ଶିଶୁ ପାଇଁ ଅମୃତ

ମା’ ସ୍ତନରୁ ଝରୁଥିବା କ୍ଷୀର ଶିଶୁ ପାଇଁ ଅମୃତର ଧାରା; ଯାହା ପ୍ରତିଷେଧକ ଟିକା ସଦୃଶ ଶିଶୁକୁ ସମସ୍ତ ରୋଗ ଓ ଜଟିଳତାରୁ ରକ୍ଷା କରିଥାଏ। ତେବେ ଶିଶୁ ପାଇଁ ସ୍ତନ୍ୟପାନର ଉପକାରିତା
ବିଷୟରେ ସଚେତନ କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ
ପାଳନ କରାଯାଇ ଆସୁଛି। ଏହି ଉପଲକ୍ଷେ ବିଶେଷ ଉପସ୍ଥାପନା …

ସ୍ତନ୍ୟପାନ: ଏକ ସାମାଜିକ ଦାୟିତ୍ୱ
-ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ
ମାତୃ ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର। ଯଦିଓ, ସମସ୍ତେ ଏ ବିଷୟରେ ଅବଗତ ଯେ, ସ୍ତନ୍ୟପାନ ଶିଶୁର ସର୍ବୋତ୍ତମ ଆହାର ତଥାପି ପରିସଂଖ୍ୟାନ କହେ ପ୍ରଥମ ଛ’ ମାସ ପର୍ଯ୍ୟନ୍ତ ୫୪.୯% ମାତା ସ୍ତନ୍ୟପାନ କରାଇଥାନ୍ତି। ୪୧.୬% ଜନ୍ମର ପ୍ରଥମ ଘଣ୍ଟାରେ ୮୧% ଜନ୍ମର ପ୍ରଥମ ଦିନରେ ଶିଶୁକୁ ମାତୃ ସ୍ତନ୍ୟ ଦେଇଥାନ୍ତି।
ପାଇଁ ସ୍ତନ୍ୟପାନ ହିଁ ସମ୍ପୂର୍ଣ୍ଣ ଆହାର। ପ୍ରଥମ ଛ’ ମାସ ସ୍ତନ୍ୟପାନ ବ୍ୟତୀତ ପାଣି କିମ୍ବା ଅନ୍ୟ କୌଣସି ଖାଦ୍ୟ ଦେବା ଉଚିତ ନୁହେଁ। ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ସେମାନଙ୍କ ଶିଶୁଙ୍କ ସ୍ତନ୍ୟପାନ କରାଇଥାନ୍ତି ଓ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ସମସ୍ତ ଉପାଦାନ ମାତୃସ୍ତନ୍ୟରେ ରହିଥାଏ ଯେପରି ତିମି ମାଛର କ୍ଷୀରରେ ଅଧିକ ଚର୍ବି ଥାଏ ଯାହାକି ତା’ର ଶିଶୁକୁ ଜଳରେ ରହିବା ପାଇଁ ଶକ୍ତି ଯୋଗାଇବ। ବ୍ୟାଘ୍ର ଏକ ମାଂସାସୀ ପ୍ରାଣୀ ଓ ଗୋମହିଷାଦି ପଶୁ ତୃଣଭୋଜି ପ୍ରାଣୀ ସେମାନଙ୍କ ମାତୃସ୍ତନ୍ୟ ସେମାନଙ୍କୁ ଶରୀର ଓ ମସ୍ତିଷ୍କ ବୃଦ୍ଧି ପାଇଁ ଅନୁରୂପ ଉପାଦାନ ଯୋଗାଇଥାଏ।
ପ୍ରସ୍ତୁତି ଗର୍ଭ ଧାରଣର ମାସରୁ ଆରମ୍ଭ ହୋଇଥାଏ। ଏହା ଦୁଇଟି ହରମୋନ ଉପରେ ନିର୍ଭର କରେ। ଗୋଟିଏ ପ୍ରୋଲାକ୍ସିନ୍‌ ଓ ଅନ୍ୟଟି ଅକ୍ସିଟୋସିନ୍‌। ଶିଶୁଟି ଜନ୍ମ ହେବା ପରେ ତା’ର ମୁଖଟି ମାତୃସ୍ତନକୁ ସ୍ପର୍ଶ କରିବା ମାତ୍ରେ ସେଠାରୁ ଶିହରଣ ଯାଇ ମସ୍ତିଷ୍କରେ ଥିବା ପିଚ୍ୟୁଟାରି ଗ୍ରନ୍ଥିରୁ ପ୍ରୋଲାକ୍ଟିନ ହରମୋନ ନିର୍ଗତ ହୁଏ ଓ ଯାହାକି ଦୁଗ୍ଧ ପ୍ରସ୍ତୁତି ଆରମ୍ଭ କରାଏ। ପ୍ରତି ସ୍ତନରେ ଥିବା ୧୫ରୁ ୨୦ଟି ଥଳିରେ ଥିବା ଦୁଗ୍ଧ ପ୍ରସ୍ତୁତି କୋଷରୁ ଦୁଗ୍ଧ ନିର୍ଗତ ହୋଇ ଏକ ନଳୀରେ ସଞ୍ଚୟ ହୁଏ। ଏଥିରୁ ଅନ୍ୟ ଏକ ଶିହରଣ ଯାଇ ମସ୍ତିଷ୍କରେ ଥିବା ପିଚ୍ୟୁଟାରୀ ଗ୍ରନ୍ଥିରୁ ଅକ୍ସିଟୋସିନ୍‌ ନାମକ ହର୍ମୋନ ନିର୍ଗତ ହୁଏ, ଯାହାକି ଏହି ସଞ୍ଚତ୍ତ ଦୁଗ୍ଧକୁ ନିପଲ୍‌ରେ ଥିବା ୧୫-୨୦ ଛିଦ୍ର ଦେଇ ବାହାରକୁ ନିର୍ଗତ କରାଏ। ସମସ୍ତ ମା’ଙ୍କ ସ୍ତନରେ ଏହି ପ୍ରକ୍ରିୟା ହୋଇଥାଏ। ଯାହାକି ଶିଶୁର ମୁଖ ସ୍ତନକୁ ସ୍ପର୍ଶ କଲେ ହିଁ ଆରମ୍ଭ ହୋଇଥାଏ। ଏହି ଈଶ୍ୱରଦତ୍ତ ଅନାବିଳ ସ୍ନେହରୁ ପ୍ରସ୍ତୁତ ମାତୃ ସ୍ତନ୍ୟ ଅସୀମ ଶକ୍ତି, ରୋଗ ପ୍ରତିରୋଧକ ଶକ୍ତିରେ ଭରପୂର।
ଶିଶୁ ପାଇଁ ଉପାଦେୟ କଷକ୍ଷୀର: ଶିଶୁ ଜନ୍ମର ପ୍ରଥମ ତିନିଦିନ କଷକ୍ଷୀର ବା କୋଲୋଷ୍ଟ୍ରମ ବାହାରେ ଯାହାର ପରିମାଣ ଦିନକୁ ୫ ମିଲି ହୋଇଥାଏ। ଏହି କ୍ଷୀରରେ ଇମ୍ୟୁନୋଗ୍ଲୋବୁଲିନ୍‌ ପ୍ରଚୁର ପରିମାଣରେ ଥାଏ ଏବଂ ଏଥିରେ ଥିବା କମ୍ପ୍ଲିମେଣ୍ଟ, ମାକ୍ରୋଫେଜ, ଲିମ୍ଫୋସାଇଟ୍‌, ଲାକ୍ଟୋଜ୍‌, ଭିଟାମିନ୍‌ ଏ, ବି୧୨ ଏବଂ କେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାବ୍ୟତୀତ ମାତୃସ୍ତନ୍ୟରେ ପୁଷ୍ଟିସାର ପ୍ରତି ୧୦୦ ମି.ଲି.ରେ ୧.୧ଗ୍ରାମ୍‌ ଲାକ୍ସଆଲବୁମିନ୍‌, ହ୍ବେପ୍ରୋଟିନ୍‌ କେଜିନ ୩୦% – ୪୦%, ସିଷ୍ଟିନ୍‌ ଓ ଟରିନ୍‌ ଥାଏ। ସେହିପରି ଲାକ୍ଟୋଜ୍‌ ୬.୫ଗ୍ରାମ୍‌ ଥାଏ, ଯାହାକି ଶିଶୁକୁ ଶକ୍ତି ଦେଇଥାଏ ଏବଂ କ୍ୟାଲ୍‌ସିୟମ୍‌ ଓ ଲୌହକୁ ଧରିରଖିଥାଏ। ଚର୍ବି ଜାତୀୟ ୩.୫ଗ୍ରାମ୍‌ ଗାଲାକ୍ଟୋଲିପିଡ୍‌ ଆକାରରେ ଥାଏ ଯାହାକି ଶିଶୁର ମସ୍ତିଷ୍କ ଅଭିବୃଦ୍ଧିରେ ସାହାଯ୍ୟ କରେ। କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ୩୪/୧୫ ୨ରୁ ଅଧିକ ଥାଏ ଯାହାକି ପିହୁଳା ରୋଗରୁ ରକ୍ଷା କରେ। ରକ୍ତକାରକ ଶକ୍ତି ସାମାନ୍ୟ ଅଧିକ ଥିବାରୁ ଛମାସ ପୂର୍ବରୁ ରକ୍ତହୀନତା ଦେଖାଯାଏ ନାହିଁ। ଏହାବ୍ୟତୀତ ସୋଡ଼ିୟମ୍‌, ପୋଟାସିୟମ୍‌, କ୍ଲୋରାଇଡ୍‌, ଭିଟାମିନ୍‌ ଡ଼ି, ଭିଟାମିନ୍‌ ଇ, ଫଲିକ୍‌ ଏସିଡ଼, ଓସମୋଲଲିଟି ଥାଏ ଯାହାକି ଶିଶୁର ବୃକକ୍‌ (kidney) ଉପରେ କୁପ୍ରଭାବ ପକାଏ ନାହିଁ।
ମା’ କର୍ମଜୀବୀ ହୋଇଥିଲେ: ବର୍ତ୍ତମାନ ଅଧିକାଂଶ ମହିଳା କର୍ମଜୀବୀ, ସେମାନଙ୍କ କ୍ଷେତ୍ରରେ ଶିଶୁଙ୍କୁ ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼ୁଛି। ଚାହିଁଲେ ଡବା କ୍ଷୀର ପରିବର୍ତ୍ତେ ନିଜ କ୍ଷୀର କାଢି(ଏକ୍ସପ୍ରେସ୍‌ଡ ମଦର୍ସ ମିଲ୍କ ବା ଇଏମ୍‌ଏମ୍‌) ଶିଶୁ ପାଇଁ ସଞ୍ଚୟ କରି ଫ୍ରିଜ୍‌ରେ ରଖି ଶିଶୁକୁ ମଝିରେ ମଝିରେ ଖୁଆଇ ପାରିବେ। ସେମାନେ ବ୍ରେଷ୍ଟ ପମ୍ପ ଦ୍ୱାରା କିମ୍ବା ହାତରେ ଦିନକୁ ୮ରୁ ୧୦ ଥର ପ୍ରତିଦିନ ୮୦୦ ମି.ଲି.ରୁ ୧୦୦୦ ମି.ଲି. ପର୍ଯ୍ୟନ୍ତ କ୍ଷୀର କାଢି ସଂଗ୍ରହ କରିପାରିବେ। ଏଥିପାଇଁ ପ୍ରଥମେ ହାତକୁ ଭଲଭାବରେ ଧୋଇବେ ଓ ସମସ୍ତ ପାତ୍ରକୁ ଷ୍ଟେରିଲାଇଜ କରିବେ। କ୍ଷୀରକୁ ଜୀବାଣୁଶୂନ୍ୟ ଗ୍ଲାସ୍‌ କିମ୍ବା ହାର୍ଡ଼ ପ୍ଲାଷ୍ଟିକ ଗ୍ଲାସ୍‌ରେ ରଖିବେ। ମା’ କ୍ଷୀର ସଂଗ୍ରହ ପରେ ସଙ୍ଗେ ସଙ୍ଗେ ୪ଘଣ୍ଟା ମଧ୍ୟରେ ଶିଶୁକୁ ଦିଆଯିବା ଆବଶ୍ୟକ କିମ୍ବା ସଙ୍ଗେ ସଙ୍ଗେ ଫ୍ରିଜ୍‌ ମଧ୍ୟରେ ରଖି ୭୨ ଘଣ୍ଟା ମଧ୍ୟରେ ଦିଆଯିବା ଦରକାର।
ମାତୃ ସ୍ତନ୍ୟପାନ ଦ୍ୱାରା ହିଁ ଶିଶୁକୁ ରୋଗମୁକ୍ତ ରଖିହେବ ଓ ଏକ ସୁସ୍ଥ ବିଶ୍ୱ ଭବିଷ୍ୟତରେ କଳ୍ପନା କରାଯାଇ ପାରିବ।
ସ୍ତନ୍ୟପାନକୁ ପ୍ରୋତ୍ସାହନ ଓ କାର୍ଯ୍ୟକାରୀ କରାଇବା କେବଳ ପିତାମାତାଙ୍କର ନୁହେଁ ଏକ ସାମାଜିକ ଦାୟିତ୍ୱ, ଏହା ହିଁ ଏ ବର୍ଷର ବିଶ୍ୱ ସ୍ତନ୍ୟପାନ ସପ୍ତାହର ଅନୁଚିନ୍ତା।
-ଶିଶୁରୋଗ ବିଶେଷଜ୍ଞ,
ଲିଙ୍ଗରାଜ ବିହାର, ପୋଖରିପୁଟ,
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri