ମ୍ୟାଲେରିଆର ଏବିସିଡି

ଶ୍ୱ ମ୍ୟାଲେରିଆ ଦିବସ। ଏପ୍ରିଲ ୨୫ରେ ପାଳିତ ହେଉଥିବା ଏହି ଦିବସ ଲାଗି ଚଳିତ ବର୍ଷର ବାର୍ତ୍ତା ରହିଛି ‘ଶୂନ୍ୟ ମ୍ୟାଲେରିଆ, ମୋଠାରୁ ଆରମ୍ଭ।’ ଅର୍ଥାତ୍‌ ଆସନ୍ତା ୨୦୩୦ ବେଳକୁ ସମଗ୍ର ବିଶ୍ୱରୁ ମ୍ୟାଲେରିଆକୁ ୯୫% ହ୍ରାସ କରିବା ବା ସମ୍ପୂର୍ଣ୍ଣ ନିରାକରଣ କରିବା।

୫ ପ୍ରକାର ମ୍ୟାଲେରିଆ ପରଜୀବୀ ଥିଲେ ମଧ୍ୟ କେବଳ ୨ଟି ପ୍ରମୁଖ ଅର୍ଥାତ୍‌ ପ୍ଲାଜୋମୋଡିଅମ୍‌ ଫଲ୍‌ସି ପାରମ ଓ ପ୍ଲାଜୋମୋଡିଅମ୍‌ ଭିଭାକ୍ସ ହିଁ ମ୍ୟାଲେରିଆ କରିଥାଏ। ଫଲ୍‌ସି ପାରମ୍‌ ମ୍ୟାଲେରିଆ ପ୍ରାଣଘାତକ ଅଟେ। ମ୍ୟାଲେରିଆର ବାହକ ମଶା ଆନୋଫିଲିସ୍‌ର ୪୦୦ ପ୍ରଜାତିରୁ ମାତ୍ର ୩୦ ପ୍ରକାର ପ୍ରଜାତି ମ୍ୟାଲେରିଆର ବାହକ ଅଟନ୍ତି। ମ୍ୟାଲେରିଆ ରୋଗୀଠାରୁ ମଶା ଓ ମଶାଠାରୁ ସୁସ୍ଥ ଲୋକକୁ ବ୍ୟାପିଥାଏ। ତେବେ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ମଧ୍ୟରୁ ୬୭% ହେଉଛନ୍ତି ୫ ବର୍ଷରୁ କମ୍‌ ବୟସ୍କ ପିଲା। ଅର୍ଥାତ୍‌ ୨୦୧୯ରେ ପୃଥିବୀରେ ୨ଲକ୍ଷ ୭୪ହଜାର ସଂଖ୍ୟକ ୫ ବର୍ଷରୁ କମ୍‌ ବୟସ୍କ ପିଲା ଏହାଦ୍ୱାରା ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ ଶିଶୁ, ୫ ବର୍ଷରୁ କମ୍‌ ବୟସ୍କ, ଗର୍ଭବତୀ ମା’, ଏଚ୍‌ଆଇଭି/ଏଡ୍‌ସ ବ୍ୟକ୍ତି ଓ ବାହାରୁ ଆସୁଥିବା ରୋଗ ପ୍ରତିରୋଧକ ଶକ୍ତିହୀନ ବ୍ୟକ୍ତିବିଶେଷ।

ଏବିସିଡି-

ଏ: ଆଓ୍ବାରନେସ୍‌: ମ୍ୟାଲେରିଆର ଭୟାବହତା ଓ କିପରି ମ୍ୟାଲେରିଆରୁ ରକ୍ଷା ପାଇବା ତା’ର ସଚେତନତା।

ବି: ବିଟୋ ପ୍ରିଭେନଶନ: ମଶା କାମୁଡ଼ାରୁ ରକ୍ଷା( ମଶା ରିପେଲାଣ୍ଟ, ଗ୍ୟାସ୍‌ବତୀ, କେମିକାଲ। – ଅନ୍ଧାରରେ ଶରୀରକୁ ଆବୃତ କରିରଖିବା- ପୂରାଶାର୍ଟ, ଲମ୍ବା ପ୍ୟାଣ୍ଟ, ସକ୍ସ ଓ ଜୋତା।- ଔଷଧଯୁକ୍ତ ମଶାରି ବ୍ୟବହାର। – ମଶା ମାରିବା ସ୍ପ୍ରେ, ଧୂଅଁା, ଡିଡିଟି ଇତ୍ୟାଦି। – ମଶାନାଶକ କେମିକାଲ୍‌ଯୁକ୍ତ ପୋଷାକ।)

ସି:କେମୋପ୍ରୋଫାଇଲାକ୍ସିସ: ଔଷଧ ଅର୍ଥାତ୍‌ ACT, ଏହା RDK କିମ୍ବା ରକ୍ତ କାଚ ପରୀକ୍ଷା ପରେ ଦେଇହବ।

ଡି: ଡାୟାଗ୍ରସ: ଜଲ୍‌ଦି ନିର୍ଣ୍ଣୟ ଚିକିତ୍ସା। RDK କିମ୍ବା ମାଇକ୍ରୋସ୍କୋପିରେ ନିର୍ଣ୍ଣୟ କରିହୁଏ। ତା’ପରେ ACT ଚିକିତ୍ସା, ଦରକାର ହେଲେ ଡାକ୍ତରଖାନାରେ ରହି ଚିକିତ୍ସା।

ଉଲ୍ଲେଖନୀୟ ଯେ, ମ୍ୟାଲେରିଆ କ୍ରମଶଃ ହ୍ରାସ ପାଉଛି । ଏବେ ୬ଟି ଦେଶରୁ ବୃଦ୍ଧି ପାଇ ୨୦ଟି ଦେଶରେ ମ୍ୟାଲେରିଆ ଆଉ ନାହିଁ। ୨୦୦୦ରୁ ୨୦୧୯ ମଧ୍ୟରେ ମ୍ୟାଲେରିଆ ୭୨% ଓ ମ୍ୟାଲେରିଆଜନିତ ମୃତ୍ୟୁ ୭୪% କମିଛି। ୨୦୨୦ରେ ୧ ଲକ୍ଷ ୫୭ ହଜାର ମ୍ୟାଲେରିଆ ମାମଲା ହୋଇଛି। କେବଳ ୨୦୧୮ରୁ ୨୦୧୯ ମଧ୍ୟରେ ଏହା ୧୮% ହ୍ରାସ ପାଇଛି। ୨୦୧୨ ଠାରୁ ଭାରତର Annual Parasito Index ବାର୍ଷିକ ପରଜୀବୀ ୧ରୁ କମ୍‌ ରହିଛି।

ଆମ ଦେଶରେ ୨୦୦୦ ମସିହାରେ ୨୦ ଲକ୍ଷ ୩୨ ହଜାର ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ୯୩୨ ମୃତ୍ୟୁ ହୋଇଥିବାବେଳେ ୨୦୧୯ ବେଳକୁ ଏହା ୩ଲକ୍ଷ ୩୯ ହଜାର ଓ ୭୭ ମୃତ୍ୟୁ ସଂଖ୍ୟାକୁ ଖସିଆସିଥିଲା। ଆମ ଦେଶ MDGର ୬ ନମ୍ବର ଲକ୍ଷ୍ୟକୁ ହାସଲ କରିଛି।

ଆମ ରାଜ୍ୟରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ‘Daman ’ଦ୍ୱାରା ମ୍ୟାଲେରିଆକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି। ଏହା ସାରା ବିଶ୍ୱକୁ ବାଟ ଦେଖାଇଛି। ୭୦୦୦ ଦୁର୍ଗମ ଗ୍ରାମରେ ପ୍ରାୟ ୧୦ଲକ୍ଷ ବନବାସୀଙ୍କ ପାଇଁ ଏହା ଜୀବନରକ୍ଷକ ହୋଇପାରିଛି। ତେବେ ଯାହା ଲାଗୁଥିଲା ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରିବ ନାହିଁ, ତାହା ଏବେ ହାସଲ କରାଯାଇପାରିବ। ରୋଗୀ ସଂଖ୍ୟା ଶୂନ ହୋଇଗଲେ, ମ୍ୟାଲେରିଆ ନିର୍ମୂଳ ହେବ। ରୋଗୀସଂଖ୍ୟା ଶୂନ ହେବ ସେତେବେଳେ ଯେତେବେଳେ ସମସ୍ତେ ମଶାରି ବ୍ୟବହାର କରିବେ।
-ଡା. ରାମଚନ୍ଦ୍ର ରାଉତ,
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri