ଅସୁରକ୍ଷିତ ଭାବେ କାମ କରୁଛନ୍ତି ଶ୍ରମିକ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): ଘରକୁ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଅପରପକ୍ଷେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିବା ବେଳେ ଲୋକ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଏ ନେଇ ରାଜ୍ୟ ସରକାର ପାନୀୟ ଜଳ ପ୍ରକଳ୍ପକୁ ଅନେକ ସ୍ଥାନରେ ଭିତ୍ତିଭୂମି ପାଇଁ ନୂତନ ପ୍ରକଳ୍ପ ଆରମ୍ଭ କରିଥିବା କୁହାଯାଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ଉପକୂଳ ଅଞ୍ଚଳର ସ୍ଥାନୀୟ ପେଟଛେଲ୍ଲା ପଞ୍ଚାୟତର ସରୁମୁହିଁଠାରେ ୨୦୧୮ ଡିସେମ୍ବର ୮ରେ ୨୪୧ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ତେବେ ଏହି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଏକ କମ୍ପାନୀ ଠିକା ନେଇଛି। କମ୍ପାନୀ ନିର୍ମାଣ ଦାୟିତ୍ୱ ନେଇ ପରେ ଏହାକୁ ଛୋଟ ଠିକାଦାରଙ୍କୁ ଦେଇଛି। ଫଳରେ ନିର୍ମାଣ କାମରେ ନିୟୋଜିତ ହେଉଥିବା ଶ୍ରମିକ ଅସୁରକ୍ଷିତ ଭାବେ କାମ କରୁଥିବା ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କମ୍ପାନୀର କୌଣସି ଅଧିକାରୀ ରହୁ ନ ଥିବା ଦେଖିବାକୁ ମିଳିଛି। ଏହି ସରୁମୁହିଁ ଗାଁ ପଡିଆରେ ରବିବାର ଉଚ୍ଚ ପାଣି ଟାଙ୍କି ନିର୍ମାଣରେ ଉପରକୁ ଶ୍ରମିକମାନେ ଢଲେଇ ସାମଗ୍ରୀ ମୁଣ୍ଡରେ ମୁଣ୍ଡେଇ ନେଉଥିବା ଦେଖିବାକୁ ମିଳିଥିଲା। ହେଲେ ସେମାନେ ହେଲ୍‌ମେଟ ଓ ଅନ୍ୟ ସୁରକ୍ଷା ସରଞ୍ଜାମ ପିନ୍ଧି ନ ଥିବାରୁ ଏମାନଙ୍କ ଜୀବନ ପ୍ରତି ବିପଦ ରହିଛି। ସୂଚନାଯୋଗ୍ୟ ଏହି ବୃହତ୍‌ ଉଚ୍ଚ ପାଣି ଟାଙ୍କି କଳାଗଡ ଗାଁରେ ବର୍ଷେ ପୂର୍ବେ ନିର୍ମାଣ ହେଉଥିଲା। ଉଚ୍ଚ ପାଣି ଟାଙ୍କି ଉପରୁ ଖସି ପଡ଼ିବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଦାୟିତ୍ୱରେ ଥିବା ଠିକା ସଂସ୍ଥାଙ୍କ ଖାମଖିଆଲ ମନୋଭାବ ପରିଲକ୍ଷିତ ହେଉଛି। ସେମାନେ ଶ୍ରମିକଙ୍କ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ଚରଣ ନାୟକଙ୍କୁ ପଚାରିବାରେ ଶ୍ରମିକଙ୍କ ସୁରକ୍ଷା ଲାଗି ଠିକା କମ୍ପାନୀଙ୍କ ଦୃଷ୍ଟି ଆକର୍ଷଣ ସହ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri