ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ

ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ, ଗାଡ଼ି ଚଳାଚଳ ତ ଦୂରର କଥା ଚାଲିକି ଯିବା ମଧ୍ୟ କଷ୍ଟକର। ରାସ୍ତା ମରାମତି ପାଇଁ ଠିକାଦାର ଚୟନ କରାଯାଇଛି। ଠିକାଦାର ବାଲି, ଗୋଡି ଆଦି ରାସ୍ତା ପାର୍ଶ୍ୱରେ ଗଦା କରିଛନ୍ତି। କେତେକ ସ୍ଥାନରେ ରାସ୍ତା ପାର୍ଶ୍ୱ ଖୋଳାଯାଇଛି। କିନ୍ତୁ ଆଉ ଠିକାଦାରଙ୍କ ଦେଖା ମିଳୁନାହିଁ କି ରାସ୍ତା ମରାମତି ହେଉନାହିଁ। ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବିଭାଗ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ନାଉଗାଁ -ଡାବର ୮ କି.ମି. ରାସ୍ତା ୨୦୦୨-୦୩ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। ଏହା ପରେ ଆଉ ଉକ୍ତ ରାସ୍ତା ମରାମତି ହୋଇନାହିଁ। ଫଳରେ ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଛି। ଅର୍ଥ ନ ଥିବାରୁ ତାହା ମରାମତି କରାଯାଉ ନ ଥିବା କୁହାଯାଉଥିଲା। ଯାହା ହେଉ ଚଳିତ ଆର୍ଥତ୍କ ବର୍ଷରେ ଏହି ରାସ୍ତା ମରାମତି ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାରକୁ କାର୍ଯ୍ୟାଦେଶ ଦିଆଯାଇଛି। କିନ୍ତୁ ଠିକାଦାର ରାସ୍ତାର ଦୁଇ ପାର୍ଶ୍ୱକୁ ମାର୍ଚ୍ଚ ମାସରେ ଖୋଳିଥିଲେ ମଧ୍ୟ କାଯର୍‌ୟ କରି ନ ଥିଲେ। ବାତ୍ୟା ଫନୀ ପରେ ଏହି ରାସ୍ତା ଅଧିକ ଶୋଚନୀୟ ହୋଇପଡିଥିଲା। ପୂର୍ବରୁ ରାସ୍ତା ଯେଭଳି ଥିଲା, ଉଭୟ ପାର୍ଶ୍ୱ ଖୋଳିବା ପରେ ଅଧିକ ବିପର୍ଯ୍ୟସ୍ତ ହୋଇଗଲା। ମରାମତି ଆଳରେ ଠିକାଦାର ଗତ ୮ ଦିନ ହେଲା ରାସ୍ତାର ଉଭୟ ପାର୍ଶ୍ୱରେ ମେଟାଲ, ମୋରମ, ବାଲିମିଶା ଡଷ୍ଟ ଆଦି ପକାଇଛନ୍ତି। ହେଲେ ଏବେ ଆଉ ତାଙ୍କ ଦେଖା ମିଳୁନାହିଁ। ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିଥିବାବେଳେ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ରହୁଛି। ରାସ୍ତା ପାର୍ଶ୍ୱରେ ବାଲି, ମେଟାଲ, ମୋରମ ଆଦି ଗଦାହୋଇ ରହିଥିବାରୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ମଧ୍ୟ ବିଦ୍ୟାଳୟ ଯିବାରେ ଅସୁବିଧା ହେଉଛି। ଏହି ରାସ୍ତାଟି ନାଉଗାଁ ବ୍ଲକଠାରୁ ତିହୁଡ଼ା, ଗୋଠଦା, ଅରିଓଦା, ଦହିପାଳ, ତିରୁଣା, ମହନାପାରି, ଡାବର ଦେଇ ମାଛଗାଁକୁ ସଂଯୋଗ କରୁଛି। ଏଥିସହ ଡାବର ପଞ୍ଚାୟତର ଦେଓପଡ଼ା ଦେଇ ବାଲିକୁଦା ବ୍ଲକକୁ ସଂଯୋଗ କରୁଛି। ବାଲିକୁଦା, ମାଛଗାଁ  ଓ ନାଉଗାଁ ବ୍ଲକର ତିରୁଣା, ଡାବର ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଦେଇ ବ୍ଲକ, ତହସିଲ ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି। ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବିନୋଦ ତରାଇ କହିଛନ୍ତି ଯେ, କାର୍ଯ୍ୟରେ ବିଳମ୍ବ ହେତୁ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri