Posted inଫୁରସତ

ଭ୍ରମଣର ମଜା ସି-ବିଚ୍‌ରେ

ସି-ବିଚ୍‌ ବା ସମୁଦ୍ରତଟରେ କିଛି ସମୟ ବୁଲିଆସିଲେ କାହିଁକି କେଜାଣି ମନ ପ୍ରଫୁଲ୍ଲିତ ହୋଇଯାଏ ଆଉ ଶରୀରକୁ ବେଶ୍‌ ତାଜା ଅନୁଭବ ହୁଏ। ସ୍ବଳ୍ପ ସମୟ ପାଇଁ ହେଉନା କାହିଁକି ଲାଗେ ସତେ ଯେମିତି ମନରେ କିଛି ବି ଚିନ୍ତା କି ଅବସୋସ ନାହିଁ।
ଖାସ୍‌ ସେଥିପାଇଁ ଏଥରର ଏହି ଆଲେଖ୍ୟରେ କେତୋଟି ଆକର୍ଷଣୀୟ ସି-ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇଛି …

ସି-ବିଚ୍‌ ବା ସମୁଦ୍ରତଟର ଆକର୍ଷଣ ସବୁବେଳେ ନିଆରା। ଏହାର ସୁନେଲି ବାଲିର ତଟରେ ବସି ସମୁଦ୍ରର ଲହଡ଼ି ସାଙ୍ଗକୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା କାହାକୁ ବା ଭଲ ନ ଲାଗେ। ତା’ସାଙ୍ଗକୁ ଆହୁରି ଆନନ୍ଦ ଦିଏ ସମୁଦ୍ରର ନୀଳ ଜଳରାଶିରେ ଟିକେ ଗାଧୋଇ ପଡ଼ିଲେ। ବିଶେଷକରି ଖରାଦିନେ ହିଁ ବିଚ୍‌ଗୁଡ଼ିକରେ ଦେଖିବାକୁ ମିଳେ ପର୍ଯ୍ୟଟକଙ୍କର ଲମ୍ବା ଭିଡ଼। ତେଣୁ ଏଠାରେ ସେମିତି କେତୋଟି ବିଚ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା; ଯାହା ନିଜର ଆକର୍ଷଣୀୟ ତଥା ସ୍ବଚ୍ଛ ପରିବେଶ ପାଇଁ ଆଗନ୍ତୁକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ଅଗୋଣ୍ଡା ବିଚ୍‌: ଦକ୍ଷିଣ ଗୋଆରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ଅଗୋଣ୍ଡା। ଏହି ଗାଁ ନିକଟରେ ରହିଛି ଅଗୋଣ୍ଡା ବିଚ୍‌, ଯାହା ନିଜର ସଫାସୁତୁରା ବେଳାଭୂମି ତଥା ଶାନ୍ତ, ସୁରକ୍ଷିତ ପରିବେଶ ପାଇଁ ବେଶ୍‌ ଲୋକପ୍ରିୟ। ଏଠାକାର ସମୁଦ୍ର ଜଳ ମଧ୍ୟ ବହୁତ ପରିଷ୍କାର। ଜନଗହଳିଠାରୁ ଦୂରରେ ଥିବା ଏହି ବେଳାଭୂମିରେ ପର୍ଯ୍ୟଟକ ନିରୋଳାରେ କିଛି ସମୟ ବିତାଇବା ସହ ସୁଇମିଂର ମଧ୍ୟ ମଜା ନେଇପାରିବେ। ତା’ସହିତ ଏଠାରେ ସି-ଫୁଡ୍‌ ବି ଖାଇପାରିବେ।

ଅଲାପ୍ପୁଝା ବିଚ୍‌: ଅଲାପ୍ପୁଝା ହେଉଛି କେରଳର ଏକ ସୁନ୍ଦର ସହର। ଏହା ଅଲ୍ଲେପ୍ପୀ ନାମରେ ବି ପରିଚିତ। ଏଠାରେ ରହିଛି ଅଲାପ୍ପୁଝା ନାମକ ଏକ ଲୋକପ୍ରିୟ ସମୁଦ୍ରତଟ। ଶାନ୍ତ, ସ୍ବଚ୍ଛ ତଥା ଅପୂର୍ବ ଆକର୍ଷଣରେ ଭରା ଏହି ସମୁଦ୍ରତଟରେ ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ବେଶ୍‌ ମନୋମୁଗ୍ଧକର ହୋଇଥାଏ। ତା’ଛଡ଼ା ଏହି ସମୁଦ୍ରକୂଳର ଧାରେ ଧାରେ ଲଗାଯାଇଥିବା ଖଜୁରି ଗଛ ଏଠାକାର ପରିବେଶକୁ ଆହୁରି ଆକର୍ଷଣୀୟ କରି ଦେଇଥାଏ। ତେବେ ଅଲାପ୍ପୁଝାର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାକାର ବ୍ୟାକ୍‌ଓ୍ବାଟର୍‌ରେ ହାଉସ୍‌ବୋଟ୍‌ ଚଳାଇ ଅପୂର୍ବ ଆନନ୍ଦ ଉପଭୋଗ କରିବା।

ପଦୁବିଦ୍ରି ବିଚ୍‌: କର୍ନାଟକର ଉଡୁପିସ୍ଥିତ ଏକ ଛୋଟ ସହର ହେଉଛି ପଦୁବିଦ୍ରି। ଏଠାରେ ରହିଛି ଏକାଧିକ ବିଚ୍‌ କିନ୍ତୁ ତନ୍ମଧ୍ୟରୁ ପଦୁବିଦ୍ରି ବିଚ୍‌ର ଆକର୍ଷଣ ସବୁଠୁ ନିଆରା। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି ବିଚ୍‌ରେ ସମସ୍ତ ସୁବିଧା ଉପଲବ୍ଧ। ଏଠାକାର ଶାନ୍ତ ବାତାବରଣ ତଥା ସ୍ବଚ୍ଛ ପରିବେଶରେ କିଛି ସମୟ ବିତାଇବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କର ଭିଡ଼ ଲାଗିଥାଏ।

ପାଲୋଲେମ୍‌ ବିଚ୍‌: ଗୋଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ଏହା ପରିଚିତ। ମୁଖ୍ୟତଃ ଏଠାକାର ପ୍ରଶସ୍ତ ଧଳାବାଲିର ବେଳାଭୂମି ତଥା ଶାନ୍ତ ଜଳରାଶି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌କରି ଏହି ବେଳାଭୂମିରେ ରାତ୍ରି ସମୟରେ ଅନେକ ପାର୍ଟି ଫଙ୍କ୍‌ସନ୍‌ର ଆୟୋଜନ କରାଯାଇଥାଏ; କିନ୍ତୁ ସେଥିରେ ଆଦୌ କୋଳାହଳ ନ ଥାଏ। କାରଣ ଏଠାକାର ଶାନ୍ତ ବାତାବରଣକୁ ବ୍ୟାଘାତ କରିବାକୁ କେହି ଚାହାନ୍ତି ନାହିଁ। ସେଥିପାଇଁ ସେମାନେ କାନରେ ହେଡ୍‌ଫୋନ୍‌ ଲଗାଇ ପାର୍ଟିକୁ ଉପଭୋଗ କରିଥାନ୍ତି। ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବି ଏହି ନିୟମ ମାନିବାକୁ ହୋଇଥାଏ। ସେହିପରି ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ବେଳାଭୂମି ନିକଟରେ ଛୋଟବଡ଼ ଅନେକ ରିସୋର୍ଟର ସୁବିଧା ମଧ୍ୟ ରହିଛି।

ରାଧାନଗର ବିଚ୍‌: ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ହାଭ୍‌ଲକ୍‌ ଦ୍ୱୀପ ନିକଟରେ ଥିବା ରାଧାନଗର ବିଚ୍‌କୁ ଦୁନିଆର ଅନ୍ୟତମ ଆକର୍ଷଣୀୟ ବିଚ୍‌ ଭାବେ ବିବେଚନା କରାଯାଇଥାଏ। ଏହି ଆଶ୍ଚର୍ଯ୍ୟକର ସମୁଦ୍ରତଟ ନିଜର ଶାନ୍ତ ବାତାବରଣ ତଥା ରୋମାଞ୍ଚକ ଗତିବିଧି ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଠାକାର ଧଳାରଙ୍ଗର ବେଳାଭୂମିର ଗୋଟିଏ ପାର୍ଶ୍ୱରେ ନୀଳ ଜଳରାଶି ଓ ଅନ୍ୟପାର୍ଶ୍ୱରେ ଜଙ୍ଗଲର ଅପୂର୍ବ ଦୃଶ୍ୟ କାହାକୁ ବି ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏହି ବିଚ୍‌ର ଲହଡ଼ି ବହୁତ ଉଚ୍ଚକୁ ଉଠେନାହିଁ; ଫଳରେ ଆଗନ୍ତୁକ ଏଠାରେ ବେଶ୍‌ ମଉଜରେ ଗାଧୋଇବାର ମଜା ନେଇଥାନ୍ତି।
କେବଳ ଏତିକି ନୁହେଁ, ଭାରତରେ ଆହୁରି ଅନେକ ଏମିତି ବିଚ୍‌ ରହିଛି, ଯାହାର ସ୍ବଚ୍ଛ, ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ କିଛିଟା ନିଆରା ଅନୁଭୂତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri