ପୋଲ ତଳେ ୧୦ ହଜାର ଶରଣାର୍ଥୀ

ଓ୍ବାଶିଂଟନ,୧୮।୯: ଡେଲ୍‌ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍‌। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ। ସେମାନେ ମେକ୍ସିକୋ ଦେଇ ବ୍ରିଜ୍‌କୁ ଆସିଥିଲେ। ଅଧିକାରୀମାନେ ଘଉଡ଼ାଇ ଦେଉଥିବାରୁ ପୁଣି ମେକ୍ସିକୋ ଫେରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଶରଣାର୍ଥୀଙ୍କ ସଂଖ୍ୟା ୧୦,୫୦୩ ହେବ ବୋଲି ଡେଲ୍‌ ରିଓ ମେୟର ବ୍ରୁନୋ ଲୋଜାନୋ କହିଛନ୍ତି।
ଆମେରିକା-ମେକ୍ସିକୋ ସୀମାନ୍ତ ବ୍ରିଜ୍‌ ତଳେ କିଛିଦିନ ହେଲା ୧୦ ହଜାରରୁ ଊର୍ଦ୍ଧ୍ୱ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ଏହା ସାମ୍ପ୍ରତିକ ସମୟରେ ବଢ଼ିଚାଲିଥିବା ମାନବୀୟ ସଙ୍କଟକୁ ଦର୍ଶାଉଛି। ଟେକ୍ସାସ୍‌ର ରେଲ୍‌ ରିଓ ଏବଂ ମେକ୍ସିକୋ ସ୍ଥିତ ସିଉଡାଡ୍‌ ଅକୁନାକୁ ସଂଯୋଗ କରୁଥିବା ବ୍ରିଜ୍‌ ତଳେ ଓ ଏହାର ଆଖପାଖରେ ଗଢ଼ିଉଠିଥିବା ଅସ୍ଥାୟୀ ଶିବିରଗୁଡ଼ିକରେ ଶରଣାର୍ଥୀଙ୍କ ଭିଡ଼ ଜମିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାରିବିଆନ୍‌ ରାଷ୍ଟ୍ର ହାଇତି ବାସିନ୍ଦା। ଅନ୍ୟମାନେ ହେଲେ କ୍ୟୁବା, ଭେନିଜୁଏଲା ଓ ନିକାରାଗୁଆର ଲୋକ। ନିଜ ନିଜ ଦେଶରେ ଆର୍ଥିକ ଓ ମାନବୀୟ ସଙ୍କଟ ଯୋଗୁ ଆମେରିକାର ଶରଣ ଆଶାରେ ରିଓ ଗ୍ରାଣ୍ଡେ ନଦୀ ଅତିକ୍ରମ କରି ଏହି ପୋଲ ତଳକୁ ଧାଇଁ ଆସିଛନ୍ତି। ଅତି ଦୟନୀୟ ଭାବେ ସେମାନେ ସେଠାରେ ଶୋଇରହିଥିବା ଫଟୋ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ସୀମା ଅତିକ୍ରମ କରି ଆସୁଥିବା ଅଗନ୍ତୁକଙ୍କୁ ନେଇ ଆମେରିକା ସରକାର ବଡ଼ ଧରଣର ଶରଣାର୍ଥୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଚଳିତ ବର୍ଷ ଜୁଲାଇରେ ଆମେରିକା-ମେକ୍ସିକୋ ସୀମାରେ ୨ ଲକ୍ଷ ଶରଣାର୍ଥୀଙ୍କୁ ଅଟକ ରଖାଯାଇଥିଲା। ସରକାରୀ ତଥ୍ୟ ଅନୁସାରେ ଏହି ସଂଖ୍ୟା ବିଗତ ୨୧ ବର୍ଷ ବଧ୍ୟରେ ସର୍ବାଧିକ। ଗତମାସରେ ଅଧିକାରୀମାନେ ଆହୁରି ୧,୯୫,୦୦୦ ଶରଣାର୍ଥୀଙ୍କୁ ମେକ୍ସିକୋ ସୀମାରେ ଗିରଫ କରିଥିଲେ ବୋଲି ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥର ଗ୍ରୀଷ୍ମଋତୁ ସମୟରେ ଗିରଫଦାରି ସଂଖ୍ୟା ୨୦୧୯ ଅଗଷ୍ଟରେ ଗିରଫ ହୋଇଥିବା ଶରଣାର୍ଥୀଙ୍କଠାରୁ ୫୧,୦୦୦ ଅଧିକ। ୩୭ ଡିଗ୍ରୀ ତାପମାତ୍ରାରେ ଖାଦ୍ୟ ଓ ପିଇବା ପାଣି ନ ପାଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଅନେକେ। ଏହି ସଙ୍କଟକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ବର୍ଡର ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସୋସିଆଲ ମିଡିଆରେ ଏହାର ଦୃଶ୍ୟ ଭାଇରାଲ ହେବାରେ ଲାଗିଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସମାଲୋଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri