ଥାରେ ରହିଛି। ବିପୁଳ ସଂଖ୍ୟାରେ ଭୂତଳ ଜଳ ପୁନଃ ଭରଣ ପ୍ରକଳ୍ପ ଯଥା ପୋଖରୀ, ଟ୍ୟାଙ୍କ ଆଦି ନିର୍ମାଣ ହୋଇଥିବାରୁ ଭୂତଳ ଜଳସ୍ତର ବୃଦ୍ଧି ହୋଇଛି ବୋଲି ଏସ୍‌ଏଲ୍‌ସି ପକ୍ଷରୁ କୁହାଯାଇଛି। ତେଣୁ ପ୍ରତ୍ୟେକ ସେମି କ୍ରିଟିକାଲ ବ୍ଲକ ଅଞ୍ଚଳରେ ଏଭଳି ପୁନଃ ଭରଣ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ଏସ୍‌ଏଲ୍‌ସିର ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।
ଜଳ ଶକ୍ତି ମନ୍ତ୍ରଣାଳୟ ସଚିବଙ୍କ ପତ୍ର ଅନୁଯାୟୀ ଭୂତଳ ଜଳ ହେଉଛି ବର୍ଷସାରା ଚାଷ ଏବଂ ପାନୀୟ ଜଳ ପାଇଁ ମେରୁଦଣ୍ଡ ସଦୃଶ। ତେଣୁ ଏହା ଉପରେ ଗୁରୁତର ଭାବେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତଦନୁସାରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ଶକ୍ତି ବିଭାଗୀୟ ଅଧିକାରୀଙ୍କୁ ଭୂତଳ ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଅନିଲ କୁମାର ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri