ଗଡ଼ିନି ଯାତ୍ରୀବାହୀ ଟ୍ରେନ୍‌, ଚାଲିଛି ଟିକେଟ ହ୍ୟାକିଂ

କେନ୍ଦ୍ରାପଡ଼ା ଅଫିସ,୨୩।୭: ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡ଼ିଥିଲା। ଏହାକୁ ଇତିମଧ୍ୟରେ ବର୍ଷେ ପୂରିବାକୁ ବସିଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡ଼ିନାହିଁ। ତେବେ ଜିଲାର ୪ ଜଣ ରେଳପଥ ବିଭାଗର ଟିକେଟ ହ୍ୟାକିଂ ଅଭିଯୋଗରେ ଇତିମଧ୍ୟରେ ଗିରଫ ହୋଇଛନ୍ତି। କେନ୍ଦ୍ରରେ ଓଡ଼ିଶାର ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଯାତ୍ରୀବାହୀ ଗାଡ଼ି ଚାଲିବ ବୋଲି ଜିଲାବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ହ୍ୟାକରଙ୍କ ଗିରଫ ସମ୍ପର୍କରେ ପାରାଦୀପସ୍ଥିତ ରେଲୱେ ପ୍ରୋଟେକଶନ ଫୋର୍ସର ଇନ୍ସପେକ୍ଟର ପି.ଭି. ରମନ୍ନା ସୂଚନା ଦେଇଛନ୍ତି, ବୁଧବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳସ୍ଥିତ ବାବର ଅଞ୍ଚଳର ଜେରକ୍ସ ଦୋକାନୀ ପବିତ୍ର ଦାସଙ୍କୁ ରେଲୱେ ସଫ୍ଟଓ୍ବେର ହ୍ୟାକିଂ କରି ଟିକେଟ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଏହାପୂର୍ବରୁ ଏହିପରି ଘଟଣା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ସାହୁ, ବିକ୍ରମ ମଲ୍ଲିକ, ଆକ୍ରମ ଖାନ୍‌ଙ୍କୁ ଗିରଫ କରାଯାଇଛି। ଏହି ହ୍ୟାକରମାନେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜମ୍‌ କର୍ପୋରେଶନ (ଆଇଆରସିଟିସି) ଓ ବ୍ୟାଙ୍କ ସିକ୍ୟୁରିଟିକୁ ବେଆଇନ ଭାବେ ହ୍ୟାକ୍‌ କରି ଲୋକଙ୍କୁ ତତ୍କାଳ ଟିକେଟ ବିକ୍ରି କରୁଛନ୍ତି। ଏଥିରେ ଏକ ପାକିସ୍ତାନୀ ସଫ୍ଟଓ୍ବେର ବ୍ୟବହାର ହେଉଥିବା ଜଣାପଡୁଛି। କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ଏପରି କି ବାବରରୁ ଗିରଫ ହୋଇଥିବା ଦାଶଙ୍କ ଘର ମଧ୍ୟ ଏହି ଥାନା ଅଞ୍ଚଳରେ ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଗଡ଼ିବାକୁ ନେଇ ଉତ୍କଣ୍ଠା ବଢ଼ିଯାଇଛି।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇର ଉମାକାନ୍ତ ବିଶ୍ୱାଳ କହିଛନ୍ତି, ୧୯୯୬-୯୭ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଏହାର ପ୍ରାୟ  ବର୍ଷ ପରେ ଜିଲା ମଧ୍ୟ ଦେଇ ପଣ୍ୟବାହୀ ରେଳ ଗଡୁଥିଲେ ମଧ୍ୟ ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡ଼ିପାରିନାହିଁ। କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖିଲେ ଜିଲାରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ରେଳ ଚଳାଚଳ ଶୀଘ୍ର ହେବ ବୋଲି ଆଶାବାଦୀ ଅଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ମହାକାଳପଡ଼ାର ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ପରେ ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଫେରିଥିଲେ। ସେମାନଙ୍କ ଯାତ୍ରାପଥର କଷ୍ଟ ସମ୍ପର୍କରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଜିଲାରୁ ଏତେ ସଂଖ୍ୟକ କର୍ମଜୀବୀ ବାହାରକୁ ଯାଉଥିବା ବେଳେ ଜିଲାରୁ ଯାତ୍ରୀବାହୀ ରେଳ ଗଡ଼ିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ଜିଲାର କର୍ମଜୀବୀ ରେଳରେ ଚଢ଼ି ବାହାରକୁ ଯିବାକୁ ହେଲେ ନିକଟସ୍ଥ ପାରାଦୀପ, କଟକ ଅଥବା ହରିଦାସପୁର ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ତୁରନ୍ତ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ମହାକାଳପଡ଼ା ୟୁଥ୍‌ ଗ୍ରୁପର ସଭାପତି ଭାବେ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସଙ୍କୁ ପଚାରିବାରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ସମସ୍ତ ପ୍ରସ୍ତୁତି ସରିନାହିଁ। ଷ୍ଟେଶନ ଓ ସିଗ୍‌ନାଲ ସିଷ୍ଟମକୁ ଭଲ ଭାବେ ପରୀକ୍ଷା ପରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri