ସମର୍‌ ଡ୍ରିଙ୍କ୍ସ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା ପାଇବା ପାଇଁ ଅନେକେ ହାଲ୍‌କା ପୋଷାକ ପରିଧାନ କରିବା ସହ ଛାଇରେ ରହିବାକୁ ବେଶି ପସନ୍ଦ କରିଥାନ୍ତି। ଏହାଦ୍ୱାରା ଶରୀରର ବାହ୍ୟ ଅଂଶକୁ ସିନା ଥଣ୍ଡା ମିଳିଯାଏ, ହେଲେ ଅନ୍ତଃଭାଗକୁ ଶୀତଳତା ପ୍ରଦାନ ପାଇଁ କିଛି ଥଣ୍ଡା ପାନୀୟ ବା ଜୁସ୍‌ର ଆବଶ୍ୟକତା ପଡ଼ିଥାଏ, ଯାହା ସମର୍‌ରେ ବି ଶରୀରକୁ କୁଲ୍‌ ଫିଲିଙ୍ଗ୍ସ ଦେଇଥାଏ…

କଞ୍ଚା ଆମ୍ବ ଜୁସ୍‌: କଞ୍ଚା ଆମ୍ବ ଜୁସ୍‌ ପିଇଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ ଖରାଦିନିଆ ଚର୍ମରୋଗରୁ ବି ମୁକ୍ତି ମିଳିଥାଏ। କଞ୍ଚା ଆମ୍ବର ଚୋପା ଓ ଟାକୁଆକୁ କାଢିଦେବା ପରେ ଖାଲି ଆମ୍ବକୁ ସାମାନ୍ୟ ସିଝାଇ ସେଥିରେ ସ୍ବାଦାନୁଯାୟୀ ଲୁଣ, ଚିନି, କିଛି ପୁଦିନା ପତ୍ର ଏବଂ ଟିକେ ଜିରାଗୁଣ୍ଡ ପକାଇ ଏହି ଜୁସ୍‌ ତିଆରି କରି ପିଇଲେ ମନ ଓ ମିଜାସ୍‌ ନିମିଷକେ ତାଜା ହୋଇଗଲା ଭଳି ଅନୁଭବ ହୋଇଥାଏ।

ତରଭୁଜ ଜୁସ୍‌: ତରଭୁଜରେ ଭିଟାମିନ୍ସ, ମିନେରାଲ୍ସ, ପ୍ରୋଟିନ୍‌, ଫାଇବର୍‌, ପୋଟାସିୟମ୍‌ ତଥା ମାଗନେସିୟମ୍‌ର ମାତ୍ରା ରହିଥିବାରୁ ଏହାର ସେବନ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ହଜମ କ୍ରିୟାକୁ ସକ୍ରିୟ କରିବା, ହୃଦ୍‌ରୋଗ, ଡାଇବେଟିସ୍‌ ତଥା କ୍ୟାନ୍‌ସର୍‌ ସମସ୍ୟାରୁ ମୁକ୍ତି ଦେବା ସହ ଏହା ଆଖି ପାଇଁ ବି ଉପକାରୀ ହୋଇଥାଏ। ଖରାଦିନେ ତରଭୁଜ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ପେଟ ପୂରିଯିବା ସହ ଶରୀରକୁ ଶୀତଳତା ମିଳିଥାଏ।

କମଳା ଜୁସ୍‌: ଭିଟାମିନ୍‌ ସି ଓ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟ୍ସରେ ଭରା କମଳା ବା କମଳା ଜୁସ୍‌ରେ ପୋଟାସିୟମ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ସର ମାତ୍ରା ବି ଦେଖିବାକୁ ମିଳିଥାଏ। ଏହାକୁ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ କିଡ୍‌ନୀ ଷ୍ଟୋନ ସମସ୍ୟାରୁ ବି ମୁକ୍ତି ମିଳିଥାଏ। ରକ୍ତଚାପ, ବ୍ଲଡ ସୁଗାର ତଥା କୋଲେଷ୍ଟେରଲ୍‌କୁ ନିୟନ୍ତ୍ରଣରେ ରଖିବା ସଙ୍ଗେ ସଙ୍ଗେ ଏହା ବିଭିନ୍ନ ପ୍ରକାର ଚର୍ମ ରୋଗରୁ ମଧ୍ୟ ରକ୍ଷା ଦେଇଥାଏ। ଖରାଦିନେ ଏହାର ଜୁସ୍‌ ପିଇବା ଉତ୍ତମ ହୋଇଥାଏ।

ବେଲ ପଣା: ଖରାଦିନେ ସନ୍‌ଷ୍ଟ୍ରୋକ୍‌ରୁ ମୁକ୍ତି ଦେବାରେ ବେଲ ପଣାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହାକୁ ପିଇଲେ ପେଟ ଥଣ୍ଡା ରହିବା ସହ ହଜମ କ୍ରିୟା ମଧ୍ୟ ଠିକ୍‌ରେ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟାରେ ଏହି ପଣାକୁ କିଛିଦିନ ନିୟମିତ ପିଇଲେ ଶୀଘ୍ର ଉପଶମ ମିଳିଥାଏ। ତେବେ ଏହି ପଣାରେ କିଛି ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ଶରୀର ପାଇଁ ବହୁତ ଲାଭ ହୋଇଥାଏ।

ସପୁରି ଜୁସ୍‌: ଏଥିରେ ଭରି ରହିଥିବା ଭିଟାମିନ୍ସ ଓ ମିନେରାଲ୍ସ ଯୋଗୁ ଖରାଦିନେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ସି’ର ମାତ୍ରା ବି ରହୁଥିବାରୁ ଏହା ତ୍ୱଚାକୁ ସଫା ରଖିବା ସହ ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ନିୟମିତ ସପୁରି ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ତ୍ୱଚା କୋମଳ ହେବା ସଙ୍ଗେ ସଙ୍ଗେ ହେଲ୍‌ଦି ରହିଥାଏ। ସେହିପରି ଏହା ଓଠକୁ ହାଇଡ୍ରେଟ୍‌ ରଖିବା ସହ ଶରୀରରୁ ମୃତ କୋଷିକାକୁ ସଫା କରିବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ।

ଆଖୁ ରସ: ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌ ଭରି ରହିଥାଏ; ଯାହା ପାଚନ କ୍ରିୟାକୁ ସକ୍ରିୟ କରିବା ସଙ୍ଗେ ସଙ୍ଗେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତା’ଛଡ଼ା ପେଟରେ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣରୁ ବି ଏହା ରକ୍ଷା କରିଥାଏ। ଖାସ୍‌କରି ଖରାଦିନେ ଗୋଟେ ଗ୍ଲାସ୍‌ ଆଖୁ ରସ ପିଇଦେଲେ ପେଟ ଥଣ୍ଡା ରହିବା ସହ ଶରୀରକୁ ଫୂର୍ତ୍ତି ଅନୁଭବ ହୋଇଥାଏ। ତ୍ୱଚାରେ ଚମକ ଆଣିବା ସହ ହୃଦ୍‌ ସମସ୍ୟାରୁ ମୁକ୍ତି ଦେବାରେ ବି ଏହା ବେଶ୍‌ ଉପକାରୀ।

ଅଙ୍ଗୁର ଜୁସ୍‌: ଏହି ଜୁସ୍‌ ଖୁବ୍‌ ପୁଷ୍ଟିକର ହେବା ସଙ୍ଗେ ସଙ୍ଗେ ଖରାଦିନେ ଅନ୍ତଃଭାଗରୁ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ। ଖରାରେ ତଣ୍ଟି ଶୁଖି ଯାଉଥିଲେ, କିଛି ଅଙ୍ଗୁରକୁ ଭଲଭାବେ ଗ୍ରାଇଣ୍ଡିଂ କରି ସେଥିରେ ଟିକେ ଚିନି ଓ ସ୍ବାଦାନୁଯାୟୀ ଲୁଣ ମିଶାଇ ପିଇଲେ ବେଶ୍‌ ଆରାମ ଲାଗିଥାଏ।

ଲିଚି ଜୁସ୍‌: ଭିଟାମିନ୍ସ, ମିନେରାଲ୍ସ ତଥା ଡାଇଜେଷ୍ଟିଭ୍‌ ଫାଇବର୍ସର ଷ୍ଟୋର୍‌ ହାଉସ୍‌ ଭାବେ ଜଣାଶୁଣା ଲିଚି ଶରୀର ପାଇଁ ଖୁବ୍‌ ହିତକର। ଖରାଦିନେ ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଗରମ ଦାଉରୁ ଆରାମ ମିଳିଥାଏ। ଚର୍ମରୋଗରୁ ମୁକ୍ତି ପାଇଁ ମଧ୍ୟ ଏହି ଜୁସ୍‌ ବେଶ୍‌ ଉପକାରୀ।

ଡାଳିମ୍ବ ଜୁସ୍‌: ଡାଳିମ୍ବରେ ଆଇରନ୍‌ର ମାତ୍ରା ରହୁଥିବାରୁ ଏହା ଶରୀର ପାଇଁ ନାଚୁରାଲ୍‌ ଏନର୍ଜି ଟନିକ୍‌ ଭାବେ କାମ କରିଥାଏ। ତା’ଛଡ଼ା ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଖରାଦିନେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।

ପଇଡ଼ ପାଣି : ଭିଟାମିନ୍ସ, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ସ ତତ୍ତ୍ୱରେ ଭରା ପଇଡ଼ ପାଣି ଖରାଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ଫୂର୍ତ୍ତି ପ୍ରଦାନ କରିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri