ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ

ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଇଣ୍ଟରନେଟ୍‌ ସେବା ଅଚଳ ହୋଇପଡ଼ିଥିବାରୁ ଗ୍ରାହକ ଅତ୍ୟାବଶ୍ୟକ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଅନ୍ୟପକ୍ଷରେ ରସୁଲପୁର ଉପଡାକଘରେ ବିଶେଷ ଅସୁବିଧା ପରିଲକ୍ଷିତ ହୋଇଛି। ବିଏସ୍‌ଏନ୍‌ଏଲ୍‌ ଲିଙ୍କ ଫେଲ ହୋଇଯାଇଥିବାରୁ ଏଠାରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ହେବ ସେବା ମିଳିପାରୁ ନାହିଁ। ଏନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଉକ୍ତ ଅସୁବିଧାକୁ ଦୂର କରିବା ଦିଗରେ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଡାକଘର ପକ୍ଷରୁ ନିବେଦନ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା କୁହାଯାଉଛି।
ସୂଚନା ଅନୁସାରେ, ଉକ୍ତ ଶାଖା ଡାକଘର ଅଧୀନରେ ଭୋଟକା, ଖଣ୍ଡିତର, ସଦାନନ୍ଦପୁର, ମଧୁବନ, ଆଦମପୁର ଓ ଦରକୁଣ୍ଡି ଉପଡାକଘର ରହିଛି। ଉକ୍ତ ଡାକଘର ଅଧୀନରେ ପ୍ରାୟତଃ ୧୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକ ଅଛନ୍ତି। ତେବେ ଲିଙ୍କ ଫେଲ ଯୋଗୁ ରେଜିଷ୍ଟ୍ରି ପୋଷ୍ଟ, ସ୍ପିଡପୋଷ୍ଟ, ନୂଆ ଜମାଖାତା, ସୁକନ୍ୟା ଖାତା ଖୋଲିବା, ଜମାଖାତାରେ ଟଙ୍କା ଦାଖଲ କରିବା, ଉଠାଣ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସେବାରୁ ଗ୍ରାହକ ବଞ୍ଚତ୍ତ ହେଉଛନ୍ତି। ଆବଶ୍ୟକତା ବେଳେ ଗ୍ରାହକ ଟଙ୍କା ଉଠାଇ ନ ପାରି ଡାକକର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଅନେକ ଗ୍ରାହକ ସେମାନଙ୍କ ଜମାଖାତାକୁ ବନ୍ଦ କରିଦେବାକୁ ଶାଖା ଡାକ ଅଧିକାରୀକୁ ଧମକ ବି ଦେଉଛନ୍ତି। ତେବେ କର୍ମଚାରୀମାନେ ଗ୍ରାହକଙ୍କୁ ବୁଝାଶୁଝା କରି ଶାନ୍ତ କରାଉଛନ୍ତି। ଏନେଇ ଡାକ ସୁପରିଟେଣ୍ଡେଣ୍ଟ୍‌ ଦିଲ୍ଲୀପ କୁମାର ସାମଲ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ ଏବଂ ଓସ୍ବାନ ନେଟୱର୍କଠାରୁ ଇଣ୍ଟରନେଟ୍‌ ସଂଯୋଗ ନେବା ପାଇଁ ନିୟମ ରହିଛି। ସେଥି ପାଇଁ ଅସୁବିଧା ଦେଖାଦେଉଛି। ଏବେ ଏୟାରଟେଲ ନେଟୱାର୍କରୁ ସଂଯୋଗ ନେବା ପାଇଁ ଯୋଜନା କରାଯାଉଛି। ଏହାଛଡ଼ା ସମସ୍ୟା ଦିଗରେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସମସ୍ୟା ଶୀଘ୍ର ସମାଧାନ ହେବ। ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ସରୋଜ ସୁବୁଦ୍ଧି କହିଛନ୍ତି, ଏ ସମ୍ପର୍କରେ ସେ ଅବଗତ ନାହାନ୍ତି। ହେଲେ ସେ ଅଞ୍ଚଳରେ କାମ କରୁଥିବା କର୍ମଚାରୀଙ୍କଠାରୁ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ପରେ ସମାଧାନ କରିବାକୁ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri