କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ପ୍ରଥମ ସ୍ଥାନ

ନବରଙ୍ଗପୁର,୭ା୪(ବି.ପ୍ର.): ଜୟପୁରଠାରେ ଅନୁଷ୍ଠିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୬ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନ୍ସ ଦ୍ୱାରା ନିର୍ମିତ ଏବଂ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ମିଳିଛି ପ୍ରଥମ ସ୍ଥାନ। ଏଥିରେ ରାଜ୍ୟ ସଭା ସଦସ୍ୟ ତଥା ଅଭିନେତା ମୁନା ଖାନ୍‌ଙ୍କ ସହ ସଞ୍ଜୀବ ସିଂ, କାଳିକିଙ୍କର ପଟ୍ଟନାୟକ, ବିଷ୍ଣୁ ବିଷୋୟୀ, ଟିଙ୍କୁ ଜୈନ,ଲକ୍ଷ୍ମୀ ସିଂ, ଟଙ୍କ ଜାନି, ନିର୍ମଳ ସାହୁ ପ୍ରମୁଖ ଅଭିନୟ କରିଛନ୍ତି। ପୁରସ୍କାର ବାବଦରେ ୨୫ହଜାର ଟଙ୍କା ସିଲ୍‌ଡ ଓ ମାନପତ୍ର ମିଳିଛି। ତ୍ରିଶକ୍ତିର ସଂଯୋଜିକା ଡ. ସଂଯୁକ୍ତା ପଣ୍ଡା ଏବଂ ପ୍ରଯୋଜନା ସଞ୍ଚାଳକ ରୂପେ ତୁଷାରକାନ୍ତି ଖୋସ୍‌ଲା ସହଯୋଗ କରିଛନ୍ତି। କୁମାର ସମର ଗୀତ ଗାଇଛନ୍ତି। ଏହି ଚଳଚ୍ଚିତ୍ରକୁ ବିଭିନ୍ନ ବିଭାଗରେ ୮ଟି ପୁରସ୍କାର ମିଳିଛି। ସେଥିମଧ୍ୟରେ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ କାହାଣୀକାର ରୂପେ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ପଟ୍ଟନାୟକ ଜୟପୁର କଳା ଓ କଳାକାର ଗ୍ରୁପ୍‌ ଏବଂ ବିଚାରକ ଦାୟିତ୍ୱ ତୁଲାଇଥିବା ବରିଷ୍ଠ ନିର୍ଦ୍ଦେଶକ ଗୋପାଳ ସାମନ୍ତରାୟ, ବାମଦେବ ମହାପାତ୍ର ଏବଂ ସନ୍ତୋଷ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଖବର ଜଣାପଡିବା ପରେ ନବରଙ୍ଗପୁର ଜିଲାରେ କଳାକାରଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri